ପୂଜାରେ ଲାଗିଥିବା ନଡିଆ ଖରାପ ବାହାରିଲେ କଣ ସଂକେତ ହୋଇଥାଏ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ । ପୂଜା ସମୟ ରେ ଏକ ଭକ୍ତ ନିଜ ହାତରେ ସମସ୍ତ ସାମଗ୍ରୀ ମାନ ଚୟନ କରିଥାଏ । ତେବେ ସେ ଫୁଲ ହେଉ ବା ଫଳ । ବନ୍ଧୁଗଣ ନଡିଆ ଏକ ଏପରି ଫଳ ଯାହାକି ଅମୃତ ଫଳ ମଧ୍ୟରେ ମଧ୍ୟ ଗଣନା କରାଯାଇଥାଏ । ଏହାଛଡା ଏହାକୁ ଶୁଭଫଳ ବୋଲି ମଧ୍ୟ କୁହାଯାଇଥାଏ । ଏବଂ ଯେଉଁ ପୂଜା ହେଉ ନା କାହିଁକି ନଡିଆ ସବୁ ପୂଜାରେ ବ୍ୟବହାର ରେ ଲାଗିଥାଏ । ସର୍ବପ୍ରଥମେ ଏହାକୁ କଳସ ସ୍ଥାପନ ସମୟରେ ବ୍ୟବହାର କରାଯାଏ । ତତତ୍ପଶ୍ଚାତ୍ତ ଏହାକୁ ଭୋଗ ରୂପରେ ମଧ୍ୟ ବ୍ୟବହାର କରାଯାଇଥାଏ ।

ଭଗବାନଙ୍କୁ ସବୁବେଳେ ନିଜ ସକ୍ଷମ ଅନୁସାରେ ସୁନ୍ଦର ଓ ସ୍ବଚ୍ଛତା କୁ ନଜର ରେ ରଖି ସର୍ବଶ୍ରେଷ୍ଠ ବସ୍ତୁ ହିଁ ଅର୍ପଣ କରିବା ଉଚିତ । ବନ୍ଧୁଗଣ ଶାସ୍ତ୍ରରେ ବର୍ଣ୍ଣିତ ହୋଇଅଛି ଯେ, ଯେଉଁ ଫଳ ପୁଷ୍ପ ଖଣ୍ଡିତ ବା ଖରାପ ହୋଇ ଯାଇଥାଏ ସେ ଗୁଡିକ ପୂଜା ରେ ବ୍ୟବହାର କରାଯିବା ଅନୁଚିତ ହୋଇଥାଏ ।

ପୂଜା ସମୟରେ ପ୍ରାୟତଃ ସମସ୍ତଙ୍କ ସହ କେବେ ନା କେବେ ହୋଇଥିବ କି ପୂଜାରେ ଭୋଗ ରୂପେ ନେଇଥିବା ନଡିଆ ଖରାପ ବାହାରିଗଲା । ଏହା ଦେଖି ପ୍ରାୟତଃ ସମସ୍ତଙ୍କର ମନ ଦୁଃଖ ହୋଇ ଯାଇଥାଏ । କାରଣ ଭଗବାନଙ୍କ ପାଇଁ ଚୟନ କରି ନେଇଥିବା ଫଳ ଟି ଏପରି ଖରାପ ବାହାରିବା ବୋଧ ହୁଏ କିଛି ଖରାପ ସଂକେତ ହୋଇପାରେ, ସମସ୍ତେ ଏପରି କିଛି ଚିନ୍ତା କରିଥାନ୍ତି ।

କିନ୍ତୁ ବନ୍ଧୁଗଣ ବାସ୍ତବରେ ପୂଜାରେ ଯଦି ନେଇଥିବା ନଡିଆ ଖରାପ ବାହାରେ ତେବେ ଏହା ଅତ୍ୟନ୍ତ ହିଁ ଶୁଭ ହୋଇଥାଏ । ଏହାର ସିଧା ଅର୍ଥ ହେଉଛି କି ଆପଣଙ୍କ ଦ୍ଵାରା କରାଯାଇଥିବା ପୂଜା ଭଗବାନ ସ୍ଵୀକାର କରି ନେଇଛନ୍ତି । ଓ ଆପଣଙ୍କ ଉପରେ ଭଗବାନ ଙ୍କର ଅପାର କୃପା ରହିଅଛି । ବନ୍ଧୁଗଣ ଆମର ଶାସ୍ତ୍ର ରେ ଏହା ପଛରେ କିଛି କିମ୍ବଦନ୍ତୀ ମାନ ମଧ୍ୟ ରହିଅଛି । ନଡିଆ ରେ ମାତା ଲକ୍ଷ୍ମୀ ଙ୍କର ବାସ ରହିଥାଏ । ଏହି କାରଣ ରୁ ନଡିଆ କୁ ଶ୍ରୀଫଳ ବୋଲି ମଧ୍ୟ କୁହାଯାଇଥାଏ । ଯେ କୌଣସି କାର୍ଯ୍ୟ ହେଉ ନା କାହିଁକି ସର୍ବ ପ୍ରଥମେ ନଡିଆ ଭାଙ୍ଗି ଶୁଭ ଦିଆଯାଇଥାଏ ।

ମାନ୍ୟତା ରହିଅଛି ଯଦି ପୂଜାରେ ନଡିଆ ଟି ଶୁଖିଯାଇଥିବା ବା ଖରାପ ବାହାରୁଛି ଏହାର ସିଧା ଅର୍ଥ ହେଉଛି କି ଭଗବାନ ଆପଣ ଙ୍କର ପୂଜା କୁ ସ୍ଵୀକାର କରି ନେଇଛନ୍ତି, ଯେଉଁ କାରଣରୁ ହିଁ ପୂର୍ବରୁ ହିଁ ଆପଣ ଙ୍କର ନଡିଆ ର ପାଣି ସୁଖି ଯାଇଛି ବା ଖରାପ ପରି ଦେଖା ଯାଉଛି । ବନ୍ଧୁଗଣ ଏହି ସମୟରେ ଆପଣ ଭଗବାନ ଙ୍କୁ ନିଜର ଯେଉଁ ବି ମନୋସ୍କାମନା ପୂରଣ ପାଇଁ ମାଗିବେ, ତାହା ଖୁବ ଶୀଘ୍ର ନିଶ୍ଚୟ ପୂରଣ ହେବ ।

ବନ୍ଧୁଗଣ ଯଦି ନଡିଆ ଟି ପୂଜା ସମୟରେ ନଡିଆ ଟି ଭଲ ବାହାରେ ତେବେ ଏହି ନଡିଆ ଟିକୁ ମନ୍ଦିର ରେ ବା ପୂଜା ପରେ ଭାଙ୍ଗି ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *