ମଶା ଘଉଡାଇବା ପାଇଁ 3 ଟି ଜବରଦସ୍ତ ଘରୋଇ ଉପାୟ, ମାତ୍ର 1 ମିନିଟରେ ସବୁ ମଶା ଗାୟବ (Organic Mosquito Repellent)

ବନ୍ଧୁଗଣ, ମଶା କାମୁଡିଲେ ବହୁତ ଭୟଙ୍କର ରୋଗ ହୋଇଥାଏ । ସମସ୍ତେ ଜାଣିଛନ୍ତି ଯେ ମଶା କାମୁଡିବା ଦ୍ଵାରା ଡେଙ୍ଗୁ, ମେଲେରିଆ, ଏବଂ ଚିକେନଗୁନିଆ ଭଳି ଭୟଙ୍କର ରୋଗ ହୋଇଥାଏ । ଆଜି ଆମ୍ଭେ ଆପଣଙ୍କୁ ମଶାଠାରୁ ବଞ୍ଚିବା କୁ ୩ ଟି ବିଶେଷ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ପ୍ରଥମ ଉପାୟ କୁ ବନାଇବା ପାଇଁ ଆପଣ ଏକ ମାଟି ସରା ର ଆବଶ୍ୟକ ହେବ ।

ଏଥିରେ ଆପଣଙ୍କୁ ଛୋଟ ଛୋଟ କଣା କରିବାକୁ ପଡିବ । ଗୋଟିଏ ସରାରେ ଆପଣ ୪ ରୁ ୫ ଟି କଣା କରିନେବେ । ଏହାପରେ ଆପଣ ହବନ ସାମଗ୍ରୀ ନିଅନ୍ତୁ । ଆପଣ ଏହି ସରାରେ ୨ ଚାମଚ ହବନ ସାମଗ୍ରୀ ନିଅନ୍ତୁ, ଏହାପରେ ଆପଣ ଏଥିରେ ଅଳ୍ପ କର୍ପୁର ଗୁଣ୍ଡ କରି ପକାଇ ଦିଅନ୍ତୁ । ଏହାପରେ ଆପଣ ଆଉ ଏକ ସରାକୁ ହୋଲ କରି ଏହାକୁ ଢାଙ୍କି ଦିଅନ୍ତୁ ଏହାପରେ ଏହା ଲିଭିଯିବ, ଏବଂ ଧୀରେ ଧୀରେ ଏହା କୁହୁଳିବାକୁ ଲାଗିବ, ଏବଂ ଯେଉଁଠାରେ ମଶା ଲାଗୁଛନ୍ତି ସେଠାରେ ନେଇ ରଖନ୍ତୁ ।

ଏହାର ଧୂଆଁ କରଣରୁ କିଛି ସମୟ ପରେ ସମସ୍ତ ମଶା ବାହାରିଯିବେ । ଏହାର ସୁଗନ୍ଧ ମଧ୍ୟ ବହୁତ ଭଲ ହୋଇଥାଏ । ଦ୍ଵିତୀୟ ଉପାୟ ହେଉଛି, ଆପଣ ନିମ୍ବ ପତ୍ରକଥା ନିଶ୍ଚିତ ଭାବରେ ଜାଣିଛନ୍ତି । ଏହା ଆମ୍ଭ ବାତାବରଣ କୁ ସୁଦ୍ଧ ରଖିଥାଏ । ଆପଣ ଏହାକୁ ଆପଣ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଏହାପରେ ଆପଣ ଅଳ୍ପ କର୍ପୁର ନିଅନ୍ତୁ । ଦୁଇ ଚାମଚ କର୍ପୁର ଗୁଣ୍ଡ ଆପଣ ଏଥିରେ ପକାନ୍ତୁ ।

ଏହାପରେ ଆପଣ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହାପରେ ଆପଣ ଏହାର ଛୋଟ ଛୋଟ ଲଡୁ ବନାଇ ନିଅନ୍ତୁ । ଏହାପରେ ଆପଣ ଏହାକୁ ଶୁଖାଇ ନିଅନ୍ତୁ । ଏହାକୁ ଛାଇ ରେ ଶୁଖାଇ ନିଅନ୍ତୁ ଏହା ଭଲ ଭାବରେ ପ୍ରଭାବ ପକାଇ ଥାଏ । ଏହାପରେ ଏହାକୁ ଜଳାଇବା ନିମନ୍ତେ ଆପଣ ଏକ ମାଟି ର ସରା ନିଅନ୍ତୁ । ଏହି ଲଡୁ କୁ ସେଥିରେ ରଖି ଅଳ୍ପ କର୍ପୁର ଦେଇ ଜଳାଇ ଦିଅନ୍ତୁ । ଏହାପରେ ତାହା ଉପରେ ଆଉ ଏକ ହୋଲ ଥିବା ସରା ଆଣି ଢାଙ୍କି ଦିଅନ୍ତୁ । ଏହାର ଧୂଆଁ ବାହାରି ଅଳ୍ପ ସମୟ ମଧ୍ୟରେ ମଶା ଘରୁ ଚାଲିଯିବେ ।

ତୃତୀୟ ଉପାୟ ହେଉଛି । ପ୍ରଥମେ ଆପଣ ଏକ ମାଟିର ଦୀପ ନିଅନ୍ତୁ ଏହାପରେ ଆପଣ ଏଥିରେ ଅଳ୍ପ ସୋରିଷ ତେଲ ଅଥବା ନିମ୍ବ ତେଲ ପକାନ୍ତୁ । ଏହାପରେ ଗୋଟିଏ ବତୀ ଲଗାଇ ଦିଅନ୍ତୁ । ଏହାପରେ ଆପଣ ପିଆଜ ର ଜଟା ଥିବା ଭାଗକୁ କାଟି ଦୀପ ରେ ପକାଇ ଦିଅନ୍ତୁ ।

ଏହାପରେ କିଛି କର୍ପୁର କୁ ଗୁଣ୍ଡ କରି ପକାଇ ଦିଅନ୍ତୁ । ଏହାପରେ ଏହାକୁ ଜଳାଇ ଦିଅନ୍ତୁ । ଏହି ୩ ଉପାୟ ମଧ୍ୟରୁ ଯେଉଁ ଉପାୟ ଟି ଆପଣଙ୍କୁ ସହଜ ଲାଗିବ ଆପଣ ନିଶ୍ଚିତ ଭାବରେ ସେହି ଉପାୟ କରି ମଶା ଭଳି ସମସ୍ୟା ରୁ ଦୂରେଇ ରୁହନ୍ତୁ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *