Ajira Upadesha- ବାପା ମା’ଙ୍କ ଉପରେ କ୍ରୋଧ କଲେ କଣ ସବୁ ଭୋଗିବାକୁ ପଡ଼ିଥାଏ ?

ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ସବୁ କରିବେ । କିନ୍ତୁ ଏମିତି କିଛି କାମ କରିବା ଉଚିତ ନୁହେଁ ଯାହା ଦ୍ଵାରା ଜୀବନ ନର୍କ ହୋଇଯିବ । ମଣିଷ ଜୀବନରେ ଭଲ ବ ଖରାପ କାମ କରିଥାଏ । ଯାହାର ପରିଣାମ ସ୍ୱରୂପ ମଣିଷ ଭଲ ଓ ଖରାପ ଫଳ ପାଇଥାଏ । ମଣିଷ ଜୀବନରେ ଏମିତି କିଛି ଭୁଲ କାମ କରିବା ଉଚିତ ନୁହେଁ ଯାହା ଦ୍ଵାରା ସାରା ଜୀବନ ଅନୁତାପ କରିବା ସହ ଦଣ୍ଡ ମଧ୍ୟ ଭୋଗ କରିବାକୁ ପଡିବ ।

ଆଜି ଆମେ ଆପଣଙ୍କୁ ମଣିଷ କ୍ରୋଧରେ ବାପା ମାଙ୍କ ସହ ଏମିତି କେଉଁ କାମ କରିଲେ କେଉଁ ଦଣ୍ଡ ଭୋଗ କରିବାକୁ ପଡିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଆମକୁ ଜନ୍ମ କରିଥିବା ସବୁଠାରୁ ବଡ ଭଗବାନ ହେଉଛନ୍ତି ବାପା ଓ ମା । ସେମାନେ ହେଉଛନ୍ତି ଚଳନ୍ତି ଦେବତା । ଯାହାଙ୍କର ପୂଜା ପ୍ରତେକ ମଣିଷ କରିବା ଉଚିତ । ଘର ଭିତରେ ଦୁଇଟି ଦେବତା ଅଛନ୍ତି । ସେ ହେଉଛନ୍ତି ଜନ୍ମ କରିଥିବା ବାପା ଓ ମା ।

କିନ୍ତୁ ଆଜିକାଲି ବାପା ମା ଙ୍କୁ କେହି ବି ସନ୍ତାନ ଖାତିର କରୁ ନାହାନ୍ତି । ଯାହାର ପରିଣାମ ସ୍ୱରୂପ ସନ୍ତାନ ମାନେ ଏମିତି ଦଣ୍ଡ ଭୋଗ କରୁଛନ୍ତି ଯାହା ଆପଣ ମାନେ ନିଶ୍ଚିନ୍ତ ଭାବେ ଜାଣିଥିବେ । କାରଣ ଶାସ୍ତ୍ର ରେ କୁହା ଯାଇଛି ବାପା ମା ଙ୍କ ଆଖିରେ ଲୁହ ଆସିଲେ କେବେ ବି ସନ୍ତାନ ଭଲରେ ରହି ପାରିବ ନାହି ।

ତେବେ ଶାସ୍ତ୍ର ଅନୁଯାୟୀ କ୍ରୋଧ ବଶତ ଯଦି ବାପା ଦେହରେ ଗୋଡ ବାଜିଲା ବା ଆପଣ ଜାଣି ଶୁଣି ଗୋଇଠା ମାରିଲେ ତେବେ ଏହି ଜନ୍ମ ରେ ବଞ୍ଚି ଥାଉ ଥାଉ କୃଷ୍ଠ ରୋଗ ହେବ । ଏହା ଆମ ଶାସ୍ତ୍ର ରେ କୁହା ଯାଇଛି । ଠିକ ସେହିପରି ମା କୁ ଯଦି କେହି ସନ୍ତାନ ଗାଳି ଦିଏ ବା ଆଖି ଦେଖାଏ ବା ଚାପୁଡା ମାରେ ଏବଂ ଏହା ସହ୍ୟ ନ କରିପାରି ମା ଆଖିରୁ ଲୁହ ଆସିଲା ତେବେ ଏହି ଜନ୍ମରେ ପାରାଲେସିସ ଏହବା ନିଶ୍ଚିନ୍ତ ଅଟେ । ଯାହାକୁ ପକ୍ଷାଘାତ ରୋଗ କୁହାଯାଏ ।

ଏହି ଦୁଇ ଟି ପ୍ରମୁଖ କାରଣ ହେଉଛି ଯଦି ପୂର୍ବ ଜନ୍ମରେ ଏଭଳି କିଛି କର୍ମ ମଣିଷ କରିଥିବ ତେବେ ଏହି ଜନ୍ମରେ ଏହା ଭୋଗିବାକୁ ପଡିବ । ତେବେ ସନ୍ତାନ ମାନେ ବାପା ମା ଙ୍କ ପ୍ରତି ଯଦି ଏମିତି ଜାଣତରେ ହେଉ ବା ଅଜାଣତରେ ହେଉ କରିଥାନ୍ତି ତେବେ ନିଷ୍କିନ୍ତ ଭାବେ ଏହି ଜନ୍ମରେ ଏହାର ଫଳ ଭୋଗ କରିବାକୁ ପଡିଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *