Samudrika Shastra- ଏମିତି ପାଦ ଥିବା ବ୍ୟକ୍ତି ଜୀବନରେ ଖୁବ ଶୀଘ୍ର ହୁଅନ୍ତି ଧନୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭବିଷ୍ୟ ପୁରାଣରେ ପୁରୁଷ ମାନଙ୍କ ବିଷୟରେ ଏପରି କିଛି କଥା ବର୍ଣ୍ଣିତ ହୋଇଅଛି । ଯାହା ପୁରୁଷ ମାନଙ୍କୁ ଜାଣିବା ନିହାତି ଉଚିତ । ପୁରୁଷମାନେ ଆମ ସମାଜର ଏକ ଶକ୍ତିଶାଳୀ ଅଙ୍ଗ । ପୁରୁଷ ବିନା ଏକ ନାରୀ କେବେ ମଧ୍ୟ ସମ୍ପୂର୍ଣ୍ଣତା ପାଇପାରିନଥାଏ । ପୁରୁଷ ମାନଙ୍କର ଶାରୀରିକ ଗଠନ ଅନୁସାରେ ତାଙ୍କର ସ୍ଵଭାବ  ବିଷୟରେ ଜାଣିହୋଇ ଯାଇଥାଏ ।

ତାଙ୍କର ଦେହରେ ରହିଥିବା କଳାଜାଇ ଓ ପାଦର ଆକୃତି ଦେଖିକରି ସେହି ପୁରୁଷ ଭାଗ୍ୟଶାଳୀ କି ନାହିଁ ଆପଣ ଆଜି ଜାଣିବାକୁ ପାଇବେ । ଯେଉଁ ପୁରୁଷର ଡାହାଣ ପଟ ଗାଲରେ କଳାଜାଇ ରହିଥାଏ । ସେହି ବ୍ୟକ୍ତି ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି । ତାଙ୍କ ଜୀବନରେ ଅଧିକ ମାତ୍ରାରେ ପ୍ରେମ ଭୋଗ କରିବାର ସମ୍ଭାବନା ଥାଏ କିନ୍ତୁ ଯେଉଁ ପୁରୁଷର ବାମ ପାଟ ଗାଲରେ କଳାଜାଇ ରହିଥାଏ । ସେହି ପୁରୁଷ ମାନଙ୍କର ଦାମ୍ପତ୍ୟ ଜୀବନ ଏତେ ରୋମାଣ୍ଟିକ ହୋଇନଥାଏ ।

ସେହି ପରି ପୁରୁଷ ମାନଙ୍କର ଡାହାଣ ପଟ ଆଖିର ଉପର ଭାଗରେ କଳାଜାଇ ରହିବା ଦ୍ଵାରା ଲଭ ଲାଇଫ୍ ରୋମାଣ୍ଟିକ ହୋଇଥିବା ବେଳେ ବାମ ପଟ ଆଖିର ଉପର ଭାଗରେ କଳାଜାଇ ରହିବା ଦ୍ଵାରା ଲଭ ଲାଇଫ୍ ଏତେ ପ୍ରେମଭରା ହୋଇନଥାଏ । ପୁରୁଷ ମାନଙ୍କର ଡାହାଣ ହାତରେ କଳାଜାଇ ରହିବା ଦ୍ଵାରା ତାଙ୍କର ଜୀବନସାଥିଙ୍କ ଠାରୁ ବହୁତ ପ୍ରେମ ମିଳିବା ସହିତ ତାଙ୍କ ଧନବାନ ହେବାର ମଧ୍ୟ ଯୋଗ ରହିଥାଏ ।

ଯେଉଁ ପୁରୁଷ ମାନଙ୍କର ମଥାରେ କଳାଜାଇ ରହିଥାଏ । ଏମାନେ ବହୁତ ଧନ କମାଇଥାନ୍ତି କିନ୍ତୁ ସେମାନେ ବହୁତ ଖର୍ଚି ସ୍ଵଭାବର ହୋଇଥାନ୍ତି । ଯେଉଁ କାରଣରୁ ଟଙ୍କା ଯେତେ କମାଇଲେ ମଧ୍ୟ ତାଙ୍କୁ ଟଙ୍କାର ଅଭାବ ରହିଥାଏ । ଯେଉଁ ପୁରୁଷ ମାନଙ୍କର ପାଦର ବୁଢା ଆଙ୍ଗୁଠି ଠାରୁ ବିଶି ଆଙ୍ଗୁଠି ଠାରୁ ବଡ ହୋଇଥାଏ । ସେହି ପୁରୁଷ ମାନଙ୍କ ଭାଗ୍ୟରେ ସ୍ତ୍ରୀ ସୁଖ ଅଧିକ ପରିମାଣରେ ମିଳିଥାଏ ।

ଯେଉଁ ପୁରୁଷ ମାନଙ୍କର ପାଦ ନାଲି ରଙ୍ଗ ତଥା ମାଂଶଳ ଓ କୋମଳ ହୋଇଥାଏ । ସେହି ପୁରୁଷମାନେ ସର୍ବଦା ସୁଖରେ ଜୀବନ ଅତିବାହିତ କରିଥାନ୍ତି । ଯେଉଁ ପୁରୁଷର ପାଦର ଆଙ୍ଗୁଠି ଅଧିକ ମୋଟା ହୋଇଥାଏ । ତାଙ୍କ ଜୀବନ ବହୁତ କଷ୍ଟପୂର୍ଣ୍ଣ ହୋଇଥାଏ । ପୁରୁଷ ମାନଙ୍କର ପାଦ ରୁକ୍ଷ, ସୁସ୍ଖ ଓ ଭଙ୍ଗା ନଖ ହୋଇଥାଏ ଓ ଆଙ୍ଗୁଠି ଗୁଡିକ ଅସମାନ ହୋଇରହିଥାଏ । ସେମାନେ ନିଜ ଜୀବନରେ ଭାଗ୍ୟର ସହାୟତା ବହୁତ କମ୍ ପାଇଥାନ୍ତି ।

ପୁରୁଷ ମାନଙ୍କର ପାଦର ବୁଢା ଆଙ୍ଗୁଠି ଠାରୁ କାଣୀ ଆଙ୍ଗୁଠି ଯଦି ବଡ ହୋଇଥିବ । ତେବେ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ପୁରୁଷ ମାନଙ୍କର ପେଟ ଗୋଲ ଓ ମାଂଶାଳ ହୋଇଥାଏ । ଏମାନଙ୍କ କ୍ଷେତ୍ରରେ ଧନବାନ ହେବାର ବହୁତ ଅଧିକ ସମ୍ଭାବନା ରହିଥାଏ । ଯେଉଁ ପୁରୁଷର ପିଠି କଇଁଛ ଆକୃତିର ହୋଇଥାଏ । ସେହି ବ୍ୟକ୍ତି ମା ଲକ୍ଷ୍ମୀଙ୍କର ପ୍ରିୟର ପାତ୍ର ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍ ଓ କମେଣ୍ଟ କରିବାକୁ ଆଦ୍ୱୋ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *