Vastu Tips- ଧନତେରସ ଦିନ ୧୩ ଟି ଦୀପ ଜଳାଇ 13 ଥର ପଢନ୍ତୁ ଏହି ଗୁପ୍ତ ମନ୍ତ୍ର, କୁବେର ଦେବତା ଛପର ଫାଡି କରନ୍ତି ଟଙ୍କା ବର୍ଷା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅକ୍ଟୋବର ୨୩ ତାରିଖରେ ଧନତେରସ ଉତ୍ସବ ପାଳିତ ହେବା ପାଇଁ ଯାଉଛି । ଧନତେରସରେ ୧୩ ଟି ବିଶେଷ ଦୀପ ଘର ପ୍ରଜ୍ବୋଳିତ କରିବା ଦ୍ଵାରା ଘରର ସମସ୍ତ ନକରାତ୍ମକ ରୂପକ ଅନ୍ଧକାର ଦୂର ହୋଇ ସକାରାତ୍ମକ ଆଲୋକ ଦେଖିବାକୁ ମିଳିଥାଏ । ଶାସ୍ତ୍ରରେ ମାନ୍ୟତା ଅନୁସାରେ ଏହି ଦିନ ଘରକୁ ନୂତନ ଜିନିଷ କ୍ରୟ କରି ଆଣିବା ଦ୍ଵାରା ଘରର ସୁଖ ସମୃଦ୍ଧି ବଢିଥାଏ । ଯଦି ଆପଣ ଧନତେରସର ପବିତ୍ର ଓ ଶୁଭ ଅବସରରେ ଘରେ ୧୩ ଟି ଦୀପ ୧୩ ଭଗବାନଙ୍କର ନାମରେ ପ୍ରଜ୍ଵଳିତ କରିବେ ।

ତେବେ ଘର ଉପରେ ମା ଲକ୍ଷ୍ମୀ ଓ କୁବେର ଦେବତାଙ୍କ ଶୁଭ ଦ୍ରୁଷ୍ଟି ରହିବ । ୧୩ ଟି ଦୀପ ମଧ୍ୟରୁ ସର୍ବ ପ୍ରଥମ ଦୀପଟି ପ୍ରଭୁ ଗଣେଶଙ୍କ, ମା ଲକ୍ଷ୍ମୀ ଓ କୁବେର ଦେବତାର ସ୍ତୁତିରେ ପ୍ରସ୍ତୁତ କରି ରଖିବେ । ଦୀପରେ ଏକ ଅଳେଇଚ ରଖୀ ପ୍ରଭୁଙ୍କୁ ନିଜ ଜୀବନରୁ ସମସ୍ତ ବିଘ୍ନ ନାଶ କରିବାକୁ ପାର୍ଥନା କରିବେ । ଦିତୀୟରେ ଧନ୍ୱୋନ୍ତରୀ ଦେବତାଙ୍କ ପାଇଁ ଦୀପ ପ୍ରସ୍ତୁତ କରିବେ ।

ସେହି ଦୀପରେ ଏକ ଲବଙ୍ଗ ପକାଇ ଘର ପରିବାରର ଆରୋଗ୍ୟ କାମନା କରିବେ । ତୃତୀୟରେ ଯମ ଦେବତାଙ୍କ ପାଇଁ ଦୀପ ପ୍ରସ୍ତୁତ କରି ସେଥିରେ ଏକ କଉଡି ରଖୀ ଦିଅନ୍ତୁ । ଚତୁର୍ଥରେ ଚିତ୍ରଗୁପ୍ତଙ୍କ ନାମରେ ଦୀପ ପ୍ରସ୍ତୁତ କରି ରଖିବେ । ପଞ୍ଚମରେ ମା ତୁଳସୀଙ୍କ ପାଇଁ ଦୀପ ପ୍ରସ୍ତୁତ କରି ସେଥିରେ ୭ ଟି ଗୋଟା ମୁଗ ରଖିବେ ।

ଷଷ୍ଠରେ ଘରର ପଣି ରଖୁଥିବା ସ୍ଥାନରେ ନିହାତି ଭାବେ ଏକ ଦୀପ ଲଗାଇ ରଖନ୍ତୁ । ସେହି ଦୀପରେ କୌଣସି ପ୍ରକାର ବାସ୍ନାଯୁକ୍ତ ଫୁଲ ରଖୀ ପାରିବେ । ସପ୍ତମରେ ଗୋମତା ଅର୍ଥାତ ଗାଈର ନାମରେ ଏକ ଦୀପ ପ୍ରସ୍ତୁତ କରି ଗୁହାଳରେ ରଖିପାରିବେ । ଯଦି ଗୁହାଳ ନଥାଏ । ତେବେ ଗୋମତା ନାମରେ ଏକ ଦୀପ ପ୍ରସ୍ତୁତ କରି ଘରର କୌଣସି ଜାଗାରେ ରଖିପାରିବେ ।

ଅଷ୍ଟମରେ ଘରର ଅଗଣାରେ ଏକ ଦୀପ ପ୍ରସ୍ତୁତ କରି ପ୍ରଜ୍ବୋଳିତ କରିପାରିବେ । ସେଥିରେ ୭ ଟି ଶଶ୍ଯ ରଖିପାରିବେ । ନବମରେ ଛାତ କିମ୍ବା ବାଲ୍କୁନୀ ପାଖରେ ଏକ ଦୀପ ପ୍ରସ୍ତୁତ କରି ସେଠାରେ ପ୍ରଜ୍ବୋଳିତ କରନ୍ତୁ । ଏହି ଦୀପରେ ୭ ଟି ହଳଦିଆ ସୋରିଷ ଦାନା ରଖିବାର ଅଛି । ଦଶମରେ ପିତୃ ପୁରୁଷଙ୍କ ନାମରେ ଏକ ଦୀପ ପ୍ରସ୍ତୁତ କରି ଘରର ଦକ୍ଷିଣ ମୁଖା କରି ଦୀପ ପ୍ରଜ୍ବୋଳିତ କରନ୍ତୁ ।

୧୧ରେ ଆପଣ ଗଙ୍ଗା ମାତାଙ୍କ ନାମରେ ଦୀପ ପ୍ରଜ୍ବୋଳିତ କରନ୍ତୁ । ସେଥିରେ ହଳଦୀରେ ଚାଉଳ ଗୋଳାଇ ୭ ଦାନା ରଖିଦିଅନ୍ତୁ । ୧୨ରେ ଟଙ୍କା ରଖୁଥିବା ସ୍ଥାନରେ ଏକ ଦୀପ ପ୍ରଜ୍ବୋଳିତ କରନ୍ତୁ । ୧୩ରେ ରୋଷେଇ ଘରେ ଏକ ଦୀପ ପ୍ରସ୍ତୁତ କରି ଲଗାନ୍ତୁ ।

ଯଦି ଆପଣ ଧନତେରସ ଦିନ ଠାରୁ ଆରମ୍ଭ କରି ଦୀପାବଳୀ ପର୍ଯ୍ୟନ୍ତ ୧୩ଟି ଦୀପକୁ ପ୍ରଭୁଙ୍କ ନାମରେ ସ୍ତୁତି କରି ପ୍ରଜ୍ବୋଳିତ କରନ୍ତି । ତେବେ ଘରେ ଦରିଦ୍ରତା ଦୂର ହୋଇବା ସହ ଘର ଧନଧାନ୍ୟରେ ପୂରଣ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣଙ୍କୁ ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *