Vastu Shastra- ସିନ୍ଦୁର ଡବାରେ ରଖି ଦିଅନ୍ତୁ ଏହି ଜିନିଷ, ସ୍ଵାମୀ ହେବେ ଧନୀ, କିନ୍ତୁ ଭୁଲରେ ବି କରିବେନି ଏହି ଭୁଲ…

ନମସ୍କାର ବନ୍ଧୁଗଣ ତେବେ ପ୍ରତ୍ୟେକ ବିବାହିତ ନାରୀ ମାନଙ୍କ ପାଇଁ ସିନ୍ଦୁର ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ, ତେବେ ହିନ୍ଦୁ ରୀତିନୀତି ଓ ପରମ୍ପରା ଅନୁଯାୟୀ ଯେତେବେଳେ ଏକ ବିବାହ ହେଇଥାଏ ସେତେବେଳେ ସ୍ୱାମୀ ନିଜ ସ୍ତ୍ରୀ ମୁଣ୍ଡରେ ସିନ୍ଦୁର ଦେଇଥାଏ ଆଉ ସ୍ତ୍ରୀ ତାକୁ ସ୍ୱାମୀର ମୃତ୍ୟୁ ପର୍ଯ୍ୟନ୍ତ ନିଜ ମୁଣ୍ଡରେ ଧାରଣ କରିଥାଏ ।ତେବେ ହିନ୍ଦୁ ଧର୍ମ ଅନୁଯାୟୀ ବିବାହିତ ମହିଳାଙ୍କ ପାଇଁ ସିନ୍ଦୁର ତାଙ୍କର ସୁହାଗର ପ୍ରତୀକ ରୂପେ ମାନା ଯାଇଛି ।


ତେବେ ଆଜିକାଲିର ଆଧୁନିକ ଯୁଗରେ ବହୁତ ନାରୀ ମାନେ ବିବାହ ପରେ ବି ସିନ୍ଦୁର ପିନ୍ଧୁ ନାହାନ୍ତି ।ତେବେ କୁହାଯାଏ ସିନ୍ଦୁର ନପିନ୍ଧିଲେ ସ୍ୱାମୀଙ୍କ ଭଲପାଇବା ଧୀରେ ଧୀରେ କମିଯାଏ, କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସିନ୍ଦୁର ପିନ୍ଧିବା କେବଳ ଧାର୍ମିକ କାର୍ଯ୍ୟ ନୁହେଁ ଏହା ପଛରେ ବି ବୈଜ୍ଞାନିକ କାରଣ ବି ରହିଛି ।ତେବେ ସିନ୍ଦୁର ପିନ୍ଧିବା ସମୟରେ କିଛି ନିୟମକୁ ଗୁରୁତ୍ୱ ଦେବା ଅତ୍ୟନ୍ତ ଜରୁରୀ ଅଟେ।ତେବେ ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ ବିଷୟରେ ।

୧- ତେବେ ଆପଣ କରବେ ଅନ୍ୟ ଜନଙ୍କ ପଇସାରେ କିଣା ସିନ୍ଦୁରକୁ ମୁଣ୍ଡରେ ଲଗେଇବେ ନାହିଁ ।

୨- ଯେପରିକି ପରିସ୍ଥିତି ହେଉ ନା କାହିଁକି ଅନ୍ୟ କେହି ସ୍ତ୍ରୀର ସିନ୍ଦୁରକୁ ପିନ୍ଧିବା ଉଚିତ ନୁହେଁ ଏହାକୁ ବହୁତ ଅଶୁଭ ମଣା ଯାଇଥାଏ ଓ ଏହାଦ୍ବାରା ସ୍ୱାମୀଙ୍କ ଜୀବନରେ ସବୁବେଳେ ଧନ ଅଭାବ ଲାଗି ରହିଥାଏ ।

୩- ଉପହାରରେ ମିଳିଥିବା ସିନ୍ଦୁରକୁ ଉପଯୋଗ କରିବା ଅନୁଚିତ ଏହାକୁ ଅଶୁଭ କୁହାଯାଏ ।


୪- ଗାଧେଇଲା ବେଳେ ନାରୀ ମାନେ ସିନ୍ଦୁର ନଲଗେଇ ଗାଧେଇବା ଉଚିତ, ସବୁବେଳେ ଗାଧେଇ ପୂଜା କରିସାରି ସିନ୍ଦୁର ଲଗେଇବେ ।ଆଉ ସିନ୍ଦୁର ଲଗେଇବା ବେଳେ ମାଆ ପାର୍ବତୀଙ୍କୁ ସ୍ମରଣ କରିଲେ ସୌଭାଗ୍ୟ ବତୀ ହେଇଥାନ୍ତି ଓ ସେଥିକି ବେଳେ ସ୍ୱାମୀଙ୍କର ଲମ୍ବା ଆୟୁର କାମନା କରିବା ବି ଉଚିତ।

୫- ଆଉ ମନେ ରଖିବେ ପିରିୟଡ଼ ସମୟରେ ନାରୀ ମାନେ କେବେ ସିନ୍ଦୁର ଲଗେଇବେ ନାହିଁ ।
୬- ସିନ୍ଦୁର କେବେ ତଳେ ପକେଇବେ ନାହିଁ ଏହା ଅଶୁଭତାର ଲକ୍ଷଣ ଅଟେ ।ଯଦି ପଡ଼ିଯାଏ କେବେ ତେବେ ତାକୁ ଗୋଟାଇ ଆଣି ରଖିବେ ଓ ମାଆ ପାର୍ବତୀ ଙ୍କୁ କ୍ଷମା ମାଗିବେ ।


୭- ସିନ୍ଦୁର ସବୁବେଳେ ଓଡ଼ଣି ଦେଇ ଲଗେଇବା ଉଚିତ ନହେଲେ ଆପଣଙ୍କ ସମ୍ପର୍କରେ ନଜର ଲାଗିଯାଏ ।

୮- ମୁଣ୍ଡରେ ସବୁବେଳେ ଶୁଖିଲା ସିନ୍ଦୁର ଲଗେଇବେ କିଛି ବି କୁକୁମ ବ୍ୟବହାର କରିବା ଅନୁଚିତ ।ତେବେ ରୁପା କାଠି ବା ହଳଦୀ କାଠିରେ ସିନ୍ଦୁର ଲଗାଇବା ଉଚିତ ।

୯- ଚୁଟି ଭିତରେ ସିନ୍ଦୁର ଲୁଚାଇ ରଖିଲେ ସ୍ୱାମୀର ଯଶ ବଡ଼ି ନଥାଏ ତାଙ୍କ ପରିଚୟ ସବୁବେଳେ ଲୁଚି ରହିଥାଏ ।

୧୦- ସିନ୍ଦୁର ସବୁବେଳେ ଚୁଟି ମଝି ସିନ୍ତିରେ ଲଗାଇବା ଉଚିତ ଓ ନବ ବିବାହିତ ମହିଳା ମାନେ ବିବାହ ସମୟର ସିନ୍ଦୁରକୁ ସମ୍ଭାଳି ରଖିବା ଉଚିତ ।

୧୧- ସ୍ୱପ୍ନରେ ସିନ୍ଦୁର ଦେଖିଲେ ଶୁଭ ଖବର ମିଳିଥାଏ ଆଉ ସିନ୍ଦୁର ସବୁବେଳେ ନିଜେ ନହେଲେ ସ୍ୱାମୀ ହାତରୁ ପିନ୍ଧିବା ଉଚିତ ।


୧୨-ପୂଜା ପର୍ବରେ ସିନ୍ଦୁର ନିଶ୍ଚିତ ପିନ୍ଧିବା ଉଚିତ, ତେବେ ସିନ୍ଦୁର ଭିତରେ ସବୁବେଳେ ଗୋଟିଏ ମୁଦ୍ରା ପକ୍ରି ରଖିବା ଉଚିତ ।ଯଦି ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ଦୁର କରିବେ ତେବେ ଘର ଦ୍ୱାରରେ ସିନ୍ଦୁରରେ ସ୍ୱସ୍ତିକ ଲେଖିବେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *