Ajira Anuchinta- କ୍ରୋଧ ବ୍ରହ୍ମା ଚଣ୍ଡାଳ, କଥା କଥାରେ ରାଗି ଯାଉଛନ୍ତି କି, 5 ମିନିଟରେ କ୍ରୋଧକୁ ଏମତି କରନ୍ତୁ ଶାନ୍ତ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନରେ ଏପରି ଅନେକ କିଛି ଶିକ୍ଷଣୀୟ କଥା ରହିଅଛି । ଯାହା ଆପଣ ମାନେ ଅଳ୍ପ ବହୁତ ସେହି ବିଷୟରେ ଜାଣିବାର ଶୌଭାଗ୍ୟ ପାଉଅଛନ୍ତି । ସେହି ଉପକାରୀ ଓ ଶିକ୍ଷଣୀୟ କଥାକୁ ଯଦି ଆମ ଦୈନଦିନ ଜୀବନରେ ଏହାର ପ୍ରୟୋଗ କରନ୍ତି । ତେବେ ଯାଇ ଜୀବନ ଅଧିକ ମାତ୍ରାରେ ସୁଖମୟ ହୋଇପାରିବ । ନଚେତ ଆପଣଙ୍କର ଜାଣତରେ ହେଉ ଅବା ଅଜାଣତରେ ଅନେକ କିଛି ଭୁଲ୍ ହୋଇଯିବାର ସମ୍ଭାବନା ରହିଅଛି ।

ସେହିପରି କିଛି ସାଧୁବାଣୀ ଆଜି ଏହି ପୋଷ୍ଟ ମାଧ୍ୟମରେ ଜାଣିବାକୁ ପାଇବେ । ଯେଉଁ ବ୍ୟକ୍ତି ମାନେ କଥା କଥାରେ ରାଗିଯାଇଥାନ୍ତି । ସେହି ବ୍ୟକ୍ତି ମାନେ ଯଦି ଦିନକୁ ଅତି କମ୍ ରେ ୪ ରୁ ୫ ଥର ଗୋଡ ଧୋଇବେ । ତେବେ ଧୀରେ ଧୀରେ କରି ସେହି ବ୍ୟକ୍ତି ମାନଙ୍କର ରାଗ ଶାନ୍ତ ହୋଇଯାଇଥାଏ । ଛୋଟ ପିଲାଙ୍କୁ ସର୍ବଦା କଂସା ବାସନରେ ଖାଇବାକୁ ଓ ପିଇବାକୁ ଦିଅନ୍ତୁ ।

ଯାହା ଦ୍ଵାରା ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । ବ୍ରାହ୍ମୀ ଶାଗ ମାସରେ ଅତି କମ୍ ରେ ୧ ରୁ ୨ ଥର ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ମଧ୍ୟ ପାଠ ପଢୁଥିବା ପିଲାଙ୍କର ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । ମନ୍ଦିରରେ ନଡିଆ ବାଡେଇବା ସମୟରେ ଯଦି ନଡିଆ ପଚା ପଡିଥାଏ । ତେବେ ଏହା ଶୁଭ ହୋଇଥାଏ ।

ତେଣୁ ଏହାର ପ୍ରତିକାର ପାଇଁ ଗୋଟିଏ ଗୁଆ ମୁଣ୍ଡରେ ଛୁଇଁ ଠାକୁରଙ୍କ ପାଖରେ ଥୋଇ ଦିଅନ୍ତୁ । କାରଣ ଗୁଆକୁ ଦିତୀୟ ନାରିକେଳ ବା ନଡିଆ ହିସାବରେ ଗଣତି କରାଯାଇଥାଏ । ଘରର ବିମ୍ ତଳେ ବସିବା, ଶୋଇବା କିମ୍ବା ଖାଇବା ଉଚିତ ହୋଇନଥାଏ । ଗାଧୁଆ ଘରର କବାଟ ସବୁବେଳେ ବନ୍ଦ କରି ରଖିବା ଉଚିତ ହୋଇଥାଏ । ଘରର ଆଲମାରୀର କବାଟକୁ କେବେ ଖୋଲା କିମ୍ବା ଦର ଆଉଜା କରି ରଖିବା ଉଚିତ ହୋଇନଥାଏ ।

ବହୁତ ସମୟ ବସି ରହିବା ଦ୍ଵାରା ଯଦି ଗୋଡ ଝିମ ଝିମ ହେଉଜାଇଥାଏ । ତେବେ ଯେଉଁ ଗୋଡ ଝୀମ ଝିମ ହୋଇଯାଉଥିବ । ତେବେ ତାହାର ବିପରୀତ କାନକୁ ଟାଣି ୭ ଥର ଓମ୍ ଜପ କରିବା ଦ୍ଵାରା ଗୋଡ ସାଧାରଣ ଅବସ୍ତାକୁ ଚାଲିଆସିଥାଏ । ପାଟିର ଅପରିଷ୍କାର ପଦାର୍ଥକୁ ଯଦି ଘରର ଏଠି ସେଠି ଫୋପାଡନ୍ତି । ତେବେ ବହୁ କଷ୍ଟରେ ଅର୍ଜିତ କରି ଥିବା ଯଶ ଓ ସମ୍ମାନ ନଷ୍ଟ ହୋଇଥାଏ ।

ଘରକୁ ଆସୁଥିବା ଅତିଥିଙ୍କୁ ଥଣ୍ଡା ଜଳ ସେବନ କରିବାକୁ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଉପରୁ ରାହୁ ଦୋଷ କଟିଜାଇଥାଏ । ଯଦି କୌଣସି କାରଣରୁ ଅଧିକ ରାଗ ଲାଗିଥାଏ । ତେବେ ପାନିଆ ଧରି ମୁଣ୍ଡ କୁଣ୍ଡାଇବା ଦ୍ଵାରା ରାଗ ଶାନ୍ତ ହୋଇଯାଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *