Vastu Tips- ଏମିତି ଘରେ ମାତା ଲକ୍ଷ୍ମୀ କେବେ ବି ପ୍ରବେଶ କରନ୍ତି ନାହିଁ, ସବୁବେଳେ ଲାଗି ରୁହେ ଦରିଦ୍ରତା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମାତାଲକ୍ଷ୍ମୀ ଙ୍କ କୃପା ସମସ୍ତେ ଚାହାନ୍ତି । କାରଣ ମାତାଲକ୍ଷ୍ମୀ ଧନ ର ଦେବୀ ଅଟନ୍ତି ଏବଂ ତାଙ୍କ କୃପାରୁ ମନୁଷ୍ୟ କୁ ଧନ ପ୍ରାପ୍ତି ହୋଇଥାଏ । ଧନ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ନିମନ୍ତେ ସମସ୍ତେ ବହୁତ ପ୍ରକାର ଉପାୟ ମଧ୍ୟ କରନ୍ତି କିନ୍ତୁ ଘରର ସ୍ତ୍ରୀ କୁ ଘରର ଲକ୍ଷ୍ମୀ କୁହାଯାଏ । ଯଦି ସ୍ତ୍ରୀ ଏହି ଭଳି ଭୁଲ କାମ କରନ୍ତି ତେବେ ମାତା ଲକ୍ଷ୍ମୀ କେବେବି ଘରକୁ ଆସନ୍ତି ନାହିଁ । ସ୍ତ୍ରୀ ଚାହିଁଲେ ଘରକୁ ସ୍ଵର୍ଗ ଏବଂ ନର୍କ କରି ପାରନ୍ତି ।

ତେବେ ସ୍ତ୍ରୀଙ୍କ ଦ୍ଵାରା ଘର ସୁଖୀ ଏବଂ ସମୃଦ୍ଧ ହୋଇଥାଏ କିନ୍ତୁ ଯଦି ଘରର ଲକ୍ଷ୍ମୀ ଏଭଳି ଭୁଲ କରନ୍ତି ତେବେ ମାତା ଲକ୍ଷ୍ମୀ କେବେ ସେହି ଘରେ ପ୍ରବେଶ କରନ୍ତି ନାହିଁ । ତେବେ ତାହା କଣ ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ଯେଉଁ ଘରେ ସ୍ତ୍ରୀ ହେଉ ଅଥବା ପୁରୁଷ ଝାଡୁକୁ ପାଦ ଲଗାନ୍ତି ସେହି ଘରେ ମାତାଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ, ଏହା ଅଲକ୍ଷଣ କାମ ହୋଇଥାଏ । ତେଣୁ ଭୁଲରେ କେବେବି ଝାଡୁକୁ ଗୋଡ ଲଗାନ୍ତୁ ନାହିଁ ।

୨. ଯେଉଁ ଘରେ ସ୍ତ୍ରୀ ଅଇଁଠା ବାସନ ରୋଷେଇ ଘରେ ଛାଡି ଦିଅନ୍ତି ତାଙ୍କ ଘରକୁ ମାତାଲକ୍ଷ୍ମୀ କେବେବି ଯାଆନ୍ତି ନାହିଁ । କାରଣ ଏହା ସମସ୍ତେ ଜାଣିଛନ୍ତି ଯେ ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣା ଙ୍କ ବାସ ରହିଥାଏ ଏବଂ ଦେବୀ ମାଆଙ୍କ ପାଖରେ ଅଇଁଠା ବାସନ ରଖିଲେ ମାତା ରୁଷ୍ଠ ହୋଇଥାନ୍ତି ।


୩. ଯେଉଁ ଘରେ ମହିଳା ମାନେ ଗୋଇଠା ମାରି କବାଟ ଖୋଲନ୍ତି ବା ବନ୍ଦ କରନ୍ତି ସେହି ଘରକୁ ମାତାଲକ୍ଷ୍ମୀ କେବେ ଆସନ୍ତି ନାହିଁ । ତେଣୁ ଯଦି ଆପଣଙ୍କ ଘରେ ଏଭଳି ହେଉଛି ତେବେ ଏହାକୁ ତୁରନ୍ତ ବନ୍ଦ କରନ୍ତୁ ଏବଂ ଯେଉଁ ଘରେ ମହିଳା ମାନେ ଘର ର ମୁଖ୍ୟ ଦ୍ୱାର ରେ ବସି ଭୋଜନ ଗ୍ରହଣ କରନ୍ତି ତାହା ଅନୁଚିତ ଅଟେ । ଏହାଦ୍ବାରା ମାତାଲକ୍ଷ୍ମୀ ଙ୍କ କୋପ ଦୃଷ୍ଟି ପଡିଥାଏ ।

୪. ଯେଉଁ ଘରର ମହିଳା ସକାଳ ଅଥବା ସନ୍ଧ୍ୟା କିମ୍ବା ରାତିରେ ଘରେ ଝାଡୁ ଲଗାନ୍ତି ତାଙ୍କ ଘରେ ମାତାଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ ଏବଂ ଏଭଳି ଘରେ ସବୁବେଳେ ଦାରିଦ୍ର୍ୟତା ବାସ କରିଥାଏ । ତେବେ ଯେଉଁ ଘର ମହିଳା ମାନେ ବିଳମ୍ବ ପର୍ଯ୍ୟନ୍ତ ଶୋଇଥାନ୍ତି ସେହି ଘରର ଭାଗ୍ୟ ମଧ୍ୟ ଶୋଇ ରୁହେ ଏହି ଭଳି ଘର ଉପରେ ମାତାଲକ୍ଷ୍ମୀ କେବେବି କୃପା କରନ୍ତି ନାହିଁ ।


୫. ଯେଉଁ ମହିଳାମାନେ ସକାଳେ ଉଠି ଘର ଦ୍ଵାର ସଫା କରିବା ସହିତ ଘରର ଅଗଣା ସଫା କରନ୍ତି ନାହିଁ ତାଙ୍କ ଘରକୁ ମଧ୍ୟ ମାତାଲକ୍ଷ୍ମୀ କଦାପି ଆସନ୍ତି ନାହିଁ । ତେଣୁ ଏଭଳି ଭୁଲ ପ୍ରତି ଧ୍ୟାନ ରଖନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *