Vastu Tips- ମୁଖ୍ୟ ଦ୍ଵାର ସାମ୍ନାରେ ଥିଲେ ଏହି 3 ଟି ଜିନିଷ, ଘରୁ ଫେରି ଯାଆନ୍ତି ମା’ ଲକ୍ଷ୍ମୀ, ଘରକୁ ମାଡି ଆସେ ଦରିଦ୍ରତା

ନମସ୍କାର ବନ୍ଧୁଗଣ । ବାସ୍ତୁ ଶାସ୍ତ୍ର ରେ ଘରେ ରଖିଥିବା ପ୍ରତ୍ଯେକ ଜିନିଷ ଘର ମଧ୍ୟରେ ସକରାତ୍ମକତା ଓ ନକରାତ୍ମକାତା ଶକ୍ତି କୁ ସଂଚାର କରିଥାଏ । ଯଦି ଘରର ବାସ୍ତୁ ଅନୁସାରେ ଘରର ବାସ୍ତୁ ଗୁଡିକୁ ଉଚିତ ସ୍ଥାନ ରେ ନ ରଖାଯାଏ, ତେବେ ଏହା ଘରେ ନକରାତ୍ମକ ଶକ୍ତି କୁ ବଢାଇଥାଏ । ଯାହାଦ୍ୱାରା ଘରେ ସବୁବେଳେ ଅଶାନ୍ତି ଓ ଝଗଡା ଝାଣ୍ଟି ଲାଗି ରହିଥାଏ । ଯଦି ଘରେ ପ୍ରତ୍ଯେକ ବାସ୍ତୁ ଠିକ ସ୍ଥାନରେ ଠିକ ଭାବରେ ରହିଥାଏ, ତେବେ ଏହା ଘରେ ସକରାତ୍ମକ ଶକ୍ତି କୁ ବୃଦ୍ଧି କରାଏ । ଏହା ଦ୍ଵାରା ଘରେ ସୁଖ ଶାନ୍ତି ଓ ସମୃଦ୍ଧି ମଧ୍ୟ ବଢିବାକୁ ଲାଗେ ।

ବନ୍ଧୁଗଣ ଘରର ମୁଖ୍ୟ ଦ୍ଵାର ସବୁ ପ୍ରକାରର ସୁଖ ଶାନ୍ତି ବୈଭବ ର ପ୍ରବେଶ ଦ୍ଵାର ହୋଇଥାଏ । ତେଣୁ ଘରର ମୁଖ୍ୟ ଦ୍ଵାର କୁ ସବୁବେଳେ ଉଚିତ ଦିଗରେ ହିଁ ରଖିବା ଉଚିତ ହୋଇଥାଏ । ଯଦି ଘରର ମୁଖ୍ୟ ଦ୍ଵାର ବାସ୍ତୁ ର ବିପରୀତ ରେ କୌଣସି ଭୁଲ ଦିଗ ରେ ହୋଇଥାଏ, ବା ଘରର ମୁଖ୍ୟ ଦ୍ଵାର ର ଆଗରେ କିଛି ଭୁଲ ଜିନିଷ ରଖା ଯାଇଥାଏ,

ତେବେ ଏହାଦ୍ବାରା ଘରେ ଦୁଃଖ ଦରିଦ୍ରତା ଓ ଅଶାନ୍ତି ଆଦି ସବୁବେଳେ ଦେଖିବାକୁ ମିଳିଥାଏ । ତେଣୁ ଘରର ମୁଖ୍ୟ ଦ୍ଵାର କୁ ସବୁବେଳେ ସଫା ସୁତୁରା କରି ସଜାଡି ରଖିବାକୁ ହୋଇଥାଏ । ବନ୍ଧୁଗଣ ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ଵାର ରେ କୌଣସି ପ୍ରକାରର କିଛି ଗନ୍ଧ ଯୁକ୍ତ ମଇଳା ପାଣି ଜମା କରି ରଖିବା ଠିକ ହୋଇ ନଥାଏ ।

ଏହା ଘର ପାଇଁ କେବେ ମଧ୍ୟ ଉଚିତ ହୋଇ ନଥାଏ । ଦ୍ଵିତୀୟ ରେ ବନ୍ଧୁଗଣ ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ଵାର ରେ କୌଣସି ପ୍ରକାରର କିଛି କଣ୍ଟା ଜାତୀୟ ଗଛ ରଖିବା ଶୁଭ ହୋଇ ନଥାଏ । ଘରର ମୁଖ୍ୟ ଦ୍ଵାର ରେ କଣ୍ଟା ଜାତୀୟ ଗଛ ରଖିବା ଦ୍ଵାରା ଘରର ସଦସ୍ୟ ମାନଙ୍କ ମଧ୍ୟ ରେ ପାରସ୍ପରିକ ପ୍ରେମ କମି ଯାଇଥାଏ । ତାହାସହ ଘରେ ସବୁବେଳେ ଅଶାନ୍ତି କଳହ ଲାଗି ରହିଥାଏ । ଘର ର ମୁଖ୍ୟ ଦ୍ଵାର ରେ ତୁଆଳସୀ କିମ୍ବା କୌଣସି ସୁଗନ୍ଧିତ ଫୁଲ ଗଛ ରଖିବା ଦ୍ଵାରା ଘରେ ସକାରାତ୍ମକ ଶକ୍ତି ର ସଂଚାର ହୋଇଥାଏ ।

ତୃତୀୟରେ ବନ୍ଧୁଗଣ ଘରର ମୁଖ୍ୟ ଦ୍ଵାର ରେ କିଛି ଲୋକ ଘରର ଡଷ୍ଟବିନ ରଖିବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ମା ଲକ୍ଷ୍ମୀ ଘରର ମୁଖ୍ୟ ଦ୍ଵାରରେ ଅଳିଆ ଥିବାର ଦେଖି ଘରକୁ ପ୍ରବେଶ କରିବା ପରିବର୍ତ୍ତେ ଫେରି ଚାଲି ଯାଇଥାନ୍ତି । ତାହାଛଡା ଘରର ଉତ୍ତର ଦିଗରେ ମଧ୍ୟ କେବେ ହେଲେ ଡଷ୍ଟବିନ ରଖିବା ଉଚିତ ହୋଇ ନଥାଏ ।

ଉତ୍ତର ଦିଗ କୁ ମାତା ଲକ୍ଷ୍ମୀ ଙ୍କର ଦିଗ ବୋଲି କୁହାଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆଜିର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *