ବନ୍ଧୁଗଣ, ଯେଉଁ ଗୃହରେ କୌଣସି ନିୟମ ନିଷ୍ଠା ନଥାଏ, ଏବଂ ଭାଗବତ ପାଠ କେବେ ମଧ୍ୟ ହୁଏନାହିଁ, ସେଠାରୁ ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି । ଯଦି ସ୍ଵାମୀ ଏବଂ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ଝଗଡା ବହୁତ ସମୟ ଧରି ଲାଗି ରହିଥାଏ, କଳହ ଏବଂ ମତାନ୍ତର ବାରମ୍ବାର ସୃଷ୍ଟି ହୋଇଥାଏ । ତେବେ ସେହି ଗୃହ କୁ ଲକ୍ଷ୍ମୀ ତ୍ୟାଗ କରିଥାନ୍ତି । ଯଦି ପରିବାର ବର୍ଗ ରେ କଳହ ଦ୍ଵନ୍ଦ ଏବଂ ହିଂସା ବାଦ ଘଟେ ତେବେ ସେହି ସ୍ଥାନ କୁ ମାତା ଲକ୍ଷ୍ମୀ ଛାଡିଥାନ୍ତି । ଅନିୟମତା ଏବଂ ଶିଷ୍ଟାଚାର ହୀନ ହେଲେ, ସେହି ସ୍ଥାନ ମାତା ଲମି ଛାଡି ଚାଲି ଯାଇଥାନ୍ତି ।
ଏହିସବୁ ଭୁଲ କାର୍ଯ୍ୟ କରିବା ଦ୍ଵାରା ମତ ଲକ୍ଷ୍ମୀ ଗୃହ ତ୍ୟାଗ କରିଥାନ୍ତି । କିନ୍ତୁ କେତେକ ଲକ୍ଷଣ ମଧ୍ୟ ଆମ୍ଭକୁ ମିଳିଥାଏ ଯାହାଦ୍ଵାରା ମାତା ଲକ୍ଷ୍ମୀ ଆମ୍ଭ ଗୃହ ତ୍ୟାଗ କରିଲେ ବୋଲି ନିଶ୍ଚିତ ହୋଇଯାଇଥାଏ । ତେବେ ଆସନ୍ତୁ ସେହି ସଙ୍କେତ ମାନଙ୍କ ସମ୍ବନ୍ଧରେ ଜାଣିନେବା ।
୧;- କୁକୁର, ଯଦି କୌଣସି ଏକ ବାହାର କୁକୁର ଘରକୁ ପଶି ଆସେ, ତେବେ ଏହା ଆପଣ ମାନଙ୍କ ନିମନ୍ତେ ଏକ ସତର୍କ ସୂଚନା ଯେ ମାତା ଲକ୍ଷ୍ମୀ ଆପଣଙ୍କ ଗୃହ ଉପରେ ରୁଷ୍ଠ ଅଛନ୍ତି ।
୨;- ଯଦି କୁକୁଡା ମଧ୍ୟ ଘର ଭିତରକୁ ଚାଲି ଆସେ, ତେବେ ମଧ୍ୟ ଏହା ସୂଚାଇ ଥାଏ ଯେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଋଷ୍ଠ ଅଛନ୍ତି । ଛେଳି ଗୋଡ ମଧ୍ୟ ଘରେ ପଡିଲେ ଲକ୍ଷ୍ମୀ ସେହି ସ୍ଥାନରେ ରୁହନ୍ତି ନାହିଁ ।
୩;- ଯଦି ଏକ କଳାମୁଖ ମାଙ୍କଡ ଘରକୁ ପଶିଆସେ, ଘରେ ତାହାର ପାଦ ଚିହ୍ନ ପଡେ, ତେବେ ସେ ଘରୁ ଲକ୍ଷ୍ମୀ ଛାଡି ଚାଲି ଜାଆନ୍ତି । ଏବଂ ସେହି ଗୃହ ରେ ସର୍ବଦା ଅଭାବ ଅନାଟନ ଲାଗି ରହିଥାଏ ।
୪;- ଅତୀତ ରେ ଲୋକ ମାନେ ଗୋ-ମାତା ଙ୍କର ସେବା କରୁଥିଲେ ମାତ୍ର ବର୍ତ୍ତମାନ ମଣିଷ ମାନେ ଏତେ ଉଚ୍ଚ କୋଟି ର ପାଲଟି ଯାଇଛନ୍ତି ଯେ ସେମାନେ କୁକୁର ମାନଙ୍କର ସେବା କରୁଛନ୍ତି । ମାତ୍ର ସେ ଯାହା ହେଉ ଏହା ଏକ ଅଲଗା ବିଷୟ ଅଟେ । ଆପଣ ଯଦି କୁକୁର କୁ ଭଲ ପାଉଛନ୍ତି ଅଥବା ରଖିଛନ୍ତି ତେବେ ନିଜ ମନରେ କଷ୍ଟ ଆଣନ୍ତୁ ନାହିଁ ଏବଂ ଥରେ ଚିନ୍ତା କରନ୍ତୁ ଯେ କୌଣସି ଧର୍ମ ରେ କୁକୁର କୁ ଶୁଭ ବିଚାର କରାଯାଏ ନାହିଁ ।
ପୂର୍ବ ରୁ ଆମ୍ଭର ଶାସ୍ତ୍ରକାର ମାନେ କୁକୁର କୁ ଗୃହ ରେ ରଖିବା ନିଷେଧ କରିଛନ୍ତି । ତାହା ସମ୍ବନ୍ଧରେ ଆପଣ ଥରେ ଚିନ୍ତା କରନ୍ତୁ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଲେ ଯେ କେତେ ଗୁଡିଏ ପଶୁ ଙ୍କ ଗୋଡ ଆପଣଙ୍କ ଗୃହ ରେ ପଡିଲେ ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ