Vastu Tips- କ୍ରିଷ୍ଟଲ କଇଁଛ ବଦଳେଇ ଦିଏ ଭାଗ୍ୟ, ଜାଣନ୍ତୁ ଏହାକୁ କେଉଁଠି ଓ କିପରି ରଖିଲେ ବଢିଥାଏ ଧନ

ବନ୍ଧୁଗଣ, ଆପଣ ମାନେ ଜାଣିଛନ୍ତି କି ? କ୍ରିଷ୍ଟାଲ କଇଁଛ ଆମ୍ଭକୁ କେଉଁଠାରେ ରଖିବା ଉଚିତ ଓ କେଉଁ ଦିଗରେ ରଖିବା ଉଚିତ ଏବଂ ଏହାର ଫାଇଦା କ’ଣ ହୋଇଥାଏ ? ତେଣୁ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଜଣାଇବାକୁ ଯାଉଛୁ । ଚାଲନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ଭାବେ ଜାଣିବା । କଇଁଛକୁ ହିନ୍ଦୁ ଧର୍ମରେ ପବିତ୍ର ବୋଲି ମାନା ଯାଇଥାଏ । ଭଗବାନ ବିଷ୍ଣୁ ମଧ୍ୟ କଇଁଛ ଅବତାର ଗ୍ରହଣ କରିଥିଲେ ।

କଇଁଛ କୁ ଉନ୍ନତି ର ପ୍ରତୀକ ବୋଲି ମଧ୍ୟ ମାନା ଯାଇଥାଏ । ଯେଉଁ ଘରେ କଇଁଛ ରଖା ଯାଇଥାଏ ମାତା ଲକ୍ଷ୍ମୀ ସେହି ଘରେ ନିବାସ କରିଥାନ୍ତି । ପ୍ରାଚୀନ କାଳରେ ଲୋକମାନେ ଜୀବିତ କଇଁଛ କୁ ମଧ୍ୟ ଘରେ ରଖୁଥିଲେ । ଏବଂ ଏହା ମଧ୍ୟ କୁହାଯାଉଥିଲା ଯେଉଁ ଘରେ କଇଁଛ ରଖା ଯାଇଥାଏ ସେହି ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ । କ୍ରୀଷ୍ଟଲ କଇଁଛ କିଣିବା ସମୟରେ ତାକୁ ଭଲରେ ପରଖି କିଣନ୍ତୁ ।

ଯେମିତିକି କଇଁଛ ରେ କିଛି ଦାଗ ନଥିବ କିମ୍ବା ଫାଟ ନଥିବ । କୌଣସି ଶୁଭ ଦିନରେ ଆପଣ ଏହି କଇଁଛ ଘରକୁ ଆଣି ପାରିବେ । ଯେମିତି ନବରାତ୍ରି କିମ୍ବା ଦୀପାବଳୀ ଭଳି ପର୍ବରେ ଆପଣ କଇଁଛ କୁ ଘରକୁ ଆଣି ପାରିବେ । ଅନ୍ୟ ଦିନ ମାନଙ୍କରେ ଆପଣ ଶୁଭ ବାରରେ ଆଣି ପାରିବେ । କଇଁଛ ଆଣି ସାରିବା ପରେ ତାକୁ ଭଲରେ ଗଙ୍ଗା ଜଳରେ ସ୍ନାନ କରାଇ କ୍ରିଷ୍ଟଲ ବାଉଲ ଭିତରେ ସ୍ଥାପନ କରନ୍ତୁ ।

ସେହି ବାଉଲ ରେ କଇଁଛ ଗୋଡ ବୁଡ଼ିବା ଯାଏ ହିଁ ପାଣି ଦିଅନ୍ତୁ । ତାହାଠାରୁ ଅଧିକ ଦଅନ୍ତୁ ନାହିଁ । କ୍ରିଷ୍ଟଲ କଇଁଛ କୁ ଘରେ ଧନ ବୃଦ୍ଧି ପାଇଁ ରଖା ଯାଇଥାଏ । ଏହି କଇଁଛ କୁ ଉତ୍ତର ପୂର୍ବ କୋଣରେ କିମ୍ବା ଉତ୍ତର ଦିଗ ଓ ପୂର୍ବ ଦିଗରେ ମଧ୍ୟ ସ୍ଥାପନ କରି ପାରିବେ । କଇଁଛ ର ମୁହଁ ସର୍ବଦା ଘର ପଟକୁ ହେବା ଦରକାର । କିନ୍ତୁ କଇଁଛ ର ମୁହଁ ଘରର ମୁଖ୍ୟ ଦ୍ଵାର ପଟକୁ ହେବା ଉଚିତ ନୁହେଁ ।

କ୍ରିଷ୍ଟଲ କଇଁଛ କୁ କେବଳ କ୍ରିଷ୍ଟଲ ବାଉଲ ରେ ହିଁ ରଖିବା ଉଚିତ । ପିତ୍ତଳ କିମ୍ବା କାଚ ବାଉଲ ରେ ରଖିବା ଶୁଭ ହୋଇନଥାଏ । ଏହି କ୍ରିଷ୍ଟଲ କଇଁଛ ଆପଣଙ୍କ ଘରର ଉନ୍ନତି ଆଣିଥାଏ ଏବଂ ଏହା ସହିତ ଘରର ସୁଖ ସମୃଦ୍ଧି କୁ ବଢାଇ ଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *