ପୂଜା କରୁଥିବା ସମୟରେ ଆପଣଙ୍କ ଆଖିରେ ଲୁହ ଆସୁଛି କି ? ଜାଣନ୍ତୁ ରହସ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତଙ୍କ ଘରେ ଦିନକୁ ଦୁଇଥର ଅର୍ଥାତ ସକାଳେ ଓ ସନ୍ଧ୍ୟାବେଳେ ଠାକୁର ପୂଜା କରାଯାଇଥାଏ । ସମସ୍ତେ ଭଗବାନଙ୍କୁ ନିଷ୍ଟାର ସହ ପୂଜା, ଅର୍ଚନା କରିଥାନ୍ତି । ପୂଜା କରୁଥିବା ସମୟରେ ଆମର ଆଖ ପାଖ ପରିବେଶ ସକାରାତ୍ମକ ଊର୍ଜାରେ ଭରି ଯାଇଥାଏ । ଯେତେବେଳେ ଇଶ୍ଵରଙ୍କ ସହିତ ମନୁଷ୍ୟର ଅନ୍ତର ଆତ୍ମାର ସଂଯୋଗ ଘଟିଥାଏ । ସେତେବେଳେ ପ୍ରାୟତଃ ଲୋକଙ୍କ ଆଖିରୁ ଲୁହ ଝରିଯାଇଥାଏ । ଏହାର ଅର୍ଥ ଭଗବାନ ଆପଣଙ୍କୁ କିଛି ସଙ୍କେତ ଦେଉଛନ୍ତି ।

ଦୁନିଆର ସମସ୍ତ ସଜୀବ ଓ ନିର୍ଜୀବଙ୍କ ମଧ୍ୟରେ ଇଶ୍ଵରଙ୍କ ବାସ ହୋଇଥାଏ । ଯେତେବେଳେ ଆପଣ ପୂଜାରେ ମଗ୍ନ ଅଛନ୍ତି । ଆପଣଙ୍କ ଆଖିରୁ ହଟାତ ଲୁହ ଝରି ଆସେ । ଆପଣ ଜାଣିବେ ଇଶ୍ଵରଙ୍କ ସହିତ ଆପଣଙ୍କ ଅନ୍ତର ଆତ୍ମାର ସଂଯୋଗ ହୋଇପାରିଛି । ସେହି ସମୟରେ ଆପଣଙ୍କ ମନରେ ଥିବା ଯେକୌଣସି ମନବାଞ୍ଛା ଆପଣ ଭଗବାନଙ୍କୁ ଜଣାଇ ପାରିବେ । ପ୍ରଭୁ ନିହାତି ଆପଣଙ୍କ ଗୁହାରୀ ଶୁଣିବେ ।

ବହୁତ ଲୋକ ଅଛନ୍ତି ପୂଜା କରୁଥିବା ସମୟରେ  ଆଖିରୁ ଲୁହ ବାହାରି ଆସିଲେ । ସେମାନେ ଏହାକୁ ଏକ ସଂଯୋଗ ଭାବିକି ପୂଜାରେ ଲୀନ ହୋଇଯାଇଥାନ୍ତି ଓ କିଛି ମାଗିନଥାନ୍ତି କିନ୍ତୁ ଏହି ପୂଜା କରୁଥିବା ଶୁଭ ମୂହୁର୍ତ୍ତରେ ଆଖିରୁ ଲୁହ ବାହାରିବା ସମୟରେ ଆପଣ ନିଜର ଦୁଖ ପ୍ରଭୁଙ୍କୁ କହିବା ଦ୍ଵାରା ଆପଣଙ୍କର ଦୁଖ ଲାଘବ ହୋଇଥାଏ । ଭଗବାନଙ୍କୁ ସେହି ସମୟରେ ଯାହା ମଧ୍ୟ ମାଗିବେ ପ୍ରଭୁ ତାହା ଆପଣ ମାନଙ୍କୁ ନିହାତି ଦେବେ ।

ପୂଜା କରୁଥିବା ସମୟରେ ଜଳୁଥିବା ଦୀପର ଜ୍ଯୋତି ହଟାତ ବଢିଯାଇ ଅଧିକ ଉଜ୍ଜଳ ଦେଖାଯିବା ସମୟରେ ଆପଣ ଇଶ୍ଵରଙ୍କୁ ଯାହା ମାଗିବେ । ଆପଣଙ୍କର ଇଚ୍ଛା ଅବଶ୍ୟ ପୂରଣ ହୋଇଥାଏ । ଆପଣ ପୂଜା କରୁଥିବା ସମୟରେ ଆପଣ ଜଳାଇ ଥିବା ଧୂପକାଠିର ଧୂଆଁ ଯଦି ଇଶ୍ଵରଙ୍କ ଆଡକୁ ଗତି କରୁଥାଏ । ତେବେ ଜାଣିଯିବେ ଭଗବାନ ଆପଣଙ୍କ ପୂଜାକୁ ସ୍ଵୀକାର କରିଛନ୍ତି ।

ପୂଜା କରୁଥିବା ସମୟରେ ଭଗବାନଙ୍କ ଉପରେ ଚଢା ହେଇଥିବା ଫୁଲ ଯଦି ଆପଣଙ୍କ ପାଖକୁ ଖସି ପଡେ । ତେବେ ଇଶ୍ଵର ଆପଣଙ୍କ ପୂଜା ଓ ଆରାଧନରେ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି। ଯଥା ଶୀଘ୍ର ଆପଣଙ୍କୁ ଉଚିତ ବର ପ୍ରଦାନ କରିବେ । ଭଗବାନ ଶିବଙ୍କର ଆରାଧନା ସମୟରେ ଯଦି ଘର ସାମନାକୁ ଗାଈ ଆସିବାର ଦେଖିବାକୁ ପାଇଥାନ୍ତି ।

ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭର ସମୟ ହୋଇଥାଏ ।ସେହି ଗୋମାତାକୁ ଆପଣ ପୂଜା କରି ରୁଟି ଖାଇବାକୁ ଦିଅନ୍ତୁ ଏବଂ ନିଜର ମନସ୍କାମନା ତାଙ୍କର କାନରେ କୁହନ୍ତୁ । ଆପଣଙ୍କର ମନସ୍କାମନା ପୂରଣ ହେବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *