କେଉଁ ଦେବା ଦେବୀଙ୍କୁ ମନ୍ଦାର ଫୁଲ ଅର୍ପଣ କରାଯାଏ ନାହିଁ…ଜାଣନ୍ତୁ ଆଜିର Anuchinta

ଜୟ ଜଗନ୍ନାଥ । ବନ୍ଧୁଗଣ ଆପଣ ମାନେ ପୂଜା କରିବା ସମୟରେ ପ୍ରାୟତଃ ସବୁ ପ୍ରକାରର ଫୁଲ ଭଗବାନଙ୍କୁ ଅର୍ପଣ କରିଥାନ୍ତି । କିନ୍ତୁ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି, କିଛି ଫୁଲ ଏପରି ରହିଛି ଯାହାକୁ କି ପୂଜା ସମୟରେ ବ୍ୟବହାର କରାଯିବା ଉଚିତ ନୁହେଁ । ତାହାସହ ସବୁ ଫୁଲ ମଧ୍ୟ ସବୁ ଭାଗବାନଙ୍କୁ ଅର୍ପଣ କରାଯାଇ ନଥାଏ । ବନ୍ଧୁଗଣ ସେହିଭଳି ମନ୍ଦାର ଫୁଲ ଏକ ଏପରି ଫୁଲ ଯାହାକୁ କି ସବୁ ଭଗବାନଙ୍କୁ ଅର୍ପଣ କରାଯାଇ ନଥାଏ ।

ବନ୍ଧୁଗଣ ପୂଜା ସମୟରେ କିଛି ବିଶେଷ ଜିନିଷ ପ୍ରତି ନଜର ଦେବାକୁ ହୋଇଥାଏ । ନଚେତ ସଂପୂର୍ଣ୍ଣ ପୂଜାର ଫଳ ନିଷ୍ଫଳ ହୋଇ ଯାଇଥାଏ ବୋଲି ମଧ୍ୟ କୁହାଯାଇଥାଏ । ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଭଗବାନ ବିଷ୍ଣୁ, ଦେବଦେବ ମହାଦେବ ଓ ମାତା ପାର୍ବତୀ ବା ଶକ୍ତି ସ୍ଵରୁପା ଦେବୀ ଠାକୁରାଣୀ ଙ୍କୁ ହିଁ ପ୍ରାୟତଃ ସବୁଠାରେ ମୁଖ୍ୟ ଭଗବାନ ରୂପରେ ପୂଜା କରାଯାଇଥାଏ ।

ବନ୍ଧୁଗଣ ଯଦି ଆପଣ ଭଗବାନ ବିଷ୍ଣୁ ଙ୍କର ଆରାଧନା କରୁଛନ୍ତି । ତେବେ ମନେରଖନ୍ତୁ ଭଗବାନ ବିଷ୍ଣୁ ତଥା ତାଙ୍କର କୌଣସି ଅବତାର ସ୍ୱରୂପ କୁ ମନ୍ଦାର ଫୁଲ ଅର୍ପଣ କରାଯାଏ ନାହିଁ । ଯଦି ଆପଣ ଆଦିଶକ୍ତି ଙ୍କର ପୂଜା କରନ୍ତି, ତେବେ ଏହି ପୂଜାରେ ଆପଣ ମନ୍ଦର ଫୁଲ ବ୍ୟବହାର କରିପାରିବେ ।

କାରଣ ମା ଆଦିଶକ୍ତି ଙ୍କୁ ମନ୍ଦର ଫୁଲ ଅତ୍ୟନ୍ତ ପସନ୍ଦ ହୋଇଥାଏ । ତାହାଛଡା ବନ୍ଧୁଗଣ ଆପଣ ବଜରଙ୍ଗବାଲୀ ଙ୍କୁ ମଧ୍ୟ ମନ୍ଦାର ଫୁଲ ଚଢାଇ ପାରନ୍ତି । ବନ୍ଧୁଗଣ ଯଦି ଆପଣ ପ୍ରତିଦିନ ଭଗବାନ ଶ୍ରୀ ଗଣେଶ ଙ୍କର ଚରଣ ତଳେ ଲାଲ ମନ୍ଦର ଚଢାନ୍ତି, ତେବେ ଆପଣ ସମସ୍ତ ଋଣ ରୁ ମୁକ୍ତ ହୋଇ ପାରିବେ । ଦେବଦେବ ମହାଦେବ ଙ୍କର ପୂଜା ରେ ମଧ୍ୟ ମନ୍ଦର ଫୁଲ ବ୍ୟବହାର କରିପାରନ୍ତି, କିନ୍ତୁ ମହାଦେବ ଙ୍କୁ ଲାଲ ମନ୍ଦାର ଚଢା ଯାଏନାହିଁ । ମହାଦେବ ଙ୍କୁ ଧଳା ମନ୍ଦର ଅତ୍ୟନ୍ତ ପ୍ରିୟ ହୋଇଥିବାରୁ ଆପଣ ମହଦେବ ଙ୍କୁ ଧଳା ମନ୍ଦର ଅର୍ପଣ କରିପାରିବେ ।

ତାହାଛଡା ବନ୍ଧୁଗଣ ଭଗବାନ ସୂର୍ଯ୍ୟ ନାରାୟଣ ଙ୍କୁ ଜଳ ଅର୍ଘ୍ୟ ଦେବା ସମୟରେ କେବଳ ଲାଲ ପୁଷ୍ପ ହିଁ ଅର୍ପଣ କରାଯାଇଥାଏ । ତାହାସହ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁ  ଙ୍କର ପତ୍ନୀ ହେତୁ ପରମ ବୈଷ୍ଣବୀ ଅଟନ୍ତି, ତେଣୁ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ଲାଲ ମନ୍ଦାର ଅର୍ପଣ କରାଯାଏ ନାହିଁ । ବନ୍ଧୁଗଣ ପୂଜା ସମୟରେ ପ୍ରଥମେ ଯେଉଁ କଳସ ସ୍ଥାପନ କରାଯାଇଥାଏ । ସେହି ପଞ୍ଚ ଦେବତା ଙ୍କର କଳସ ରେ ଆପଣ ଚାହିଁଲେ ସମସ୍ତଫୁଲ ସହ ମନ୍ଦାର ଫୁଲ ଅର୍ପଣ କରି ପାରିବେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *