Vastu Tips- ମା ଲକ୍ଷ୍ମୀ କୁହନ୍ତି ଏହି 5 ଟି ଜିନିଷ ହୋଇଥାଏ ଦରିଦ୍ରତାର କାରଣ, କଣ ଆପଣ ଏମିତି ଭୁଲ କରୁ ନାହାଁନ୍ତି ତ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଧନର ଦେବୀ ହେଉଛନ୍ତି ସ୍ଵୟଂ ମା ଅର୍ଣ୍ଣପୂର୍ଣା । ମା ଲକ୍ଷ୍ମୀ ଯେଉଁ ଘରେ ବାସ କରିଥାନ୍ତି । ସେହି ଘର ସୁଖ, ସମୃଦ୍ଧି ଓ ସୌହାର୍ଦ୍ଧ୍ୟରେ ସବୁବେଳେ ପରିପୂର୍ଣ୍ଣ ରହିଥାଏ । ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ଅନେକ ଗୁଡିଏ ଉପାୟ ମାନ ରହିଛି । ଯାହା କରିବା ଦ୍ଵାରା ମା ଆପଣଙ୍କ ଉପରେ ସର୍ବଦା ସନ୍ତୁଷ୍ଟ ହୋଇ ରହିଥାନ୍ତି । ଯେଉଁ ଜାଗାରେ ମା ଲକ୍ଷ୍ମୀ ପସନ୍ଦ କରୁନଥିବା କାର୍ଯ୍ୟ ଗୁଡିକ କରାଯାଇଥାଏ । ସେହି ଘରେ ମା ଲକ୍ଷ୍ମୀ ବାସ ନକରିବା ସହ ସେହି ଘରେ ଆର୍ଥିକ ସ୍ଥିତି ଖରାପ ହୋଇଯାଇଥାଏ ।

ମା ଲକ୍ଷ୍ମୀଙ୍କ ମୁଖରୁ ନିସୃତ ବାଣୀ ଅନୁସାରେ ଯେଉଁ ଘରେ ଠାକୁରଙ୍କ ପାଖରେ ସକାଳେ ଓ ସନ୍ଧ୍ୟାରେ ଗାଈର ଶୁଦ୍ଧ ଘିଅରେ ଦୀପ ପ୍ରଜ୍ୱୋଳନ କରାଯାଇଥାଏ । ସେହି ଘରେ ସବୁବେଳେ ସୁଖ ସମୃଦ୍ଧି ବଜାୟ ରହିଥାଏ । ସବୁ ଦେବାଦେବୀଙ୍କର ଆଶ୍ରୀବାଦ ସେହି ଘରର ପରିବାରର ସମସ୍ତ ସଦସ୍ୟଙ୍କ ଉପରେ ରହିଥାଏ । କୌଣସି କାର୍ଯ୍ୟ କରିବା ପୂର୍ବରୁ ବାଧାବିଘ୍ନ ସୃଷ୍ଟି ହୋଇନଥାଏ ।

ଦିତୀୟରେ ଘରକୁ ଆସୁଥିବା ସମସ୍ତ ଅତିଥିଙ୍କୁ କେବେ ମଧ୍ୟ ଖାଲି ମୁହଁରେ ଫେରେଇ ଦେବା ଉଚିତ ନୁହେଁ । ଘରକୁ ଆସୁଥିବା ଅତିଥିଙ୍କୁ ସମ୍ମାନର ସହ ଖୁଆଇ, ପିଆଇ ତାଙ୍କର ଉପଯୁକ୍ତ ଭାବେ ଅତିଥି ସତ୍କାର କରିବା ଉଚିତ । କିଛି ନହେଲେ ସାଧାରଣ ପାଣି ଅତିଥିଙ୍କୁ ପିଇବାକୁ ଦେଇ ତାଙ୍କ ମନ ପ୍ରସନ୍ନ କରିବା ଦରକାର ।

କାରଣ ଘରର ଅତିଥି ସନ୍ତୁଷ୍ଟି ହୋଇଲେ । ଏହା ଦ୍ଵାରା ମା ଲକ୍ଷ୍ମୀ ମଧ୍ୟ ସନ୍ତୁଷ୍ଠ ହୋଇଥାନ୍ତି । ତୃତୀୟରେ ଘରେ ସବୁବେଳେ ମହୁ ରଖିବା ଉଚିତ । କାରଣ ଘରେ ମହୁ ରଖିବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ । ଯେଉଁ ପାତ୍ରରେ ମହୁ ରଖିବେ ସେହି ପାତ୍ରଟି ପରିଷ୍କାର ଓ ପରିଚ୍ଛନ ରହିବା ନିହାତି ଉଚିତ । ଚତୁର୍ଥରେ ଘରେ ବୀଣା ରଖିବା ବହୁତ ହିଁ ଶୁଭ ଧରାଯାଇଥାଏ ।

କାରଣ ଘରେ ବୀଣା ରଖିବା ଦ୍ଵାରା ଘରେ ଅଟକି ରହିଥିବା କାର୍ଯ୍ୟ ସୂଚାରୁ ରୂପରେ ସମ୍ପର୍ଣ୍ଣ ହୋଇଥାଏ । ପଞ୍ଚମରେ ନିଜ ଘର ଓ ରୋଷେଇ ଘରକୁ ସବୁବେଳେ ପରିଷ୍କାର ଓ ପରିଚ୍ଛନ୍ନ କରି ରଖିବା ଆବଶ୍ୟକ । କାରଣ ପରିଷ୍କାର ପରିବେଶରେ ମା ଲକ୍ଷ୍ମୀ ସହିତ ଅନ୍ୟ ଦେବାଦେବୀ ମଧ୍ୟ ବସ କରିବାକୁ ଆଗ୍ରହ ହୋଇଥାନ୍ତି । ଘର ପରିବେଶକୁ ଅପରିଷ୍କାର କରି ରଖିବା ଦ୍ଵାରା ସେହି ଘରର ପରିବାର ସଦସ୍ୟଙ୍କ ସବୁବେଳେ ସ୍ଵାସ୍ଥ ଜନିତ ସମସ୍ଯାରେ ଶିକାର ହେବା ପାଇଁ ପଡିଥାଏ ।

ପୂଜା କରିବା ସମୟରେ ପୂଜା ଘରକୁ ସଫା ରଖିବା ସହିତ ପୂଜା ସାମଗ୍ରୀକୁ ଉପଯୁକ୍ତ ସ୍ଥାନରେ ରଖିବା ଉଚିତ । ପୂଜା କରିବା ସମୟରେ ହାଇ ମାରିବା କିମ୍ବା ଅଳସ ଭାଙ୍ଗିବା ଉଚିତ ନୁହେଁ । ଏହା ଦ୍ଵାରା ମା ଲକ୍ଷ୍ମୀ କ୍ରୋଧ ପ୍ରକାଶ କରିଥାନ୍ତି । ସେହି ଘରେ ଦରିଦ୍ରତା ବୃଦ୍ଧି ପାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *