Vastu Tips- ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଘରେ ଏହି 3 ଟି ଫଟୋ ଲଗେଇବା ଦ୍ଵାରା ଆସିଥାଏ ଭୟଙ୍କର ଦରିଦ୍ରତା, ଏହି ସବୁ ଫଟୋ ଲଗେଇଲେ ବଢିଥାଏ ଧନ

ବାସ୍ତୁ ଶାସ୍ତ୍ରରେ ଏମିତି ବସ୍ତୁ ମାନଙ୍କର ବର୍ଣ୍ଣନା କରା ଯାଇଛି ଯାହା ଆମ ଜୀବନରେ ଭଲ ପ୍ରଭାବ ପକାଇଥାଏ । ଆମ ଘରେ ଅନେକ ପ୍ରକାରର ଅଲଗା ଅଲଗା ଚିତ୍ର ଥିବା ଫୋଟୋ ଲଗାଯାଇଥାଏ । ପ୍ରତେକ ଫୋଟୋ ପଛରେ ଥିବା ରହସ୍ୟ ବିଷୟରେ ଜଣା ନ ଥାଏ । ବାସ୍ତୁ ଅନୁସାରେ ଯେଉଁ ଜିନିଷ ଆମେ ବାରମ୍ବାର ଦେଖିଥାଉ ତାହା ପ୍ରଭାବ ଅଧିକ ରହିଥାଏ । ତେଣୁ ଘରେ ସଠିକ ଚିତ୍ରର ଫୋଟୋ ଲଗାଇବା ନିହାତି ଜରୁରୀ ଅଟେ ।

ଆଜି ଆମେ ଆପଣ ମାନଙ୍କୁ ଭଗବାନ କୃଷ୍ଣ ଘରେ କେଉଁ ଚିତ୍ର ଲଗାଇବା ଉଚିତ ଓ ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ । ୧- ଯଦି ଆପଣଙ୍କର ବ୍ୟବସାୟ ବା ଚାକିରି କ୍ଷେତ୍ରରେ ସଫଳତା ପ୍ରାପ୍ତ ହେଉ ନାହି ତେବେ କାମ କରୁଥିବା ଜାଗାରେ ପୂର୍ବ ଦିଗରେ ସମୁଦ୍ରକୁ ଦୌଡୁଥିବା ୭ଟି ଘୋଡାର ଚିତ୍ର ଲଗାଇବା ଉଚିତ । ଏହା ଦ୍ଵାରା ଆପଣ ସଫଲାତ ଲାଭ କରିବେ ।

୨- ଗର୍ଭବତୀ ମହିଳାଙ୍କ ପାଇଁ ସୁନ୍ଦର ବିଚାର ଓ ଭଲ ପ୍ରଭାବ ରହିବା ଉଚିତ । ତେଣୁ ତାଙ୍କ ରୁମରେ ମା ଯଶୋଦା ଓ ଭଗବାନ କୃଷ୍ଣଙ୍କ ଫୋଟୋ ଲଗାଇବା ଉଚିତ । ଘରେ ସୁଖ ସମୃଦ୍ଧି ଲାଭ ପାଇଁ ରାମ ଦରବାର ଚିତ୍ର ଲଗାଇବା ଉଚିତ ।

୩- ଯଦି ଆପଣ ଧନର ସ୍ରୋତ ବଢାଇବାକୁ ଚାହୁଛନ୍ତି ବା ଧନର ଅଭାବ କେବେ ନ ହେବା ପାଇଁ ଇଚ୍ଛା କରୁଛନ୍ତି ତେବେ ଭଗବାନ ଧନବନ୍ତରୀଙ୍କ ଚିତ୍ର ଘରେ ଲଗାନ୍ତୁ । ଏହା ଦ୍ଵାରା ଘରେ ପରିବାରର ଲୋକଙ୍କର ସ୍ୱାସ୍ଥ୍ୟ ଠିକ ହେବ ସହ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

୪- ଯଦି ଆପଣଙ୍କ ମନ ସବୁବେଳେ ବିଚଳିତ ହେଉଥାଏ ବା କୌଣସି କାମରେ ମନ ଲାଗୁ ନାହି ତେବେ ରୋଷେଇ ଘରେ ହରାଭରା ଫୁଲ ର ଚିତ୍ର ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କ ମନ ଫୁଲ ଭଳି ଖେଳି ଉଠିବ ।

୫- ନବ ବିବାହିତ ଦମ୍ପତି ଙ୍କ ରୁମରେ ରାଧା କୃଷ୍ଣ ଙ୍କ ଫୋଟୋ ଲଗାଇବା ଉଚିତ । ଏହା ଶୁଭ ହୋଇଥାଏ । ଏମିତି କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଭୀର ହୋଇଥାଏ । ତାଙ୍କର ପ୍ରେମ ରାଧା କୃଷ୍ଣଙ୍କ ଭଳି ସର୍ବଦା ମର ରହିଥାଏ ।

୬- ମା ସରସ୍ଵତୀ ବିଦ୍ୟା, ବୁଦ୍ଧି, ଆତ୍ମବିଶ୍ଵାସୀ ର ଦେବୀ ଅଟନ୍ତି । ପାଠ ପଢୁଥିବା ପିଲା ମାନେ ନିଜ ରୁମରେ ମା ସରସ୍ଵତୀଙ୍କ ଫୋଟୋ ଲଗାଇବା ଉଚିତ । ଏହା ଦ୍ଵାରା ପାଠ ଠିକ ଭାବେ ହୋଇଥାଏ ।

୬- ମହାଭାରତ ସହ ଜଡିତ ଘରେ କେବେ ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ବାତାବରଣ ଅଶୁଦ୍ଧ ହୋଇଥାଏ । ଏହା ସହ କୌଣସି ଯୁଦ୍ଧ ଚିତ୍ର ଘରେ ଲଗାଇବା ଅନୁଚିତ ।

୭- ଘରେ ବହି ଯାଉଥିବା ନଦୀର ଚିତ୍ର ଲଗାଇବା ଅନୁଚିତ । ଏହା ଦ୍ଵାରା ଧନ ହାନି ହେବା ସହ ବାସ୍ତୁ ଦୋଷ ଲାଗିଥାଏ । କାନ୍ଦୁଥିବା ଶିଶୁ ବା ମହିଳାଙ୍କ ଫୋଟୋ ଲଗାଇବା ଅନୁଚିତ ।ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *