ନମସ୍କାର ବନ୍ଧୁଗଣ । କୁକୁର ଏକ ଅତ୍ୟନ୍ତ ବିଶ୍ଵସ୍ଥ ପଶୁ ଅଟେ । ମଣିଷ ମାନଙ୍କ ପାଇଁ ଯେତେ କିଛି କରିଲେ ମଧ୍ୟ ସେମାନେ ଦିନେ ନା ଦିନେ ସ୍ଵାର୍ଥ ରେ ବାଧା ଦେଖିଲେ ଧୋକା ଦେଇ ଦେଇଥାନ୍ତି, କିନ୍ତୁ କୁକୁର ଯଦି ଥରେ କାହର ରୋଟି ଖାଇଥାଏ, ତେବେ ସେ ମୃତ୍ୟୁ ପର୍ଯ୍ୟନ୍ତ ସେ ମଣିଷ କୁ ଭୁଲି ପାରେ ନାହିଁ । ଯେପରି ମଣିଷ ମାନେ କୁକୁର କୁ ପସନ୍ଦ କରିଥାନ୍ତି, ସେହିପରି କୁକୁର ମାନେ ମଧ୍ୟ ମଣିଷ ଙ୍କୁ ଖୁବ ପସନ୍ଦ କରିଥାନ୍ତି । ଏପରିକି କୁକୁର ର କାନ୍ଦ ମଧ୍ୟତ ମଣିଷ ମାନଙ୍କ ସହ ଯୋଡି ହୋଇଥାଏ ।
କୁକୁର ମାନେ ମଣିଷ ମାନଙ୍କର ପ୍ରକୃତ ବନ୍ଧୁ ହୋଇଥାନ୍ତି । ସେମାନେ ମଣିଷ ମାନଙ୍କର ଭଲ ମନ୍ଦ ସବୁ ଜାଣି ଦେଇ ପାରିଥାନ୍ତି । ଘରର ବୟସ୍କ ଲୋକ ମାନଙ୍କ ହିସାବରେ ଯେତେବେଳେ କୁକୁର ରାତିରେ କାନ୍ଦିଥାନ୍ତି, ସେତେବେଳେ କାହାର ନା କାହର ମୃତ୍ୟୁ ନିଶ୍ଚୟ ହୋଇଥାଏ ।
ଏହାଛଡା କିଛି ଲୋକ ଏପରି ମଧ୍ୟ କହିଥାନ୍ତି କି, କୁକୁର ମାନେ ପ୍ରେତାତ୍ମା ଙ୍କୁ ଦେଖି ପାରନ୍ତି, ଓ ତାହାସହ ସେମାନେ ଆଖ ପାଖରେ ଥିବା ବିପଦ କୁ ଜାଣି ପାରିଥାନ୍ତି । କିନ୍ତୁ ବୈଜ୍ଞାନିକ ମାନେ ଏହି ସବୁ ବିଷ୍ୟ ଗୁଡିକ ଉପରେ ଯାଞ୍ଚ କରି ନିଜର କିଛି ଭିନ୍ନ ଭିନ୍ନ ମତ ପ୍ରଦାନ କରିଛଣନ୍ତି । କୁକୁର ମାନେ କନ୍ଦିବା ବା ବାରମ୍ବାର ଭୋକିବାର ଏହି ସବୁର କିଛି ଅନ୍ୟ କାରଣ ମଧ୍ୟ ହୋଇପାରେ ।
ଯେପରିକି ସମସ୍ତେ ହିଁ ଜଣନ୍ତି କି କୁକୁର ଏକ ବିଶ୍ଵସ୍ତ ପ୍ରାଣୀ ହୋଇଥାଏ । ସେ କେବେ ମଣିଷ କୁ ଧୋକା ଦେଇ ନଥାଏ । କୁକୁର ମାନେ ଯଦି ହଟାତ କୌଣସି ଅଜଣା ବ୍ୟକ୍ତି ଙ୍କୁ ନିଜ ସ୍ଥାନରେ ଦେଖଣତି ତେବେ ସେମାନେ ଭୋକିବା କୁ ଆରମ୍ଭ କରି ଦେଇଥାନ୍ତି । ଏହାଛଡା ଅଧିକ କୋଳାହଳ ବା ବାସନ ଆଦି ପଡିବାର ଧ୍ୱନି ପ୍ରାୟତଃ କୁକୁର ମାନଙ୍କୁ ପସନ୍ଦ ଆସି ନଥାଏ । ଏହା କାରଣ ରୁ ମଧ୍ୟ କୁକୁର ମାନେ କନ୍ଦିବା ସହ ଭୋକି ଥାନ୍ତି ।
ରାତିରେ ଯଦି ନିଜ ଆଞ୍ଚଲ ରେ ହଟାତ କୌଣସି ବାହାରର ବ୍ୟକ୍ତି ମାନଙ୍କୁ କୁକୁର ମାନେ ଦେଖି ଦିଅନ୍ତି, ତେବେ କୁକୁର ମାନେ କାନ୍ଦି ବା ଭୋକି ମଣିଷ ମାନଙ୍କୁ ସତର୍କତା ର ସୂଚନା ଦେଇଥାନ୍ତି । ତାହାସହ କୁକୁର ମାନେ ଦୂର ରେ ଥିବା ଅନ୍ୟ କୁକୁର ମାନଙ୍କ ସହ ମଧ୍ୟ ଏପରି ଭୋକି ଭୋକି ବାର୍ତ୍ତାଳାପ ମଧ୍ୟ କରିଥାନ୍ତି ବୋଲି ବୈଜ୍ଞାନିକ ମାନେ ଏପରି ନିଜର ମତ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କ ର ଏହି ବିଷୟ ଉପରେ କଣ ମତାମତ ରହିଛି, ଆପଣ ମାନେ ଆମକୁ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ