Chanakya Niti- ଗାଧୋଇବା ସମୟରେ ଏହି 3 ଟି କାମ କେବେ ବି କରିବେ ନାହିଁ, ହେଇଯିବେ ବର୍ବାଦ

ବନ୍ଧୁଗଣ ଗରୁଡ ପୂରଣ ଅନୁସାରେ ଯଦି କେହି ସ୍ନାନ ସମୟରେ ବା ସ୍ନାନ କରିବା ତୁରନ୍ତ ପଶ୍ଚାତ ଏହି କାମ ଗୁଡିକୁ କରିଥାଏ, ତେବେ ସେହି ବ୍ୟକ୍ତି ର ଘରେ ସବୁବେଳେ ଦୁଃଖ ଦରିଦ୍ରତା ଲାଗି ରହିଥାଏ । ବେଳେବେଳେ ମଣିଷ ଜାଣି ପରି ନଥାଏ, କି ମଣିଷ ଅଜଣାତ ରେ ହିଁ ନିଜ ନିଜ ହାତ ରେ ନିଜ ଜୀବନ ପାଇଁ ଦୁଃଖ ଗୁଡିକୁ ଲେଖି ଦେଇଥାଏ । ଯାହାଫଳରେ ଘରେ ସବୁବେଳେ ଅଶାନ୍ତି ଓ କଳହ ଆଦି ଲାଗି ରହିଥାଏ ।

ବନ୍ଧୁଗଣ ମନୁଷ୍ୟ ଜୀବନରେ ସ୍ନାନ ଏକ ଅତ୍ୟନ୍ତ ଜରୁରୀ କର୍ମ ହୋଇଥାଏ । କେବଳ ଶାସ୍ତ୍ର ହିଁ ନୁହେଁ ଅପିତୁ ବିଜ୍ଞାନ ମଧ୍ୟ ଏହାକୁ ସ୍ଵୀକାର କରିଛି । ତେଣୁ ବନ୍ଧୁଗଣ ସ୍ନାନ କରିବା ମଣିଷ ପାଇଁ ନିତ୍ୟାନ୍ତ ଜରୁରୀ ହୋଇଥାଏ । ଏହାଛଡା ହିନ୍ଦୁଧର୍ମ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ନିତ୍ୟ ସ୍ନାନ କରିଥାଏ, ସେ କେବଳ ସ୍ନାନ ଦ୍ଵାରା ହିଁ ଜୀବନରେ ଅନେକ ପୂଣ୍ୟଫଳ ପ୍ରାପ୍ତ କରିଦେଇଥାଏ ।

ବନ୍ଧୁଗଣ ସ୍ନାନ କରି ସାରିବା ପରେ ଯଦି କେହି ବାଲଟି ରେ ପାଣି କିମ୍ବା ସେହି ସ୍ଥାନରେ ସ୍ନାନ କରିବାର ବସ୍ତୁ ଗୁଡିକୁ ସେପରି ଛାଡି ଦେଇ ଆସେ, ତେବେ ଏହାଦ୍ବାରା ସେହି ବ୍ଯକ୍ତିର ଜୀବନରେ ନକରାତ୍ମକତା ପ୍ରବେଶ କରିଥାଏ । ଏହାସହ ଆପଣଙ୍କ ଘରେ ମଧ୍ୟ ଦୁଃଖ ସମସ୍ଯା ମଧ୍ୟ ଲାଗି ରହିଥାଏ ।

ଏହାଛଡା ବନ୍ଧୁଗଣ କେବେ ମଧ୍ୟ ସ୍ନାନ ପରେ ସେହି ସ୍ଥାନରେ ନିଜେ ଧାରଣ କରିଥିବା ଅନ୍ତ୍ର ବସ୍ତ୍ର ବା ଯାହାକୁ ଆମେ ମାନେ ଅଣ୍ଡର ଗାରମେଣ୍ଟ ବୋଲି ଜାଣିଥାଉ, ଏହି ସବୁ କୁ କେବେ ମଧ୍ୟ ସେହି ସ୍ଥାନରେ ସେପରି ଓଦା ଛାଡି ଆସିବା ଠିକ ହୋଇନଥାଏ । କାରଣ ଏହାଦ୍ଵାରା ମଧ୍ୟ ବ୍ୟକ୍ତିର ଜୀବନ ଓ ଘର ପରିବାର ରେ ନକରାତ୍ମକତା ପ୍ରବେଶ କରିଥାଏ । ଶେଷରେ ବନ୍ଧୁଗଣ ସ୍ନାନ କରି ସାରିବା ପରେ କେବେ ମଧ୍ୟ ଗୋଡ ଧୋଇବା ଉଚିତ ହୋଇ ନଥାଏ ।

ଏହା ଦ୍ଵାରା ଶରୀର ଅଶୁଦ୍ଧ ହୋଇ ଯାଇଥାଏ । ହିନ୍ଦୁଧର୍ମ ଅନୁସାରେ ସ୍ନାନ ସବୁବେଳେ ଗୋଡ ରୁ ମସ୍ତିସ୍କ ଆଡକୁ କରାଯିବା ଉଚିତ । ଏହାଦ୍ଵାରା ଜୀବନ ରେ ସକରତ୍ମକତା ଭରି ରହିଥାଏ । ତାହାଛଡା କେବେ ମଧ୍ୟ ସ୍ନାନ ସମୟରେ ଚୁପ ହୋଇ ସ୍ନାନ କରିବା ଠିକ ହୋଇ ନଥାଏ । ଶାସ୍ତ୍ର ଅନୁସାରେ ସ୍ନାନ ସମୟରେ ଆପଣ ହରି ଭଜନ କରି ସ୍ନାନ କରିବା ଠିକ ହୋଇଥାଏ । ବନ୍ଧଗଣ ଗାଧୋଇ ସାରିବା ପରେ କେବେ ମଧ୍ୟ ଅଗ୍ନି କୁ ସ୍ପର୍ଶ କରାଯାଏ ନାହିଁ ବା କୌଣସି ଧାରୁଆ ଜିନିଷ କୁ ମଧ୍ୟ ସ୍ପର୍ଶ କରାଯିବା ଉଚିତ ହୋଇ ନଥାଏ ।

ବନ୍ଧୁଗଣ ଯଦି କେହି ଜୀବନରେ ଏହି ସବୁ ଛୋଟ ଛୋଟ କଥା ଗୁଡିକୁ ଧ୍ୟାନ ରେ ରଖି କାର୍ଯ୍ୟ କରିଥାଏ, ତେବେ ସେହି ବ୍ୟକ୍ତି ଟିର ଜୀବନ ସକରତ୍ମକତା ରେ ଭରି ଯାଇଥାଏ । ବନ୍ଧୁଗଣ ଯଦି କେହି ବ୍ୟକ୍ତିର ଜୀବନ ରେ ଥରେ ନକରାତ୍ମକତା ପ୍ରବେଶ କରିନିଏ ତେବେ ସେହି ବ୍ୟକ୍ତି ଟିର ଜୀବନରେ ସବୁବେଳେ ଦୁଃଖ ସମସ୍ଯା ମାନ ଲାଗି ରହିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି କିପରି ଲାଗିଲା, ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *