ଠାକୁର ପୂଜା କଲା ବେଳେ ବ୍ୟବହାର କରୁଛନ୍ତି କି ଏହି ଫୁଲ ? ସାବଧାନ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ବିଭିନ୍ନ ପ୍ରଜାତିର ଫୁଲ ଦେଖିବାକୁ ମିଳେ । ଭଳିକି ଭଳି ରଙ୍ଗ ଓ ବାସ୍ନା ଫୁଲ ଆମ୍ଭେ ଦେଖିବାକୁ ପାଇଥାଉ । ଫୁଲର ରଙ୍ଗ ଓ ସୌନ୍ଦର୍ଜ୍ୟ ସମସ୍ତଙ୍କୁ ମନ୍ତ୍ରମୁଘ୍ଦ କରିଥାଏ । ଭଅଁରମାନେ ଫୁଲ ଉପରେ ବସିବା ପାଇଁ ପାଗଳ ପରି ହୋଇଥାନ୍ତି । ଭଗବାନଙ୍କୁ ପୂଜା କରିବା ସମୟରେ ଆମେ ଫୁଲ ଓ ନୈବେଦ୍ୟ ଭଗବାନଙ୍କୁ ଅର୍ପଣ କରିଥାଉ । କିନ୍ତୁ ଆପଣ ମାନେ କଣ ଜାଣିଛନ୍ତି କେଉଁ ଫୁଲ ଦେଇ ଭଗବାନଙ୍କୁ ପୂଜା କରିବା ଉଚିତ ଓ କେଉଁ ଫୁଲ ଭଗବାନଙ୍କ ପୂଜା ସମୟରେ ବ୍ୟବହାର ହୁଏନାହିଁ ।

ଯେଉଁ ଫୁଲ ଅନ୍ୟ ଦେବା ଦେବୀଙ୍କ ଉପରେ ଥରେ ଚଢାଯାଇଥାଏ । ସେହି ଫୁଲ ଭଲ ଥିଲେ ମଧ୍ୟ ଆଉ ଥରେ ଭଗବାନଙ୍କ ଉପରେ ଚଢା ହେବା ଉଚିତ ନୁହେଁ । ଯେଉଁ ଫୁଲ ପୋକ ଖାଇଥାଏ,କଢ, କଟା ଫଟା, ଖରାପ ଗନ୍ଧଯୁକ୍ତ ଫୁଲ କିମ୍ବା ଭୂମିରେ ପଡିଯାଇ ଥିବା ଫୁଲ ଭଗବାନଙ୍କ ପୂଜାରେ ଲାଗିନଥାଏ । କାହାର ଫୁଲ ଗଛରୁ ଚୋରେଇ ଆଣିଥିବା ଫୁଲ ମଧ୍ୟ ଠାକୁରଙ୍କ ପାଖରେ ଲାଗିନଥାଏ ।

ପଦ୍ମ ଫୁଲ ୧୧ଦିନ ଯାଏ ଓ କୁମୁଦ ଫୁଲ ୫ଦିନ ପର୍ଯ୍ୟନ୍ତ ବାସି ହୁଏନାହିଁ । ତୁଲସୀ ପତ୍ର, ବେଳ ପତ୍ର ଓ ଅଜ୍ଞସ୍ତ ଫୁଲ କେବେ ବାସି ହୁଏନାହିଁ । ତୁଳସୀ, ବେଲପତ୍ର ଓ ଅଁଳାର ଛିଡା ପତ୍ର ମଧ୍ୟ ଠାକୁରଙ୍କ ପାଖରେ ଚଢାଇ ପାରିବେ । ଶାସ୍ତ୍ରରେ ମଧ୍ୟାହ୍ନ ସମୟରେ ସ୍ନାନ କରିସାରିବା ପରେ ଫୁଲ ତୋଳିବା ନିଷେଧ ଅଟେ । ଭଗବାନ ଶିବଙ୍କୁ କୁନ କଦଳୀ, ପ୍ରଭୁ ନାରାୟଣଙ୍କୁ ଦୁଦୁରା, ଦେବୀ ମାନଙ୍କୁ ଅରଖ, ମନ୍ଦାର ଓ ସୂର୍ଯ୍ୟ ଦେବଙ୍କୁ ଟଗର ଫୁଲ ଚଢାଇ ପାରିବେ ନାହିଁ ।

ମାତ୍ର ଏହାକୁ ତାନ୍ତ୍ରିକ ପଦ୍ଧତିରେ ଚଢାଇ ପାରିବେ । କୌଣସି ପତ୍ର କିମ୍ବା ଫୁଲକୁ ଓଲଟା ଚଢାଇବା ଅନୁଚିତ । ଭଗବାନ କୃଷ୍ଣଙ୍କୁ କୁମୁଦ, କନିଅର, ଚମ୍ପା,ମଲୀ, ପଲାଶ ପତ୍ର ଓ ଫୁଲ, ଭୃଙ୍ଗାର, ବନ ମାଳ ଆଦି ପ୍ରିୟ ଅଟେ । ମା ଲକ୍ଷ୍ମୀଙ୍କର ପଦ୍ମ ଫୁଲ ଅତ୍ୟନ୍ତ ହିଁ ପ୍ରିୟ ହୋଇଥିବା ସହ ତୁଳସୀ ଏହା ଠାରୁ ଆହୁରି ମଧ୍ୟ ପ୍ରିୟ ହୋଇଥାଏ । ଯଦି ଏହା ନ ମିଳିଥାଏ, ତେବେ ତୁଳସୀ ଶାଖା, ମୂଳ ଓ ମାଟି ନେଇ ମଧ୍ୟ ପୂଜା କରିହେବ ।

ଶିବଙ୍କୁ କେତକୀ, ଗଣେଶଙ୍କୁ ତୁଲସୀ ଏବଂ ଦୂର୍ଗାଙ୍କୁ ଦୁର୍ବଳା ଚଢାଇବା ଅନୁଚିତ । କରବୀର ଓ ଜବାପୁଷ୍ପ ମା ଦୂର୍ଗାଙ୍କର ଅତୀବ ପ୍ରିୟ ଫୁଲ ଅଟେ । ଏହି ପରି ବିଧି ବିଧାନ ମାନି ଭଗବାନଙ୍କୁ ଫୁଲ ଅର୍ପଣ କଲେ, ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *