ଆଜିକାଲି ପିଲାମାନେ ପାଠ ନ ପଢିବା ର ମୁଖ୍ୟ କାରଣ T.V, MOBILE ଓ INTERNET । କିଛି କ୍ଷେତ୍ରରେ ଏହାର କାରଣ ବାପା, ମା ହିଁ ହୋଇ ଥାଆନ୍ତି । କାରଣ ଆଜିକାଲି ର ବାପା ମା ମାନେ ପିଲାମାନଙ୍କୁ ନିଜେ ସମୟ ଦେବା ସ୍ଥାନ ରେ ମୋବାଇଲ ଦେଇ ଦିଅନ୍ତି । ଯାହା କାରଣ ରୁ ପିଲାମାନେ ତାଙ୍କ ଜୀବନରେ ବାପା ମା’ଙ୍କ ଠାରୁ ଅଧିକ ଗୁରୁତ୍ଵ ଆଧୁନିକ ଉପକରଣ କୁ ଦେଉଛନ୍ତି । ଆଜ୍ଞା କୁହନ୍ତି ଛୋଟ ପିଲା ଏକ ଶୁଆ ସଙ୍ଗେ ସମାନ । ସେମାନେ ଯାହା ଦେଖିବେ ତାହା ଶିଖିବେ ।
ଯଦି ଆପଣ ମାନେ ଛୋଟ ପିଲାମାନଙ୍କ ଆଗରେ ସବୁବେଳେ ମୋବାଇଲ ବ୍ୟବହାର କରିବେ, ତେବେ ସେମାନେ ମଧ୍ୟ ଆପଣଙ୍କ ଠାରୁ ତାହାହିଁ ଶିଖିବେ । ମୋବାଇଲ ରେ ବହୁତ୍ କିଛି ଶିଖିବା ଜିନିଷ ମଧ୍ୟ ରହିଛି, ତେଣୁ ଧ୍ୟାନ ଦିଅନ୍ତୁ ଯଦି ଆପଣଙ୍କ ପିଲା ମୋବାଇଲ ଧରିଛନ୍ତି ତେବେ ସେମାନେ ସେଥିରୁ କିଛି ଭଲ ଶିଖନ୍ତୁ ।
କିଛି ଏପରି ପିଲା ମଧ୍ୟ ଅଛନ୍ତି ଯେଉଁମାନେ କଥା ମାନୁ ନାହାନ୍ତି କିମ୍ବା କଥାକଥାରେ ରାଗି ଯାଆନ୍ତି, ପଢୁପଢୁ ଆଉ ପଢିବେନି ଏହା ଅର୍ଥ ପିଲାର ବୁଧ କିମ୍ବା ଶନି ଭାରି ହୋଇପାରେ । ତେଣୁ ତାହର ପ୍ରତିକାର କରାନ୍ତୁ । ତାହାଛଡା ପ୍ରତିଦିନ ଆପଣ ପିଲାଙ୍କୁ କିଛି ସମୟ ମଧ୍ୟ ଦିଅନ୍ତୁ, ବୁଝେଇବା ସହ ପ୍ରଥମେ ତାଙ୍କୁ ବୁଝନ୍ତୁ, ତାହା ପରେ ଧୀରେଧୀରେ ଉଚିତ ସ୍ଥାନ ଓ ସମୟ ଦେଖି ତାଙ୍କୁ ଠିକ ଏବ॰ ଭୁଲ ମଧ୍ୟରେ ପାର୍ଥକ୍ୟତା ଟିକୁ ଦେଖାଇ ଶେଷ ନିର୍ଣ୍ଣୟ ତାଙ୍କ ଉପରେ ଛାଡନ୍ତୁ ।
ପିଲା ମାନେ ଛୋଟ ବୟସରେ ଠିକ ଭୁଲ ବିଷୟେରେ ଜାଣି ପାରନ୍ତିନି, ତାଙ୍କ ପାଖରେ ଅଭିଜ୍ଞତା ମଧ୍ୟ ନଥାଏ। ଯଦି ଆପଣ ସେମାନଙ୍କ ଉପରେ ଜୋର ଜବରଦସ୍ତ କରନ୍ତି ତେବେ ହୋଇପାରେ ସେମାନେ କୌଣସି ଭୁଲ ରାସ୍ତାରେ ଯାଇ ପାରନ୍ତି ଏବ॰ ପିଲାର ଯଦି ପାଠ ମନେ ରହୁନି ତେବେ ପିଲାର ପାଠ ପଢା ସ୍ଥାନରେ ମା ସରସ୍ଵତୀ ଙ୍କ ଯନ୍ତ୍ର ସ୍ଥାପନ କରନ୍ତୁ ।
ଏହା ସହ ସୋମବାର ଦିନ ବାପା ମା ପିଲା ସହ ଶିବମନ୍ଦିରକୁ ଯାଆନ୍ତୁ। ଏବ॰ ପଢିବା ସମୟରେ ପିଲାକୁ ପୂର୍ବ ଦିଗରେ ମୁହଁ କରି ବସାନ୍ତୁ । ପିଲାଙ୍କ ଆଗରେ ଭଲ ସ୍ବଚ୍ଛ ବାତାବରଣ ରଖନ୍ତୁ । ପିଲାଙ୍କ ଆଗରେ ବାପା ମା କଳି ଝଗଡା ଆଦି ଲାଗନ୍ତୁ ନାହିଁ । ଯାହାଦ୍ଵାରା କି ପିଲାଟିର ମଧ୍ୟ ମନ ମସ୍ତିସ୍କ ଶାନ୍ତ ରହିବ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ