କେଉଁ ଦିନ ଆମିଷ ଖାଇଲେ ପାପ ? ଆମିଷ ଖାଉଥିଲେ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଆମିଷ ଖାଇଲେ କ’ଣ ହୁଏ ଓ କ’ଣ ନ ହୁଏ ? କିନ୍ତୁ ଆମିଷ ଖାଇଲେ ପାପ ହୁଏ ଅନେକ ଲୋକଙ୍କର ବିଚାର ଅଛି । ଏବଂ ସାଧାରଣତଃ ଲୋକମାନେ ବାରରେ ଆମିଷ ଖାଇଥାନ୍ତି । ଯେମିତି ବୁଧବାର, ଶୁକ୍ରବାର ଓ ରବିବାର । କିଛି ଲୋକ ଅଛନ୍ତି ଯିଏ ସବୁ ବାରରେ ମଧ୍ୟ ଆମିଷ ଖାଇଥାନ୍ତି । କେହି କେହି ରାମ ନବମୀ, ପୂଜା, ସଂକ୍ରାନ୍ତି, ପୂର୍ଣ୍ଣିମା ଏଭଳି ବିଶେଷ ଦିନ ମାନଙ୍କରେ ମଧ୍ୟ ଆମିଷ ଭକ୍ଷଣ କରିଥାନ୍ତି ।

ଏହି ଦିନ ମାନଙ୍କରେ ଆମିଷ ଖାଇବା ପାପ କି ? ପ୍ରକୃତରେ କେଉଁ ଦିନ ଆପଣ ଆମିଷ ଖାଇବେ ? ଆମିଷ ଖାଉଥିବା ଲୋକ ପାପର ଭାଗୀଦାର ହୁଅନ୍ତି କି ? ଆମିଷ ଖାଇବା ଦ୍ଵାରା ଭଗବାନ କ୍ରୋଧିତ ହୁଅନ୍ତି କି ? ଆଜି ଆମେ ଆପଣଙ୍କୁ ଏହି ସମ୍ବନ୍ଧରେ ଜଣାଇବୁ । ଜାତୀୟ ପରିବାର କଲ୍ୟାଣ ଶ୍ଵାସ୍ଥ୍ୟ ବିଭାଗ ସର୍ଭେ ରୁ ଜଣାପଡ଼ିଛି ୭୦ ପ୍ରତିଶତ ରୁ ଅଧିକ ଭାରତୀୟ ଆମିଷ ଭକ୍ଷଣ କରନ୍ତି । ୭୦ ପ୍ରତିଶତ ମହିଳା ଓ ୭୮ ପ୍ରତିଶତ ପୁରୁଷ ମାଂସ ଭକ୍ଷଣ କରନ୍ତି ।

ତେଲେଙ୍ଗାନା, ଆନ୍ଧ୍ରା, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ୯୭ ପ୍ରତିଶତ ଲୋକ ଆମିଷ ଖାଇଥାନ୍ତି । ଭାରତର ଅଧା ଜନସଂଖ୍ୟା ସପ୍ତାହରେ ଥରେ ଆମିଷ ଭକ୍ଷଣ କରନ୍ତି । କିନ୍ତୁ ଡାକ୍ତରଙ୍କ ମତ ଅନୁସାରେ ମାଛରେ ରହିଛି ପ୍ରୋଟିନ, ଓମେଗା ଥ୍ରୀ ଫାଟି ଏସିଡ, ଭିଟାମିନ ଡି, କ୍ୟାଲସିୟମ, ଫସଫରସ, ମିନେରାଲ ଓ ଆଇରନ । କୁକୁଡ଼ା ମାଂସ ରେ ରହୁଛି ଭିଟାମିନ ବି ୧୨, ମିନେରାଲ, ରାଇବୋଫ୍ଲୋବିନ, ନିଆସିନ ମ୍ୟାଗ୍ନେସିୟମ, ଫସଫରସ ଓ ଜିଙ୍କ ।

ଏହିଭଳି ମଟନ ଓ ଅଣ୍ଡା ରେ ମଧ୍ୟ ପ୍ରୋଟିନ ଓ ଭିଟାମିନ ରହୁଛି । ଶାସ୍ତ୍ର ଅନୁସାରେ ରବିବାର ଆମିଷ ଭକ୍ଷଣ କଲେ ଲୋକ ଦାରିଦ୍ର୍ୟ ହୋଇଯାଆନ୍ତି । ଏବଂ ଗୁରୁବାର ଦିନ ନାରୀ ହେଉ କିମ୍ବା ପୁରୁଷ ଯଦି ଆମିଷ ଭକ୍ଷଣ କରନ୍ତି ତେବେ ତାଙ୍କ ପାଖରୁ ଲକ୍ଷ୍ମୀ ଛାଡ଼ି ଚାଲି ଯାଇଥାନ୍ତି । ଶାସ୍ତ୍ର ଅନୁସାରେ ସୋମବାର, ଗୁରୁବାର, ମଙ୍ଗଳବାର ଓ ରବିବାର ରେ ଆମିଷ ଭକ୍ଷଣ କରିବାକୁ ନିଷେଧ କରାଯାଇଛି । ଆମିଷ ଖାଇଲେ ଶରୀର ରୋଗଗ୍ରସ୍ତ ହେବ ବୋଲି କୁହାଯାଇଥାଏ କିନ୍ତୁ ଏଭଳି କିଛି କଥା ନାହିଁ । ଅମାବାସ୍ୟା, ସଂକ୍ରାନ୍ତି ଓ ପୂର୍ଣ୍ଣମୀ ରେ ଆମିଷ ଭକ୍ଷଣ କରିବାକୁ ନିଷେଧ କରାଯାଇଛି ।

ଏହି ଦିନରେ ଆମିଷ ଭକ୍ଷଣ କରିବା ଦ୍ଵାରା ଦୋଷ ଲାଗିଥାଏ । ଡାକ୍ତରଙ୍କ ମତରେ ଆମିଷ କୁ ଶରୀରର ଆବଶ୍ୟକତା ଅନୁସାରେ ଖାଇବା ଉଚିତ । ଗୋଟେ ସୁସ୍ଥ ମଣିଷ ପାଇଁ ସବୁ କିଛି ବାଲନ୍ସ କରି ଖାଇବା ଉଚିତ । ଆପଣ ଆମିଷ ଖାଆନ୍ତୁ କିମ୍ବା ନିରାମିଷ ଯାହାବି ଖାଇବେ ଅଧିକ ରୁ ଅଧିକ ଖାଇବା ଦ୍ଵାରା ଶରୀର ରୋଗରେ ପୀଡ଼ିତ ହୋଇଥାଏ । ତେଣୁ ଆପଣଙ୍କ ଶରୀର ପାଇଁ ଯେତିକି ଉପୋଯୋଗୀ ସେତିକି ସେବନ କରନ୍ତୁ । ସବୁ ଖାଦ୍ୟରେ କିଛି ନା କିଛି ଭିଟାମିନ ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *