ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ଅନୁସାରେ ପରମ ପବିତ୍ର କାର୍ତିକ ମାସ ର ଅମାବସ୍ୟା ତିଥି ରେ ଦିପାବଳି ର ପର୍ବ ପଡିଥାଏ । ଶାସ୍ତ୍ର ପୁରାଣ ମାନଙ୍କ ଅନୁସାରେ ଏହି ଦିନ ର ଅନେକ ମହାତବତା ରହିଛି । ଏହି ଦିନ ଯେଉଁ ବ୍ୟକ୍ତି ଶୁଭ ମୁହୂର୍ତ ରେ ବିଶେଷ ରୂପେ ମାତା ଲକ୍ଷ୍ମୀ ଙ୍କର ପୂଜା ପାଠ କରିଥାଏ ସେହି ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ସବୁବେଳେ ଲାଗି ରହିଥାଏ । ସେହି ବ୍ୟକ୍ତି କୁ ତାର ଜୀବନରେ ଦୁଃଖ କଷ୍ଟ ସବୁ କିଛି ଦୂର ହୋଇ ଯାଇଥାଏ ।
ଏହି କାରଣ ରୁ ସମସ୍ତେ ନିଜ ନିଜ ସକ୍ଷମ ଅନୁସାରେ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାରେ ଲାଗି ଯାଇଥାନ୍ତି । ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କର ପୂଜା ରେ କିଛି ବିଶେଷ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । କାରଣ ମା ଙ୍କର ପୂଜା ରେ ଏହି ତିନୋଟି ଭୁଲ କରିବା ଦ୍ଵାରା ମା ଲକ୍ଷ୍ମୀ ଖୁବ ରାଗି ଯାଇଥାନ୍ତି ।
ବନ୍ଧୁଗଣ ଗରୁଡ ପୁରାଣ ରେ ସ୍ପଷ୍ଟ ଭାବରେ ବର୍ଣ୍ଣନା ଅଛି ଯେ ଯେଉଁ ବ୍ୟକ୍ତି ଦୀପାବଳି ର ପର୍ବ ଧାର କରଜ ଆଣି ପାଳନ କରେ ସେହି ବ୍ୟକ୍ତି ଉପରୁ ମାତା ଲକ୍ଷ୍ମୀ ନିଜ ହାତ ଉଠାଇ ଦେଇଥାନ୍ତି । ତେଣୁ ଏହି ପର୍ବ କୁ ସବୁବେଳେ ନିଜର ସାମର୍ଥ୍ୟ ଅନୁସାରେ ହିଁ ଶ୍ରଦ୍ଧାର ସହ ନିଜ ଲୋକ ଙ୍କ ସହ ମିଳି ପାଳନ କରିବା ଉଚିତ ।
ଏହି ଦିନ ଯେ ବ୍ୟକ୍ତି କରଜ କରେ ତାହା ଜୀବନ ରୁ କେବେ ମଧ୍ୟ କରଜ ଛାଡି ନଥାଏ । ପୂଜା ସମୟ ରେ ମାତା ଲକ୍ଷ୍ମୀ ଓ ଶ୍ରୀ ଗଣେଶ ଙ୍କ ସହ ମାତା ସରସ୍ଵତୀ ଙ୍କର ମଧ୍ୟ ପୂଜା କରାଯିବା ଉଚିତ । ପୂଜା ପାଇଁ ଆଣିଥିବା ମୂର୍ତି ଖଣ୍ଡିତ ହୋଇ ନଥିବା ଦରକାର । ଏହା ସହ ମା ଲକ୍ଷ୍ମୀ ଙ୍କର ପୂଜା ରେ ପଇଡ ର ବ୍ୟବହାର କରାଯିବ ଉଚିତ ହୋଇ ନଥାଏ । ଆପଣ ପୂଜା ରେ ନଡିଆ ର ବ୍ୟବହାର କରି ପାରିବେ ।
ବନ୍ଧୁଗଣ ପୂଜା ସମୟ ରେ ଇଶ୍ଵର ଙ୍କୁ ସ୍ଥାପନା କରିବା ସମୟରେ ପିଢା ଉପରେ ନାଲି କପଡା ହିଁ ପକାଇବା ଉଚିତ । ମାତ ଲକ୍ଷ୍ମୀ ଙ୍କୁ ଭୋଗ ରେ କେବେ ମଧ୍ୟ ନାସ ପତି ଚଢାଇବା ଉଚିତ ନୁହେଁ । ଏହା ସହ ମା ଙ୍କୁ ଅକ୍ଷତ ରେ ଦେଉଥିବା ଚାଉଳ ଭଙ୍ଗା ହୋଇଥିଲେ ତାହା ଅଶୁଭ ହୋଇଥାଏ । ଏହି ଦିନ ଘରୁ କାହାକୁ ଚାଉଳ ଦେବା ଉଚିତ ହୋଇ ନଥାଏ ।
ଏହିଦିନ ମା ଲକ୍ଷ୍ମୀ ଙ୍କୁ ପୂଜା ରେ ତୁଳସୀ ଚଢାଇବା ଉଚିତ ହୋଇ ନଥାଏ । ଏହି ଦିନ ହଳଦିଆ, ଲାଲ ବା ଗୋଲାପି ବସ୍ତ୍ର ଧାରଣ କରିବା ଉଚିତ । ଏହି ଦିନ ମା ଙ୍କୁ ଓ ଶ୍ରୀ ଗଣେଶ ଙ୍କୁ ଦୁବ ଘାସ ଚଢାଇବା ଜୀବନ ସୁଖ ଶାନ୍ତି ଓ ସମୃଦ୍ଧି ରେ ଭାରି ଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ