ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଧନତେରସକୁ ଧନର ପର୍ବ ବୋଲି କୁହାଯାଇଥାଏ । ଏହି ଦିନ ମା ଲକ୍ଷ୍ମୀ ପ୍ରଭୁ ଗଣେଶ, କୁବେର ଦେବତା ଓ ଭଗବାନ ଧନେନ୍ତ୍ବୋରୀଙ୍କର ପୂଜା ଅର୍ଚନା କରାଯାଇଥାଏ । ଶାସ୍ତ୍ରର ମାନ୍ୟତା ଅନୁସାରେ ଏହି ଧନେନ୍ତ୍ଵରୀ ଜୟନ୍ତୀ ତଥା ଧନତେରସ ଦିନ ଯଦି ଘରକୁ କିଛି ଜିନିଷ କିଣି ଆଣିଥାନ୍ତି । ତେବେ ଘର ପାଇଁ ଏହା ଅତ୍ୟନ୍ତ ମଙ୍ଗଳମୟ ହୋଇଥାଏ । ଏହି ଦିନ ଯଦି ଘରକୁ କିଛି ବିଶେଷ ବସ୍ତୁ କ୍ରୟ କରିକି ଆଣିଥାନ୍ତି ।
ତେବେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ଓ କୁବେର ଦେବତାଙ୍କ ଶୁଭ ନଜର ପଡିଥାଏ । ମା ଧନତେରସ ଦିନ ଯେଉଁ ବ୍ୟକ୍ତି ଘରକୁ କଉଡି କିଣି କରି ଆଣିଥାଏ । ତେବେ ତା ସହିତ ମା ଲକ୍ଷ୍ମୀଙ୍କୁ ମଧ୍ୟ ଘରକୁ ଘରକୁ ନେଇ କରି ଆସିଥାଏ । ସେହି କଉଡିକୁ ଆପଣ ନିଷ୍ଟାର ସହ ଦୀପାବଳୀ ଦିନ ପୂଜା କରି ଟଙ୍କା ରଖୁଥିବା ଜାଗାରେ ରଖନ୍ତୁ ।
ଧନତେରସ ଦିନ ଘରକୁ କୁଶ ଆସନ କିଣିକି ଆଣିବା ମଧ୍ୟ ବହୁତ ଶୁଭ ଦାୟକ ହୋଇଥାଏ । ଦୀପାବଳୀ ଦିନ ସେହି କୁଶ ଆସନ ଉପରେ ବସି ପୂଜା ପାଠ କରନ୍ତୁ । ଧନତେରସ ଦିନ ରୁଦ୍ରାକ୍ଷ ମାଲା କିଣିବା ମଧ୍ୟ ଅତି ଶୁଭ ହୋଇଥାଏ । ଏହାକୁ ଆଣି ଆପଣ ମନ୍ତ୍ର ଜପ କରିପାରିବେ କିମ୍ବା ପିନ୍ଧି ମଧ୍ୟ ପାରିବେ । ମୟୂର ଚନ୍ଦ୍ରିକା ମଧ୍ୟ ଧନତେରସ ଦିନ ଘରକୁ ଆଣନ୍ତୁ ।
ଏହା କିଣି ଘରକୁ ଆଣିବା ଦ୍ଵାରା ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘର ପ୍ରତି ଆକର୍ଷିତ ହୋଇଥାନ୍ତି । କାରଣ ମୟୂର ପଙ୍ଖ ଶ୍ରୀ ହରୀଙ୍କର ପ୍ରିୟ ହୋଇଥାଏ । ଏହି ଦିନ ଆପଣ ତମ୍ବା କିମ୍ବା ପିତ୍ତଳର କଇଞ୍ଛ ଘରକୁ କ୍ରୟ କରି ଆଣିପାରିବେ । ମା ଲକ୍ଷ୍ମୀଙ୍କର ଶ୍ରୀ ଜନ୍ତ୍ର, କୁବେର ଜନ୍ତ୍ର ଓ ପ୍ରଭୁ ଗଣେଶଙ୍କର ଶ୍ରୀ ଜନ୍ତ୍ର ଓ ଗୋମତୀ ଚକ୍ର ଧନତେରସ ଦିନ ନିହାତି କିଣିକି ଆଣିବା ଉଚିତ ହୋଇଥାଏ ।
ଏହାକୁ ଆଣିବା ଦ୍ଵାରା ଘରେ ଧନ ଜନିତ ସମସ୍ଯା ଦୂର ହୋଇଥାଏ । ଏହାକୁ ଆଣି ଦୀପାବଳୀ ଦିନ ରାତିରେ ପୂଜା କରି ଠାକୁର ଘରେ ସ୍ଥାପନ କରନ୍ତୁ । ଘୋଡା ନାଳ ମଧ୍ୟ ଘରକୁ ଏହି ଦିନ ଆଣିବା ଉଚିତ । ଏହାକୁ ଆଣିବା ଦ୍ଵାରା ଘରର ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ । ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କର ରୂପାର ମୂର୍ତ୍ତି କିମ୍ବା କଇନ୍ ଉପରେ ବସିଥିବା ମା ଲକ୍ଷ୍ମୀ କିମ୍ବା ପ୍ରଭୁ ଗଣେଶଙ୍କୁ ଘରକୁ ସେହି ଦିନ ଆଣନ୍ତୁ ।
ଏହାକୁ ଆଣିବା ଦ୍ଵାରା ଘରେ ସେହି ବର୍ଷ ସାରା ଧନର ଅଭାବ ଦେଖାଯାଇନଥାଏ ।ଆପଣ ଯଦି ଏହି ସବୁ ଜିନିଷ ଧନତେରସ ଦିନ କ୍ରୟ କରି ଘରକୁ ଆଣିଥାନ୍ତି । ତେବେ ଏହା ଘର ପାଇଁ ଅତ୍ୟନ୍ତ ସୁଖ ଓ ସମୃଦ୍ଧି କାରଣ ପାଲଟି ଥାଏ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ