ସବୁବେଳେ ଅଧିକ ଚିନ୍ତାରେ ରହୁଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ… (Motivational Speech)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ବ୍ୟକ୍ତି ନିଜ ଜୀବନକୁ ଭଲ ଭାବେ ଉପଭୋଗ କରିବା ଉଚିତ । କାରଣ ଜୀବନରେ ଦୁଃଖ ଓ କଷ୍ଟ ସମୟ ସମୟରେ ଲାଗିରହିଥାଏ । ସବୁ ପରିସ୍ଥିତିକୁ ଖାପ ଖୁଆଇ ଚାଲିବା ଉଚିତ । କାରଣ ଯଦି ଆମେ ମାନେ କୌଣସି ପରିସ୍ଥିତିର ଚାପ ପଡି ନିଜକୁ ଭାଙ୍ଗି ଦେବା । ତେବେ ନିଜ ଜୀବନରେ କେବେ ମଧ୍ୟ ଆଗକୁ ବଢିପାରିବେ ନାହିଁ । ତେଣୁ ଜୀବନର ସବୁ ଦୁଖ ଯନ୍ତ୍ରଣାକୁ ଭୁଲି ବିନ୍ଦାସ୍ ଭାବେ ବଞ୍ଚିବାକୁ ଆଜି ଆପଣ ୫ ଟି ଉପକାରୀ ବାଣୀ ଜାଣିବାକୁ ପାଇବେ ।

ପ୍ରଥମେ ହେଉଛି ଜୀବନରେ ଘଟି ଯାଇଥିବା ଅତୀତ ଓ ଆଗକୁ ଘଟିବା ଭବିଷ୍ୟତ ବିଷୟରେ ଅଧିକ ଭାବି ନିଜକୁ ଚିନ୍ତାଶୀଳ କରି ରଖନ୍ତୁ ନାହିଁ । କାରଣ ନିଜ ଜୀବନରେ ସବୁବେଳେ ବର୍ତ୍ତମାନକୁ ମଜଭୁତ କରି ବଞ୍ଚିବା ଶିଖନ୍ତୁ । କାରଣ ବର୍ତ୍ତମାନ ଠିକ ହେଲେ । ସବୁ କିଛି ଭଲ ହିଁ ହୋଇବ । ଦିତୀୟରେ ସବୁ ବେଳେ ସବୁ ପରିସ୍ଥିତିରେ ଖାପ ଖୁଆଇ ଚାଲିବା ଶିଖନ୍ତୁ ।

କାରଣ ଦୁଃଖ ଓ ସୁଖ ସମିଶ୍ରଣରେ ହିଁ ଜୀବନ ଗଠିତ ହୋଇଥାଏ । ସବୁ ପରିସ୍ଥିତିକୁ ସାହସର ସାମ୍ନା କରିବାର ଦକ୍ଷତା ସମସ୍ତଙ୍କ ପାଖରେ ରହିବା ଉଚିତ । ଯାହା ଦ୍ଵାରା ବ୍ୟକ୍ତି ନିଜ ଜୀବନରେ ଅନେକ ଉନ୍ନତି କରିପାରିବ । ତୃତୀୟରେ ଅନ୍ୟ ଲୋକ ସହିତ ନିଜକୁ ମିଳାଇ ଆଗକୁ ବଢନ୍ତୁ ।

ହୁଏତ ସମସ୍ତଙ୍କ ସାଥିରେ ଭଲ ସମ୍ପର୍କ ରଖିବା ସତ୍ବେ ମଧ୍ୟ ସମ୍ପର୍କ ଏତେ ନିବିଡ ହୋଇପାରିନଥାଏ । କିନ୍ତୁ ସବୁବେଳେ ଚେଷ୍ଟା କରିବେ । ଯିଏ ଭଲ ବ୍ୟକ୍ତିତ୍ବ ତାଙ୍କ ସହିତ ଆଗକୁ ବଢିଚାଳିବେ । ଯେଉଁ ବ୍ୟକ୍ତିତ୍ବ ଆପଣଙ୍କର ପସନ୍ଦ ନୁହନ୍ତି । ଆପଣଙ୍କ ତାଙ୍କ ସହିତ ମନ ମିଶୁ ନାହିଁ । ତେବେ ଏହିପରି କେତେ ଲୋକ ଅଛନ୍ତି । ଯାହା ସାଥିରେ ଆପଣଙ୍କ ମନ ମିଶୁ ନାହିଁ ।

ଯେତିକି ଖରାପ ଲୋକ ତାଙ୍କୁ ତାଙ୍କ ହିସାବରେ ବଞ୍ଚିବାକୁ ଦିଅ । ଅନ୍ୟ ସହିତ ହସି ଖେଳି ଜୀବନ ବିତେଇବା ପାଇଁ ଚେଷ୍ଟା କର । ଚତୁର୍ଥରେ ବହୁତ ଲୋକ ଜୀବନକୁ ଅଧିକ ମାତ୍ରାରେ ସିରିଏସ ନେଇଯାଇଥାନ୍ତି  ଯାହା ଦ୍ଵାରା ସେମାନେ ନିଜ ଜୀବନକୁ ସଠିକ ଢଙ୍ଗରେ ବଞ୍ଚି ପାରନ୍ତି ନାହିଁ । ସେଭଳି କେବେ ମଧ୍ୟ କରନ୍ତୁ ନାହିଁ ।

ସବୁ ପ୍ରତି ଧ୍ୟାନ ଦିଅନ୍ତୁ କିନ୍ତୁ ନିଜକୁ କୌଣସି କାର୍ଯ୍ୟ ପାଇଁ ବହୁ ମାତ୍ରାରେ ଭାର ପ୍ରାପ୍ତ କରନ୍ତୁ ନାହିଁ । ପଞ୍ଚମରେମୁହଁ ଖୋଲି ନିଜ ମନର ଭାଷାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ । ସୁଖ ଓ ଦୁଃଖ ଅନ୍ୟ ସହିତ ଶ୍ୟେୟାର କରନ୍ତୁ । ସର୍ବ ଶେଷରେ ନିଜ ଜୀବନକୁ ସରସ ସୁନ୍ଦର କରିବଞ୍ଚିବାକୁ ଚେଷ୍ଟା କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍ କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *