Vastu Tips- ଘରର କେଉଁ ଦିଗରେ ଓ କିପରି 7 ଟି ଘୋଡାର ଫଟୋ ଲଗେଇଲେ ବଢିଥାଏ ଧନ ସମ୍ପତି

ନମସ୍କାର ବନ୍ଧୁଗଣ । ପ୍ରତ୍ଯେକ ବ୍ୟକ୍ତି ଇଛା କରିଥାଏ କି ସେନିଜ ଜୀବନରେ ଅଧିକ ରୁ ଅଧିକ ସଫଳତା କୁ ପ୍ରାପ୍ତ କରୁ । ଏହା ପାଇଁ ସେ ତାର ଜୀବନରେ ଅଧିକ ରୁ ଅଧିକ କଠିନ ପରିଶ୍ରମ ମଧ୍ୟ କରିଥାଏ । କିନ୍ତୁ ଅନେକ ଥର ଅଧିକ ପରିଶ୍ରମ କରିବା ପରିବର୍ତ୍ତେ ମଧ୍ୟ ଜୀବନରେ ଅଧିକ ଅଧିକ ଫଳ ପ୍ରାପ୍ତ ହୋଇ ପାରେ ନାହିଁ । ଏପରି ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି କେହି ବ୍ୟକ୍ତି ତାର ଘରେ କିଛି ସକରାତ୍ମକତା କୁ ପ୍ରତିପାଦନ କରୁଥିବା ଭଳି କିଛି ଫୋଟୋ ଚିତ୍ର ମାନ ଲଗାଏ, ତେବେ ଏହାର ପ୍ରଭାବ ବ୍ୟକ୍ତି ର ଜୀବନରେ ମଧ୍ୟ ପଡିଥାଏ ।

ତେଣୁ ପ୍ରତ୍ଯେକ ବ୍ୟକ୍ତି ତାଙ୍କର ଘରେ କିଛି ବିଶେଷ ଫୋଟୋ ମାନ ଲଗାଇ ଥାନ୍ତି । ନିଜ ଘରେ ତଥା ବ୍ୟାପାର ରେ ଉନ୍ନତି ଆଣିବା ପାଇଁ ସାତ ଟି ଧଳା ରଙ୍ଗ ର ଘୋଡା ଥିବା ର ଫୋଟୋ କୁ ଲଗାଯାଇ ଥାଏ । ବନ୍ଧୁଗଣ ଘୋଡା ମାନେ ଉର୍ଜାର ସ୍ୱରୂପ ହୋଇଥାନ୍ତି । ଧନ ଧାନ୍ୟ ବଢାଇବା ପାଇଁ ମଣିଷ ର ସହାୟକ ହୋଇଥାନ୍ତି ।

କାମ କରିବାକୁ ପ୍ରେରଣା ଦେଇଥାନ୍ତି । ଅଟକି ରହିଥିବା କାମରେ ମଧ୍ୟ ପ୍ରଗତି ନେଇ ଆସିଥାନ୍ତି । ତାହାସହ ସଫଳତା ଓ ସମୃଦ୍ଧି ର ବିସ୍ତାର କରିଥାନ୍ତି । ବାସ୍ତୁଦୋଷ ଗୁଡିକୁ ନାସ କରି ନକରାତ୍ମକ ଉର୍ଜା କୁ ସକାରାତ୍ମକ ଉର୍ଜା ରେ ପରିଣତ କରିଥାନ୍ତି । ଜୀବନରେ ସବୁବେଳେ ଏକ ଭଲ ଉର୍ଜା ର ସଂଚାର କରିଥାନ୍ତି । ଏହାସହ ସକାରାତ୍ମକ ଉର୍ଜା କୁ ନିରନ୍ତର ସ୍ଥାୟୀ ରଖିଥାନ୍ତି । 

ବନ୍ଧୁଗଣ ଆମର ଭାରତୀୟ ପରମପରା ଅନୁସାରେ 7 ଅଙ୍କ କୁ ଅଧିକ ବିଶେଷ ବୋଲି କୁହାଯାଇଥାଏ । ଏପରିକି ବିବାହ ରେ ନିଆ ଯାଉଥିବା 7 ଫେରା, ଇନ୍ଦ୍ରଧନୁର 7 ରଙ୍ଗ, ଆକାଶ ରେ ସପ୍ତ ଋଷି, ସୂର୍ଯ୍ୟ ଭଗବାନ ଙ୍କର ରଥ ରେ 7 ଟି ଘୋଡା ବା ସପ୍ତାହ ରେ ମଧ୍ୟ 7 ବାର । ବନ୍ଧୁଗଣ ଏହାଛଡା ଆହୁରି ଅନେକ କିଛି ମଧ୍ୟ ରହିଅଛି । ବନ୍ଧୁଗଣ ଏହି କାରଣ ହେଉଛି କି ଘୋଡା ଙ୍କର ସାତ ଟି ସଂଖ୍ଯାର ଫୋଟୋ ଲାଗଯାଇଥାଏ । ଏହା ବ୍ଯତୀତ ମଧ୍ୟ ଆପଣ ନିଜ ଅନୁସାରେ ଅଧିକ ବା କମ ସଂଖ୍ଯାରେ ଦୌଡୁଥିବା ଘୋଡା ମାନଙ୍କର ଫୋଟୋ ଲଗାଇ ପାରନ୍ତି ।

ବନ୍ଧୁଗଣ ଘୋଡା ଫୋଟ ଆଣି ଲଗାଇବା ସମୟରେ ଆଉ କିଛି ବିଶେଷ ବିଷୟ ଉପରେ ମଧ୍ୟ ଗୁରୁତ୍ଵ ଦେବାକୁ ପଡିଥାଏ । ଯେପରି ଫୋଟୋ ରେ ଘୋଡାର ଶରୀରର କୌଣସି ଅଙ୍ଗ ଅଧା ଦେଖା ନ ଯାଏ, ଘୋଡା ର ଶରୀର ରେ କୌଣସି କିଛି ବନ୍ଧା ନ ହୋଇଥିବ ଓ ଏହାସହ ଘୋଡା ଯେପରି ଦୁଃଖିତ ବା ହିଂସ୍ର ପରି ନ ଲାଗୁଥିବ ।

ଘୋଡା ଙ୍କର ମୁହଁ ରେ ଖୁସି ଯେପରି ଦେଖା ଯାଉଥିବ । ତାହାଛଡା ଘୋଡା ଙ୍କୁ ଦେଖି ଯେପରି ଏପରି ଲାଗେ କି ଘୋଡା ଦୌଡି ଦୌଡି ଘର ଭିତର ଆଡକୁ ହିଁ ଆସୁଛନ୍ତି । ଘୋଡାର ରଙ୍ଗ ଧଳା ହୋଇଥିଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ବନ୍ଧୁଗଣ ଯଦି ଆପଣ ଙ୍କ ଘର ବା କାର୍ଯ୍ୟ ସ୍ଥଳ ପୂର୍ବ ଦିଗ ବା ଦକ୍ଷିଣ ଦିଗ ହୋଇ ରହିଥାଏ, ତେବେ ଆପଣ ଘୋଡା ଙ୍କର ଫୋଟୋ କୁ ଦକ୍ଷିଣ ଦିଗ କରି ଲଗାନ୍ତୁ ।

ଘର ଉତ୍ତର ଦିଗ କିମ୍ବା ପଶ୍ଚିମ ଦିଗରେ ହୋଇଥିଲେ ଘୋଡାର ଫୋଟୋ କୁ ପୂର୍ବ କିମ୍ବା ପଶ୍ଚିମ କାନ୍ଥ ରେ ଲଗାଇବା ଶୁଭ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *