ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମସ୍ତିସ୍କ ହେଉଛି ଆମ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ମସ୍ତିସ୍କ ସହିତ ଆମ ଶରୀରର ସମସ୍ତ ଅଙ୍ଗ ପ୍ରତ୍ଯେଙ୍ଗର ସଂଯୋଗ ରହିଅଛି । ମସ୍ତିସ୍କ ଶରୀରର କାର୍ଯ୍ୟକୁ ସଠିକ ଦିଗରେ ନିର୍ଦ୍ଧେଶନା ଦେଇଥାଏ । ଆମ ମୁଣ୍ଡରେ ସବୁବେଳେ କିଛି ନା କିଛି ଯୋଜନା ଚାଲିଥାଏ । ଆମେ ରାତିରେ ଶୋଇଲା ସମୟରେ ଶରୀରକୁ ବିଶ୍ରାମ ମିଳିଯାଇଥାଏ କିନ୍ତୁ ମସ୍ତିସ୍କ ଅନବରତ କାର୍ଯ୍ୟ ଜାରୀ ରଖିଥାଏ ।
ଯେପରି ମୋବାଇଲରେ ଅଧିକ ଆପ୍ ରହିଗଲେ ତାର ଷ୍ଟୋରେଜ ଭର୍ତ୍ତି ହୋଇ ମୋବାଇଲ ହାଙ୍ଗ ହୋଇଯାଇଥାଏ । ସେହିପରି ମସ୍ତିସ୍କକୁ ଯଦି ଆମେ ବିଶ୍ରାମ ଦେବା ନାହିଁ । ତେବେ ମସ୍ତିସ୍କ ମଧ୍ୟ କୌଣସି କାର୍ଯ୍ୟକୁ ସଠିକ ଭାବରେ ତୁଲାଇ ପାରିବ ନାହିଁ । ସେଥିପାଇଁ ସର୍ବଦା କିଛି ସମୟ ନିଜ ମସ୍ତିସ୍କକୁ ଆରାମ ଦେବା ପାଇଁ ଚେଷ୍ଟା କରିବା ଉଚିତ । ମସ୍ତିସ୍କ କିଛି ସମୟ ପର୍ଯ୍ୟନ୍ତ ବିଶ୍ରାମ ନେବା ପାଇଁ ହେଲେ ।
ଆମେ ସେହି ସମୟରେ କିଛି କିଛି ଅନାବଶ୍ୟକ ଚିନ୍ତାଧାରାକୁ ମୁଣ୍ଡରୁ କାଢି ଫିଙ୍ଗି ଦେବା ଉଚିତ । ଯାହା ଦ୍ଵାରା ମସ୍ତିସ୍କ ଯେତେ ପରିଷ୍କାର ହେବ । ମସ୍ତିସ୍କ ସେତେ ଅଧିକ ମାତ୍ରାରେ କାର୍ଯ୍ୟକାରୀ ହୋଇପାରିବେ । ଆପଣ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ୫ ରୁ ୧୦ ମିନିଟ ପର୍ଯ୍ୟନ୍ତ ନିରୋଳାରେ ବସି ରୁହନ୍ତୁ ।
ସେହି ଶାନ୍ତିରେ ବସି ରହିବା ସମୟ ଅବଧି ମଧ୍ୟରେ ଗଣନା କରନ୍ତୁ । ୧୦୦, ୯୯ ଏହିପରି ଭାବରେ ପଛକୁ ପଛ ଓଲଟା ଗଣି କରି ଆସି ୦ ପାଖରେ ପହଞ୍ଚନ୍ତୁ । ନଚେତ ୧୦୦, ୯୮ ଏହିପରି ୨ ସଂଖ୍ୟା ଅନ୍ତରରେ ପଛକୁ ପଛ କରି ୦ ପର୍ଯ୍ୟନ୍ତ ଆସନ୍ତୁ । ଏପରି କରିବା ଦ୍ଵାରା ବ୍ରେନରେ ବିଚରଣ କରୁଥିବା ଅଯଥା ଭାବନା ମୁଣ୍ଡରୁ ଧୀରେ ଧୀରେ କରି ବାହାରିବାକୁ ଆରମ୍ଭ ହୋଇବ ।
ବ୍ରେନ ଯେତେ ଶୀଘ୍ର ଅଯଥା ଚିନ୍ତାରୁ ମୁକ୍ତ ହୋଇବ । ସେତେ ଭାବରେ ମୁଣ୍ଡ ହାଲକା ଲାଗିବ । ବ୍ରେନ ପାୱାର ଧୀରେ ଧୀରେ ବୃଦ୍ଧି ପାଇବ ଓ ମସ୍ତିସ୍କ ଶକ୍ତିଶାଳୀ ହୋଇପାରିବେ । ଆପଣ ନିଜ ମୁଣ୍ଡରୁ ଅଯଥା କଥା କାଢିବା ଦ୍ଵାରା ମୁଣ୍ଡରେ ଯେଉଁ ଶୂନ୍ୟସ୍ତାନ ସୃଷ୍ଟି ହେବ ।
ସେହି ଶୂନ୍ୟସ୍ତାନକୁ ପୂରଣ କରିବା ପାଇଁ କିଛି ଭଲ ଭାବନା ଆପଣଙ୍କୁ ଗ୍ରହଣ କରିବାକୁ ପଡିବ । ଯେଉଁ ଅମୂଲ୍ୟ ଭାବନା ଆପଣଙ୍କ ପାଇଁ ସକାରତ୍ମକ ହୋଇଥିବ । ସେହି ଭାବନାକୁ ବାସ୍ତବରେ ପରିଣତ କରିବେ । ତେବେ ନିହାତି ଭାବେ ଆପଣ ସଫଳ ବ୍ୟକ୍ତିତ୍ବର ଆକ୍ଷା ପାଇପାରିବେ । ଏହା ଦ୍ଵାରା ଆପଣଙ୍କର ଭବିଷ୍ୟତ ଉଜ୍ଜଳ ହୋଇପାରିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ