Vastu Shastra- ଠାକୁର ଘରେ ପୂଜା କରିବା ସମୟରେ ଏପରି ଭୁଲ କରୁଛନ୍ତି କି ? ସାବଧାନ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହିନ୍ଦୁ ଧର୍ମ ଅନୁସାରେ ଅନେକ ଦେବା ଦେବୀଙ୍କୁ ପୂଜା କରିବାର ନିୟମ ରହିଛି । ଠାକୁର ପୂଜା ପାଇଁ ଘରେ ଠାକୁର ଘର ତିଆରି କରିଥାନ୍ତି । ସେଠି ଲୋକମାନେ ଭଗବାନଙ୍କୁ ସ୍ଥାପନା କରି ନିଷ୍ଟାର ସହ ପୂଜା ଅର୍ଚନା କରିଥାନ୍ତି । ଠାକୁରଘର ତିଆରି କଲାବେଳେ ଓ ପୂଜା ସମୟରେ ମଧ୍ୟ କେତେ ଗୁଡିଏ ନୀତି ନିୟମ ରହିଛି । ଯଦି ଆପଣ ସେହି ନୀତି ନିୟମ ଅନୁଯାଇ ଠାକୁର ପୂଜା କରିବେ ।

ତେବେ ନିହାତି ଭାବରେ ଆପଣଙ୍କର ମଙ୍ଗଳ ହେବ । ଆପଣଙ୍କ ଘରେ ଯେଉଁଠାରେ ଐଶାନ୍ୟ କୋଣ ରହିଛି ଅର୍ଥାତ ପୂର୍ବ ଓ ଉତ୍ତର ଦିଗରେ ଠାକୁର ଘର କରିବାର ନିୟମ ରହିଛି। ଯଦି ସେହି ଜାଗାରେ କରିବାରେ କିଛି ଅସୁବିଧା ଥାଏ, ତେବେ ପୂର୍ବ ପଟେ ଯେତିକି ଜାଗା ଥିବ ସେଠି ମଧ୍ୟ ଆପଣ ଠାକୁର ଘର ତିଆରି କରିପାରିବେ । ଯେତେବେଳେ ଆପଣ ଠାକୁରଙ୍କୁ ସ୍ଥାପନା କରୁଛନ୍ତି ସେତେବେଳେ ତାଙ୍କ ମୁହଁ ପୂର୍ବ କିମ୍ବା ପଶ୍ଚିମ ମୁଖା କରି ଠାକୁରଙ୍କୁ ବସାନ୍ତୁ ।

ଯଦି ସମ୍ଭବ ହେଉନି ତେବେ ଦକ୍ଷିଣ ମୁହାଁ କରି ବସାନ୍ତୁ କିନ୍ତୁ କେବେ ମଧ୍ୟ ଉତ୍ତର ମୁହଁ କରି ଠାକୁରଙ୍କୁ ବସାଇବେନାହିଁ । ଯିଏ ପୂଜା କରୁଥିବ ତାଙ୍କ ମୁହଁ ପୂର୍ବ କିମ୍ବା ପଶ୍ଚିମକୁ ରହିବା ଭଲ ଅଟେ । ଠାକୁର ଘରେ ପଞ୍ଚଦେବତା ପୂଜା କରିବା ହେଉଛି ମୁଖ୍ୟ । ଏହାଦ୍ଵାରା ଆପଣଙ୍କର ଅତି ମଙ୍ଗଳ ହୋଇଥାଏ । ପଞ୍ଚଦେବତା ହେଉଛନ୍ତି ମା ଦୂର୍ଗା, ଭଗବାନ ଶିବ, ଶ୍ରୀ ଗଣେଶ, ଭଗବାନ ନାରାୟଣ ଓ ପ୍ରଭୁ ସୂର୍ଯ୍ୟ ନାରାୟଣ।

ସୂର୍ଯ୍ୟ ନାରାୟଣ ଗ୍ରହ ହୋଇଥିବାରୁ ତାଙ୍କର ପ୍ରତିମା ଘରେ ରଖାଯାଏନାହିଁ ।  କେବେ ମଧ୍ୟ କୌଣସି ବାବା କିମ୍ବା ମାତାଙ୍କର ଫୋଟ ଠାକୁରଙ୍କ ପାଖରେ ରଖନ୍ତୁ ନାହିଁ । ଘରେ ମୃତ ପିତା ମାତାଙ୍କର ଫୋଟ ପୂଜା କରିବାର ବିଧାନ ଅଛି । ଘରର ଦକ୍ଷିଣ କାନ୍ଥରେ ଡ୍ରଇଙ୍ଗ୍ରୁମରେ ଲଗାଇ ପାରିବେ କିନ୍ତୁ ମୃତ ବ୍ୟକ୍ତିଙ୍କ ଫୋଟ ଠାକୁର ଘରେ ଲଗାନ୍ତୁ ନାହିଁ  । ଯଦି ଆପଣ କୌଣସି ଗୁରୁଙ୍କର ଦୀକ୍ଷା ନେଇଛନ୍ତି  ।

ତାଙ୍କ ଫୋଟକୁ ଠାକୁର ଘରେ ରଖିପାରିବେ କିନ୍ତୁ ଠାକୁରଙ୍କ ପାଖରେ ରଖୀ ପୂଜା କରିବେ ନାହିଁ । ଯଦି ଦତ୍ତାତ୍ରେୟଙ୍କୁ ନିଜ ଗୁରୁ ରୂପରେ ଗ୍ରହଣ କରିଛନ୍ତି, ତେବେ ତାଙ୍କ ପ୍ରତିମା ଠାକୁରଙ୍କ ପାଖରେ ରଖିପାରିବେ।  କାରଣ ସେ ହେଉଛନ୍ତି ସ୍ଵୟଂ ଭଗବାନ। ଗୁରୁମନ୍ତ୍ର ଗ୍ରହଣ ନକରି ପୂଜା କରାଯାଏ ନାହିଁ । ଯଦି ଆପଣ ବାହା ହୋଇନାହାନ୍ତି । ତେବେ ଗାୟତ୍ରୀ ମନ୍ତ୍ର ଜପ କରି ପୂଜା କରନ୍ତୁ ।

ଠାକୁର ପୂଜା କରିବା ପୂର୍ବରୁ ଠାକୁର ଘରକୁ ଗୋବର ଓ ଗଙ୍ଗା ଜଳ ପକାଇ ପୋଛିବା  ଉଚିତ । ଠାକୁର ଘର ସର୍ବଦା ପରିଷ୍କାର କରି ରଖିବା ଦରକାର । କାରଣ ଭଗବାନ ପରିଷ୍କାର ସ୍ଥାନରେ ରହିବାକୁ ପସନ୍ଦ କରିଥାନ୍ତି । ଠାକୁର ମୂର୍ତ୍ତିର ଉଚତା ବୁଢା ଆଙ୍ଗୁଳିଠୁ କମ୍ କିବା ଚାଖଣ୍ଡ ଠାରୁ ବଡ ହେବା ଉଚିତ ନୁହେଁ । ଯଦି ଫୋଟ ରଖିଛନ୍ତି ତେବେ ସେଥିରେ କିଛି ବେଶି ନିୟମ ନାହିଁ, ଛୋଟ କିମ୍ବା ବଡ ଫୋଟ ପୂଜା କରିପାରିବେ ।

ସକାଳ ପୂଜା ଓ ସନ୍ଧ୍ୟା ପୂଜାକୁ ବାରମ୍ବାର ନବଦଳାଇ  ସବୁବେଳେ ଗୋଟିଏ ଟାଇମରେ କରିବା ଭଲ ହୋଇଥାଏ । ଠାକୁର ପୂଜା ପାଇଁ ଅଧିକ ସମୟ ନଦେଇପାରୁଥିଲେ ଗୋଟିଏ ଘିଅର ଦୀପ ଠାକୁରଙ୍କ  ପାଖରେ ସକାଳେ ଓ ସନ୍ଧ୍ୟାରେ ନିହାତି ଜାଳିବେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *