ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୀପାବଳୀକୁ ଆଲୋକର ପର୍ବ କୁହାଯାଇଥାଏ । ସମସ୍ତେ ଏହି ପର୍ବକୁ ନିଜ ଘରେ ଭିନ୍ନ ଭିନ୍ନ ଡିଜାଇନର ଦୀପ ଜାଲି ଘରକୁ ସଜିତ କରିବା ସହ ଧୂମଧାମରେ ଏହି ପର୍ବ ପାଳିତ କରିଥାନ୍ତି । ଦିପାବଳୀର ୨ ଦିନ ପୂର୍ବରୁ ଧନତେରାସ ପଡିଥାଏ । କଥାରେ ଅଛି ଏହି ଦିନ ଭଗବାନ ଧନେନ୍ଦ୍ୱୋରୀ ନିଜ ସାଥିରେ ଅମୃତ କଳସ ଆଣିବା ସହିତ ଆୟୁର୍ଭେଦ ନେଇକି ଆସିଥିଲେ । ଧନତେରାସ ସମୟରେ ଘରକୁ ଯଦି କିଛି ବିଶେଷ ଜିନିଷ କିଣିକି ଆଣିଥାନ୍ତି ।
ତେବେ ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଏହା ସହିତ ଆର୍ଥିକ ସମସ୍ଯା ଦୂର ହୋଇଥାଏ । ଧନତେରାସ ଦିନ ପିତ୍ତଳ ସାମଗ୍ରୀ ଘରକୁ କିଣି ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଧନତେରାସ ଦିନ ଲୁଣ ଓ ହଳଦୀ ଘରକୁ କିଣି ଆଣିବା ଫଳରେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଠ ହୋଇଥାନ୍ତି । କାରଣ ଲୁଣ ଓ ହଳଦୀ ସହିତ ମା ଲକ୍ଷ୍ମୀଙ୍କର ସମ୍ବଦ୍ଧ ରହିଥାଏ ।
ଏହି ଦିନ ଯଦି ଧନିଆ କିଣି ଆଣି ଘରେ କୌଣସି ଥିରେ ରୋପଣ କରି ଗଛ ଲଗାଇଥାନ୍ତି । ତାହେଲେ ଗଛ ବଢିବା ସହ ଧନ ମଧ୍ୟ ବୃଦ୍ଧି ହୋଇଥାଏ । ଗୋମତୀ ଚକ୍ର ଧନତେରାସ ଦିନ ଘରକୁ କିଣି ଆଣିଲେ । ଘର ଧନଧାନ୍ୟରେ ପୁରୀ ଉଠିଥାଏ । ଧନତେରାସ ଦିନ ଶ୍ରୀ ଜନ୍ତ୍ର ଓ କୁବେର ଜନ୍ତ୍ର ଯଦି ଘରକୁ କିଣି ଆଣି ଘରର ପୂଜା ସ୍ଥାନରେ ରଖିବେ ।
ତେବେ ଏହା ଟଙ୍କା ସମ୍ପତି ବୃଦ୍ଧି ହେବାରେ ଅନେକ ସାହାଜ୍ଯ କରିଥାଏ । ଧନତେରାସ ଦିନ ରୂପାରେ ତିଆରି ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କର ମୂର୍ତ୍ତି ଘରକୁ ଆଣି ତାହାର ବିଧି ବିଧାନ ସହ ପୂଜା କରି ତାହାକୁ ଠାକୁର ଘରେ ସ୍ଥାପନ କରିବା ଦ୍ଵାରା ଅତ୍ୟନ୍ତ ମଙ୍ଗଳ ହୋଇଥାଏ । ଏପରି କରିବା ଦ୍ଵାରା ଆର୍ଥିକ ସ୍ଥିତି ମଜଭୁତ ହୋଇବା ସହ ଘରେ ଶାନ୍ତିର ବାତାବରଣ ଦେଖିବାକୁ ମିଳିଥାଏ ।
ଧନତେରାସ ଦିନ ଘରକୁ ଲଘୁ ନଡିଆ କିଣି ଆଣନ୍ତୁ । ଏହି ନଡିଆକୁ ଶ୍ରୀ ଫଳ ମଧ୍ୟ କୁହାଯାଇଥାଏ । ସାଧାରଣ ନଡିଆ ଅପେକ୍ଷା ଏହି ନଡିଆର ଆକାର ଛୋଟ ହୋଇଥାଏ । ଏହି ନଡିଆକୁ ଆଣି ନାଲି କପଡାରେ ବାନ୍ଧି ଏପରି ଏକ ସ୍ଥାନରେ ରଖିଦିଅନ୍ତୁ । ଯେଉଁ ସ୍ଥାନରେ କାହାର ନଜର ପଡୁନଥିବ ।
ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ତଥା ଆପଣଙ୍କ ସଂପୂର୍ଣ୍ଣ ପରିବାର ଉପରେ ପ୍ରସନ୍ନ ହୋଇବେ । ଯଦି ଆପଣ ଧନତେରାସ ଦିନ ଏହି ସାମଗ୍ରୀ ସବୁ ଘରୁ କିଣିକି ଆଣିବେ । ତେବେ ଘରେ ଧନଧାନ୍ୟରେ ପୁରୀ ଉଠିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ