ପୂଜା କରିବା ସମୟରେ ଠାକୁରଙ୍କ କେଉଁ ଆଡକୁ କେତେଥର ଦୀପ ବୁଲାଇବା ଉଚିତ ? ଏହା ସହିତ ପଢନ୍ତୁ ଆଜିର 14 ଟି Anuchinta

ବନ୍ଧୁଗଣ ଆମ ନୀତିଦିନ ଜୀବନରେ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ କିଛି ନା କିଛି ଘଟଣାମାନ ଘଟିଥାଏ । ସାଧାରଣତ କେତେକ କଥାର ମହତ୍ଵ ଆମେ ଜାଣିଛୁ କିନ୍ତୁ ଏପରି କିଛି କଥା ଅଛି ଯାହାର କାରଣ ଏବଂ ଲକ୍ଷଣ ଆମେ ଜାଣି ନଥାଉ । କିନ୍ତୁ ବନ୍ଧୁଗଣ ସେଗୁଡିକ ଆମ ନୀତିଦିନର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ ।  ତେବେ ଆଜି ଆମେ ଆପଣଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଚାଲନ୍ତୁ ଜାଣିବା ।

୧;- ବନ୍ଧୁଗଣ, ଘରେ ଠାକୁର ପୂଜା କରିବା ସମୟରେ ଉତ୍ତର ଦିଗ ଅଥବା ଇଶାଣ କୋଣ କୁ ମୁଖ କରି ପୂଜା କରିବା ଉଚିତ ଏହା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ।

୨;- ଠାକୁର ପୂଜା ସମୟରେ ତମ୍ଭା ପାତ୍ରରେ କେବେ ମଧ୍ୟ ଚନ୍ଦନ ଘୋରି ରଖିବା ଉଚିତ ନୁହେଁ ଏବଂ ଅତି ପତଳା ଚନ୍ଦନ ଠାକୁରଙ୍କୁ ଲଗାଇବା ଅନୁଚିତ ।

୩;- ଠାକୁର ପୂଜା ସମୟରେ ଦୀପ ଜଳାଇବା ପୂର୍ବ ରୁ ଦୀପ ତଳେ ଚାଉଳ ରଖିବା ଉଚିତ ଏବଂ କେବେ ମଧ୍ୟ ଦୀପରୁ ଦୀପ ଜଳିବା ଉଚିତ ନୁହେଁ ।

୪;- ପ୍ରତ୍ୟକ ଦିନ ପଞ୍ଚଦେବ ଯଥା ଗଣେଶ, ନାରାୟଣ, ଶିବ, ଦୂର୍ଗା ଏବଂ ସୂର୍ଯ୍ୟ ଙ୍କ ପୂଜା କରିବା ଉଚିତ ଏହା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ ।

୫;- ଠାକୁରଙ୍କ ପାଖରେ ଆଳତି କରିବା ସମୟରେ ଠାକୁରଙ୍କ ପାଦ ଆଡକୁ ଚାରି ଥର ବୁଲାଇବା ଉଚିତ । ସେହିପରି ନାଭି ଆଡକୁ ଦୁଇଥର ଏବଂ ମୁଖ ଆଡକୁ ଠାରେ ବୁଲାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

୬;- ବିନା ଆସନରେ କେବେ ମଧ୍ୟ ପୂଜାପାଠ କରିବା ଅନୁଚିତ ଏବଂ ପୂଜା ପରେ ଆସନ ତଳେ ଦୁଇବୁନ୍ଦା ଜଳ ପକାଇ ଆସନକୁ ମୁଣ୍ଡରେ ମାରି ଉଠାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

୭;- ଠାକୁରଙ୍କ ସମ୍ମୁଖରେ ଜଲାଯାଇଥିବା ଦୀପ କେବେ ମଧ୍ୟ ନିଜେ ଲିଭାଇବା ଉଚିତ ନୁହେଁ ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ ।

୮;- ପୂଜା କରିବା ସମୟରେ ଠାକୁରଙ୍କୁ ଚନ୍ଦନ, କୁଙ୍କୁମ ଏବଂ ହଳଦୀ ଇତ୍ୟାଦି ନିଜର ଅନାମିକା ଆଙ୍ଗୁଠି ଦ୍ଵାରା ଲଗାଇବା ଉଚିତ ଏହା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ।

୯;- ଠାକୁରଙ୍କୁ ନୈବେଦ୍ୟ ଲଗାଇବା ସମୟରେ କେବେ ମଧ୍ୟ ଲୁଣ, ଲଙ୍କା ଏବଂ ତେଲର ବ୍ୟବହାର କରିବା ଉଚିତ ନୁହେଁ ଏବଂ ନୈବେଦ୍ୟରେ ତୁଳସୀ ପତ୍ର ର ବ୍ୟବହାର କରିବା ଦ୍ଵାରା ମଙ୍ଗଳ ହୋଇଥାଏ ।

୧୦;- ଦିନ ୧୨ ଟାରୁ ୪ ଟା ଭିତର କେବେ ମଧ୍ୟ ଠାକୁର ପୂଜା କରିବା ଉଚିତ ନୁହେଁ, ସେହିପରି ରାତି ୧୨ ଟା ରୁ ୩ ଟା ମଧ୍ୟରେ କେବେ ପୂଜା କରିବା ଉଚିତ ନୁହେଁ ।

୧୧;- ଘରେ କେବେ ମଧ୍ୟ ୨ ଟି ଶିବ ଲିଙ୍ଗ, ୩ ଟି ଗଣେଶ ମୂର୍ତ୍ତି, ୨ ଟି ସୂର୍ଯ୍ୟ, ୨ ଟି ଗୋମତୀ ଚକ୍ର ଏବଂ ୨ ଟି ଶାଳଗ୍ରାମ ରଖିବା ଉଚିତ ନୁହେଁ ।

୧୨;- ମହାଦେବ ଙ୍କୁ, ଗଣେଶଙ୍କୁ ଏବଂ ଭୈରବୀଙ୍କୁ ପୂଜା ସମୟରେ କେବେ ମଧ୍ୟ ତୁଳସୀ ପତ୍ର ଅର୍ପଣା କରିବା ଉଚିତ ନୁହେଁ ।

୧୩;- ଅଗାଧୁଆ କେବେ ମଧ୍ୟ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ ଏବଂ ଅଗାଧୁଆ ତୋଳା ଯାଇଥିବା ତୁଳସୀପତ୍ର ଦେବ କାର୍ଯ୍ୟରେ ସ୍ଵୀକାର ହୋଇ ନଥାଏ ।

୧୪;- ତୁଳସୀ ପତ୍ର ୧୧ ଦିନ ପର୍ଯ୍ୟନ୍ତ ବାସୀ ହୋଇ ନଥାଏ ତେଣୁ ତୁଳସୀପତ୍ର ଉପରେ ପାଣିଛିଞ୍ଚି ଏହା ଦେବ କାର୍ଯ୍ୟରେ ଲଗାଯାଇପାରେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *