ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣନ୍ତି, ଏହା ସତ୍ୟ ଅଟେ କି ଧନରେ କୌଣସି ସୁଖ ନଥାଏ । କିନ୍ତୁ ଧନ ଦ୍ଵାରା ଏ ଜଗତର ସମସ୍ତ ପ୍ରକାର ର ସୁଖ ପ୍ରାପ୍ତ କରିବା ସମ୍ଭବ ହୋଇଥାଏ । ସମସ୍ତେ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ କରିବା ନିମନ୍ତେ ଭିନ୍ନ ଭିନ୍ନ ପ୍ରକାରରେ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଜଣାଇ ଦେବାକୁ ଚାହିଁବୁ, ଭଗବାନ କେବଳ କର୍ମ କାଣ୍ଡ ଆଦିରେ ପ୍ରସନ୍ନ ହୋଇ ନଥାନ୍ତି ।
ବର॰ ଯଦି କେହି ତାଙ୍କ ନାମ ର ପ୍ରଚାର କରେ, କିମ୍ବା ତାଙ୍କ କଥା ବିଷୟ ଗୁଡିକୁ ଆଲୋଚନା କରେ, ଶୁଣେ କିମ୍ବା ସ୍ମରଣ କରେ ତେବେ ତାହା ଉପରେ ମଧ୍ୟ ଭଗବାନ ନିଜର ଅପାର କରୁଣା ବର୍ଷା କରି ଥାନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ , ମାତା ଲକ୍ଷ୍ମୀ ଙ୍କର ଏକ ଅତ୍ୟନ୍ତ ପବିତ୍ର କଥା ଯାହାଦ୍ଵାରା ଆପଣ ଜାଣି ପାରିବେ ମାତା ଲକ୍ଷ୍ମୀ କହିକି ନିଜ ସ୍ତନ କାଟିଦେଇଥିଲେ ? ତଥା କାହିଁକି ମାତା ଲକ୍ଷ୍ମୀ ଙ୍କୁ ବେଳ ପାତ୍ର ଅର୍ପଣ କରାଯାଇଥାଏ ।
ତେବେ ଆସନ୍ତୁ ଆରମ୍ଭ କରିବା, ଏକଦା ମାତା ଲକ୍ଷ୍ମୀ ଭଗବାନ ନାରାୟଣ ଙ୍କ ପାଦ ପଙ୍କଜ ର ସେବା କରୁଥିବା ସମୟରେ ଭଗବାନ ନାରାୟଣ ଙ୍କୁ ପ୍ରଶ୍ନ କରିଲେ, ପ୍ରଭୁ ଆପଣ ଙ୍କର ସବୁଠାରୁ ପ୍ରିୟ କିଏ ? ଏହା ଶୁଣି ଭଗବାନ ସ୍ମିତହସ ଦେଇ କହିଲେ ମୋର ଭକ୍ତ ମୋ ହୃଦୟର ସବୁଠୁ ନିକଟତର ଏବ॰ ଭକ୍ତଙ୍କ ମଧ୍ୟରେ ଶ୍ରେଷ୍ଠ ପରମ ବୈଷ୍ଣବ ଦେବ ଦେବ ମହାଦେବ ହେଉଛନ୍ତି ମୋର ସବୁଠାରୁ ପ୍ରିୟ ।
ଭକ୍ତି ର ସହ ଯେଉଁ ଲୋକ ମହାଦେବ ଙ୍କୁ ପୂଜା କରିଥାଏ ସେ ମୋର ମଧ୍ୟ ପ୍ରିୟ ହୋଇଥାଏ ।ମୋର ପ୍ରିୟ ମହାଦେବ ଙ୍କୁ ଯେଉଁ ମାନେ ଭକ୍ତି କରି ନଥାନ୍ତି ସେମାନେ ମୋ କୃପା ରୁ ମଧ୍ୟ ବଞ୍ଚିତ ହୋଇ ରହିଥାନ୍ତି । ଏହା ଶୁଣି ମାତା ଲକ୍ଷ୍ମୀ ମନେ ମନେ ବିଚାର କଲେ କି ମୁ ତ କେବେ ମହାଦେବ ଙ୍କୁ ପୂଜା କାରିନି, ତେବେ ମୋତେ ମଧ୍ୟ ମହାଦେବ ଙ୍କ ପୂଜା କରିବାକୁ ହେବ ।
ଭଗବାନ ହେଉଛନ୍ତି ଅନ୍ତେର୍ଯାମୀ, ସେ ମାତା ଙ୍କ ମନ ର କଥା ବୁଝି ପାରି ମାତା ଙ୍କୁ ତିନି ଶହ ପଦ୍ମ ଫୁଲ ନେଇ ତିନିଦିନ ମହାଦେବ ଙ୍କୁ ପୂଜା କରିବା ପାଇଁ ଅନୁମତି ଦେଲେ । ପ୍ରଭୁଙ୍କ ଅନୁମତି ପାଇ ମାତା ପ୍ରଥମ ଦିନ ଏକ ଶହ ଓ ଦ୍ଵିତୀୟ ଦିନ ଏକଶହ ଫୁଲରେ ମହାଦେବ ଙ୍କ ପୂଜା କରିଥିଲେ । ଶେଷ ଦିନ ମାତା ଅତ୍ୟନ୍ତ ଖୁସି ଥିଲେ କାରଣ ଶେଷ ଦିନର ଶେଷ ପୂଜା ପରେ ମାତା ଙ୍କର ପୂଜା ସମ୍ପନ୍ନ ହେବାକୁ ଯାଉଥିଲା ।
ମାତା ଅତ୍ୟନ୍ତ ପ୍ରସନ୍ନ ହୋଇ ପୁଷ୍କରିଣୀ ରୁ ଗଣି ଗଣି ଏକ ଶହ ପଦ୍ମ ସଂଗ୍ରହ କରି ଆଣି ପୂଜା ଆରମ୍ଭ କରିବାକୁ ଗଲେ, ଏବ॰ ପୂଜା ସମୟରେ ଦେଖିଲେ ସେ ଆଣିଥିବା ଫୁଲ ମଧ୍ୟରୁ ୨ ଟି ଫୁଲ ସେଥିରୁ କମ ଅଛି । ସେ ଏହା ଦେଖି ଚିନ୍ତିତ ହେବ ସମୟରେ ତାଙ୍କର ମନେ ପଡିଲା,
ଏକଦା ଭଗବାନ ନାରାୟଣ ମା’ ଲକ୍ଷ୍ମୀ ଙ୍କର ଧୀର ସ୍ଵଭାବ କୁ ଦେଖି ମାତାଙ୍କୁ ପୁଷ୍କରିଣୀ କହି ସମ୍ବୋଧନ କରିଥିଲେ ଏବ॰ ମାତାଙ୍କର ସୁନ୍ଦର ସ୍ଥନ ଯୁଗଳକୁ କୁ ପୁଷ୍କରିଣୀ ରେ ଥିବା ପଦ୍ମ କଢ ଶହ ତୁଳନା କରିଥିଲେ । ତେଣୁ ମାତା ପୂଜା କୁ ବିନା ବାଧା ବିଘ୍ନ ରେ ସମ୍ପୁର୍ଣ୍ଣ କରିବା ପାଇଁ ନିଜର ସ୍ତନ ଯୁଗଳକୁ କାଟି ମହାଦେବ ଙ୍କୁ ଅର୍ପଣ କରିଦେଇଥିଲେ ।
ମାତା ଲକ୍ଷ୍ମୀ ପ୍ରଥମେ ନିଜର ଦକ୍ଷିଣ ପାର୍ଶ୍ଵ ର ସ୍ତନ ଟିକୁ କାଟି ଅର୍ପଣ କରିଥିଲେ, ଯେଉଁ ଥିରୁ ବେଲବୃକ୍ଷର ସୃଷ୍ଟି ହୋଇଥିଲା । ତେଣୁ ମାତା ଲକ୍ଷ୍ମୀ ଙ୍କୁ ବେଲ ପତ୍ର ମଧ୍ୟ ଅର୍ପଣ କରାଯାଇଥାଏ ।ଶେଷ ରେ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ, ହରି ଏବ॰ ହର ଦୁହେଁ ଏକ ଅଟନ୍ତି । ହରି ଙ୍କ ବିନା ହର କେବେ ସନ୍ତୁଷ୍ଟ ହୋଇ ନଥାନ୍ତି ଓ ହର ଙ୍କ ବିନା ହରି ମଧ୍ୟ କେବେ ସନ୍ତୁଷ୍ଟ ନୁହନ୍ତି । ବନ୍ଧୁଗଣ ଏଠାରେ ପ୍ରସ୍ତୁତ ବିବରଣୀ କୁ ଆମେ ଆପଣ ମାନଙ୍କ ପାଇଁ ପବିତ୍ର ବୃହତ ପୂରଣ ରୁ ସଂଗ୍ରହ କରି ଆଣିଛୁ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ