ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟକୁ ସର୍ବଦା ତାର କର୍ମ ଅନୁସାରେ ଫଳ ପ୍ରାପ୍ତ ହୋଇଥାଏ । ଆଜି ଆପଣ ମାନେ ଜାଣିବାକୁ ପାଇବେ ମନୁଷ୍ୟ କିପରି କର୍ମ କରିବା ଦ୍ଵାରା କେଉଁ ଯୋନୀରୁ ଜନ୍ମ ପାଇଥାଏ । ଦୁନିଆରେ ସର୍ବମୋଟ ୮୪ ଲକ୍ଷ ଯୋନୀ ରହିଥାଏ । ମନୁଷ୍ୟ ତାର କର୍ମ ଅନୁଯାଇ ସଙ୍ଗେ ସଙ୍ଗେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଯାଇଥାଏ । ଅନ୍ୟ ପାଖରେ କେତେକ ଲୋକ କେତେ ପ୍ରକାରର ଜନ୍ମ ପାଇଁ ସାରିଲା ପୁଣିଥରେ ମନୁଷ୍ୟ ଜନ୍ମ ପାଇଥାଏ ।
ଯେଉଁ ଲୋକ ପର ସ୍ତ୍ରୀ ଉପରେ ଖରାପ ନଜର ରଖିଥାଏ । ତା ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥାଏ । ସେଭଳି ଲୋକ ନର୍କକୁ ଯାଇ ସେଠାରେ ଅନେକ କଷ୍ଟ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ପ୍ରଥମେ ସେ ବିଲୁଆ, କୁକୁର, ଶୃଗାଳ, ମାଙ୍କଡ, ଜିରାଫ, ଜେବ୍ରା, ସାପ, କାଉ ଓ ବଗ ହୋଇ ଜନ୍ମ ହୋଇସାରିଲା ପରେ ମନୁଷ୍ୟ ଜନ୍ମ ପ୍ରାପ୍ତ କରିଥାଏ ।
ଯେଉଁ ମନୁଷ୍ୟ ନିଜ ସ୍ତ୍ରୀ ସହ ଜବରଦସ୍ତୀ ସମ୍ପର୍କ ବନାଇଥାଏ । ମହିଳାର ଅନିଛା ସତ୍ବେ ମଧ୍ୟ ତା ଇଛାକୁ ସମ୍ମାନ ନଦେଇ ତା ସହିତ ମନ ଇଛା ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥାଏ । ଏହା ସହିତ ସ୍ତ୍ରୀକୁ ସବୁବେଳେ ମାଡ ପିଟ କରିବା ସହ ସ୍ତ୍ରୀକୁ ଭଲ ପାଇନଥାଏ । ଏଭଳି ପୁରୁଷ ଅନେକ ପ୍ରକାରର ନର୍କ ଯନ୍ତ୍ରଣା ଭୋଗ କରି ସାରିଲା ପରେ ତାକୁ କିନ୍ନରର ରୂପ ମିଳିଥାଏ ।
ଯେଉଁ ବ୍ୟକ୍ତି ନିଜ ବଡ ଭାଇକୁ ଅପମାନ କରିଥାଏ । ନିଜ ଭାଇକୁ ମାରିବା ସହ ସମାଜରେ ନିଚା ଦେଖାଇଥାଏ । ଏଭଳି ବ୍ୟକ୍ତିକୁ ଆର ଜନ୍ମରେ ପେଚା ହୋଇ ଜନ୍ମଲାଭ କରିବାକୁ ପଡିଥାଏ । ଏହି ଜନ୍ମ କୁ ସେହି ମଣିଷ ୧୦ ବର୍ଷ ପର୍ଯ୍ୟନ୍ତ ଭୋଗିଥାଏ । ତା ପରେ ଯାଇ ସେହି ବ୍ୟକ୍ତି ମଣିଷ ଜନ୍ମରେ ଜନ୍ମିତ ହୋଇଥାଏ । ଯେଉଁ ବ୍ୟକ୍ତି ଟଙ୍କା ଓ ସୁନାରୂପାର ଚୋରୀ କରିଥାଏ ।
ଏଭଳି ବ୍ୟକ୍ତି ଆର ଜନ୍ମରେ ପିମ୍ପୁଡି ହୋଇ ଜନ୍ମ ଲାଭ କରିଥାଏ । ଯେଉଁ ବ୍ୟକ୍ତି ରୂପା ଜିନିଷ ଚୋରୀ କରିଥାଏ । ତାକୁ ପାରା ଜନ୍ମ ମିଳିଥାଏ । ଯେଉଁ ବ୍ୟକ୍ତି ବସ୍ତ୍ର ଚୋରୀ କରିଥାଏ । ସେହି ବ୍ୟକ୍ତି ଆର ଜନ୍ମରେ ଶୁଆ ହୋଇ ଜନ୍ମଲାଭ କରିଥାଏ । ସୁଗନ୍ଧିତ ଜିନିଷ ଚୋରୀ କରୁଥିବା ବ୍ୟକ୍ତିକୁ ଆର ଜନ୍ମରେ ମୂଷା ହୋଇ ଜନ୍ମ ହେବାକୁ ପଡିଥାଏ ।
ଯେଉଁ ବ୍ୟକ୍ତି ଅସ୍ତ୍ର ଦ୍ଵାରା କାହାର ପ୍ରାଣହତ୍ୟା କରିଥିବ । ସେ ମନୁଷ୍ୟ ଆର ଜନ୍ମରେ ଗଧ ହୋଇ ଜନ୍ମଲାଭ କରି ଜନ୍ମ ହୋଇଥାଏ । ପିତୃପୁରୁଷଙ୍କୁ ସନ୍ତୁଷ୍ଠ ନକରି ମରୁଥିବା ଲୋକ ମାନେ ୧୦୦ ବର୍ଷ ପର୍ଯ୍ୟନ୍ତ କାଉ ରୂପରେ ଜନ୍ମ ଲାଭ କରିଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ