କଳିଯୁଗର 5 ଟି ସତ୍ୟ ଘଟଣା ଜାଣିଲେ ଜୀବନ ବଦଳି ଯିବ ! ଯାହା ସମସ୍ତଙ୍କ ଜୀବନରେ ଘଟିଥାଏ…

ବନ୍ଧୁଗଣ, ଭଗବାନ ଶ୍ରୀକୃଷ୍ଣ ମହାଭାରତ କାଳରୁ ହିଁ କଳିଯୁଗର ବିସ୍ତାର ଭାବେ ବର୍ଣ୍ଣନା କରି ଯାଇଛନ୍ତି । କଳିଯୁଗରେ ଲୋକମାନେ କିପରି ହେବେ ? ଲୋକମାନଙ୍କର ବ୍ୟବହାର ଅନ୍ୟ ମାନଙ୍କ ପ୍ରତି କିପରି ରହିବ ସେହି କାଳରୁ ହିଁ କୁହା ହେଇ ଯାଇଛି । ଆଜି ଆମେ ଆପଣଙ୍କୁ ଜଣାଇବୁ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ୫ ଟି କଟୁ ସତ୍ୟ । ଯାହାକୁ ଆଜି ମଧ୍ୟ ଶତ ପ୍ରତିଶତ ସତ ହୋଇଛି । ମହାଭାରତ କାଳରେ ପାଣ୍ଡବ ମାନଙ୍କ ମନରେ କଳିଯୁଗ ବିଷୟରେ ଜାଣିବା ପାଇଁ ଜିଜ୍ଞାସା ଆସିଲା ।

ସେମାନେ ଶ୍ରୀକୃଷ୍ଣ ଙ୍କୁ ପଚାରିଲେ କଳିଯୁଗରେ ମଣିଷ ମାନେ କିପରି ହେବ ତାଙ୍କ ବ୍ୟବହାର କିପରି ହେବ ? ତେଣୁ ଶ୍ରୀକୃଷ୍ଣ ପଞ୍ଚ ପାଣ୍ଡବ ଙ୍କୁ ବଣ କୁ ଯିବା ପାଇଁ କହିଲେ ଓ ଏହା ମଧ୍ୟ କହିଲେ ତୁମ୍ଭେ ସେଠାରେ ଯାହାବି ଦେଖିବା ମୋ ଆଗରେ ଆସି ବିସ୍ତାର ଭାବେ କହିବ । ତେବେ ପାଞ୍ଚ ଭାଇ ବଣକୁ ଯାଇ ଫେରି ଆସିଲେ ଓ କୃଷ୍ଣଙ୍କୁ କ’ଣ କହିଲେ ଚାଲନ୍ତୁ ଜାଣିବା ।

ପ୍ରଥମେ ଯୁଧିଷ୍ଠର ମହାରାଜ ଦେଖିଥିବା କଥା କହିବାକୁ ଲାଗିଲେ । ଦୁଇଟି ଶୁଣ୍ଢ ଥିବା ହାତୀ ଦେଖିଥିବା କଥା କହିଲେ ଓ ସେ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଥିଲେ । ଭଗବାନ ଶ୍ରୀକୃଷ୍ଣ ଏହା ଶୁଣି ଉତ୍ତର ଦେଲେ କଳିଯୁଗରେ ଏପରି ଲୋକମାନେ ଶାସନ କରିବେ କହିବେ କିଛି କଥା କରିବେ କିନ୍ତୁ ଆଉ କିଛି କଥା । ଦୁଇ ଦିଗରୁ ଶୋଷଣ କରିବେ ।

ଦ୍ଵିତୀୟରେ ଭୀମ କହିଲେ ଗୋଟେ ଗାଈ ତା ବାଛୁରୀ କୁ ଏତେ ପ୍ରେମ ରେ ଚାଟୁଥିଲା ସେ ବାଛୁରୀ ଦେହରୁ ରକ୍ତ ବୋହୁଥିଲା ତଥାପି ମଧ୍ୟ ସେ ଗାଈ ଚାଟିବା ବନ୍ଦ୍ କରୁ ନଥାଏ । ଏହା ଶୁଣି ଶ୍ରୀକୃଷ୍ଣ କହିଲେ କଳିଯୁଗର ଲୋକମାନେ ତାଙ୍କ ପିଲାଙ୍କ ନେଇ ଏତେ ଆସକ୍ତ ହୋଇଯିବେ ଯେ ପିଲାମାନଙ୍କର ବିକାଶ ଅଟକି ଯିବ । କଳିଯୁଗର ଲୋକ ଅନ୍ୟର ପୁତ୍ର ସାଧୁ ହେଲେ ସହ୍ୟ କରିପାରିବେ କିନ୍ତୁ ନିଜ ପୁତ୍ର ସାଧୁ ହେଲେ ସହ୍ୟ କରିପାରିବେ ନାହିଁ । କଳିଯୁଗର ମାତା ପିତା ପିଲାଙ୍କୁ ଧର୍ମଜ୍ଞାନ ଛାଡ଼ି ମୋହମାୟା ରେ ପକାଇବେ ।

ତୃତୀୟରେ ଅର୍ଜୁନ କହିଲେ ଗୋଟିଏ ପକ୍ଷୀ ଯାହାର ପର ରେ ବେଦର ଶ୍ଳୋକ ଲେଖା ହୋଇଥିଲା କିନ୍ତୁ ସେ ମନ୍ୟୁଷ ର ମାଂସ ଖାଉଥିଲା ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହାର ଅର୍ଥ ଭଗବାନ କହିଲେ କଳିଯୁଗରେ ଏପରି ଲୋକ ହୋଇଯିବେ ଯାହାଙ୍କୁ ବିଦ୍ୱାନ କୁହାଯିବ କିନ୍ତୁ ସେମାନଙ୍କ ମନ ଇଛା ଅଭିଳାଷା ଅନ୍ୟର ସମ୍ପତ୍ତି ଲୁଟିବାରେ ଥିବ । ଚତୁର୍ଥରେ ନକୁଳ ଦେଖିଥିଲେ କି ଗୋଟେ ବହୁତ ବଡ ପଥର ପର୍ବତର ଶିଖରରୁ ପଡ଼ିଲା କିନ୍ତୁ ତାକୁ ବଡ ରୁ ବଡ ବୃକ୍ଷ ମଧ୍ୟ ଅଟକାଇ ପାରିଲା ନାହିଁ ।

କିନ୍ତୁ ସେହି ପଥର ଅତି ଦ୍ରୁତ ଗତିରେ ଆସି ଗୋଟେ ଛୋଟ ବୃକ୍ଷ ପାଖରେ ଅଟକି ଗଲା । ଏହାର ଅର୍ଥ ଶ୍ରୀକୃଷ୍ଣ କହିଲେ ମନ୍ୟୁଷଙ୍କ ବୁଦ୍ଧି କ୍ଷୀଣ ହୋଇଯିବ ଏବଂ ପତନ ଆଡ଼କୁ ଗତି କରିବ । ପଞ୍ଚମ ରେ ସହଦେବ ବଣ ରେ ଯିବା ସମୟରେ ଅନେକ କୂଅ ଦେଖିଥିଲେ ସେମାନଙ୍କ ମଧ୍ୟରୁ କେବଳ ମଝି ଭାଗରେ ଥିବା କୂଅ ଖାଲି ଥିଲା ଏବଂ ବହୁତ ଗଭୀର ଥିଲା ଏହା ଦେଖି ସହଦେବ ଆଶ୍ଚର୍ଯ୍ୟ ହୋଇଥିଲେ । ଏହାର ଅର୍ଥ ଶ୍ରୀକୃଷ୍ଣ କହିଲେ କଳିଯୁଗରେ ଧନୀ ବ୍ୟକ୍ତି ନିଜ ପୁଅ ଝିଅ ବାହାଘରରେ ପ୍ରଚୁର ଧନ ଖର୍ଚ୍ଚ କରିବେ । ମଦୀରା ପାନ, ମାଂସ ଭକ୍ଷଣ ଓ ଭୂଷଣ ରେ ଟଙ୍କା ଖର୍ଚ୍ଚ କରିବେ ।

କୌଣସି ମଧ୍ୟ ଦୁଃଖି ଙ୍କୁ ସାହାଯ୍ୟ କରିବେ ନାହିଁ । ଶ୍ରୀକୃଷ୍ଣ କହିଲେ ଯେଉଁମାନେ ଏସବୁ ରୁ ଦୂରେଇ ରହି ହରି ନାମ ଜପ କରିବେ ତାଙ୍କ ଉପରେ କଳିଯୁଗର ପ୍ରଭାବ ରହିବ ନାହିଁ ଏବଂ ଭଗବାନଙ୍କ ଆଶୀର୍ବାଦ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *