Vastu Tips- ଏହି 5 ପକ୍ଷୀ ଘରକୁ ଆସୁଥିଲେ ସାବଧାନ ! ହେଇଯିବେ ଭିକାରି, ଦେଖନ୍ତୁ କେଉଁ ପକ୍ଷୀ ଘରକୁ ଆସିବା ଶୁଭ

ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ପଶୁପକ୍ଷୀ ଏମିତି ଅଛନ୍ତି ଯେଉଁ ମାନଙ୍କର ଆଗମନରେ ଘର ବରବାତ ହୋଇଯାଏ । ଏମିତିକି ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଏମାନେ ଭଲ ହୋଇ ନ ଥାନ୍ତି । କିଛି ପକ୍ଷୀ ଘରକୁ ଭୁଲରେ ଆସିଲେ ମଧ୍ୟ ଖରାପ ସମୟର ଆରମ୍ଭ ହୋଇଥାଏ । କିନ୍ତୁ ଏମିତି କିଛି ପକ୍ଷୀ ଅଛନ୍ତି ଯେଉଁ ମାନଙ୍କର ଆଗମନରେ ଶୁଭ ସଂକେତ ମିଳିଥାଏ । ପ୍ରକୃତି ଛୋଟ ଛୋଟ ସଂକେତ ଦ୍ଵାରା ଭବିଷ୍ୟତରେ ଭଲ ଓ ଖରାପ ବିଷୟରେ ସୂଚନା ଦେଇଥାଏ ।

କିନ୍ତୁ ଏହାକୁ ଆମେ ବୁଝିପାରୁ ନ ଥାଉ । ଆଜି ଆମେ ଆପଣ ମାନଙ୍କୁ କେଉଁ ପକ୍ଷୀ ଘରକୁ ଆସିଲେ ଶୁଭ ଓ ଅଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- କାଉ : କାଉ ଏମିତି ଏକ ପକ୍ଷୀ ଯାହାକୁ କେହି ପସନ୍ଦ କରନ୍ତି ନାହି । କିନ୍ତୁ କାଉ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବାବଦରେ ସୂଚନା ଦେଇଥାଏ । ଯଦି ବହୁତ ସାରା କାଉ ଏକତ୍ର ହୋଇ ଶବ୍ଦ କରିଥାନ୍ତି ତେବେ ସେହି ଜାଗାରେ କିଛି ଘଟିବାକୁ ଯିବାର ସୂଚନା ଦେଇଥାଏ ।

୨- ପାରା : ଶାସ୍ତ୍ର ଅନୁସାରେ ଘରେ ପାରା ବସା ବାନ୍ଧିଥିଲେ ଏହା ଅଶୁଭ ମାନାଯାଏ । ଯେଉଁ ଘରେ ପାରା ବସା ବାନ୍ଧିଥାଏ ସେହି ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହି । ଏହା ସହ ଧନର ଅଭାବ ଦେଖାଯିବା ସହ ଆର୍ଥିକ ସମସ୍ଯା ଦେଖାଯାଏ ।

୩- ପେଚା : ମା ଲକ୍ଷ୍ମୀଙ୍କ ବାହନ ହେଉଛି ପେଚା । କିନ୍ତୁ ଘରର ଛାତ ଉପରେ ବାରମ୍ବାର ପେଚା ବସିଲେ ଅଶୁଭ ହୋଇଥାଏ । କିନ୍ତୁ ଧଳା ରଙ୍ଗର ପେଚା ଦେଖାଗଲେ ଧନ ସମ୍ପତି ବୃଦ୍ଧି ହେବାର ସୂଚନା ମିଳିଥାଏ । ୪- ମୟୂର : ମୟୁର ବହୁତ ପବିତ୍ର ଓ ଶୁଭ ମାନାଯାଏ । ଆପଣ କୌଣସି ଶୁଭ କାମରେ ବାହାରିବା ସମୟରେ ମୟୂର ଦେଖିଲେ ଶୁଭ ହେବା ସହ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିଥାଏ । ମୟୁର ପର ରାସ୍ତାରୁ ମିଳେ ଶୁଭ ହୋଇଥାଏ ।

୫- ଚିଡିୟା : ଦିନରେ ଦେଖା ଯାଉଥିବା ଚିଡିୟା ବହୁତ ଶୁଭ ହୋଇଥାଏ । ଯେଉଁ ଘରେ ଚିଡିୟା ବସା ବାନ୍ଧିଥାଏ ସେହି ଘରେ ଆନନ୍ଦମୟ ସ୍ଥିତି ରହିଥାଏ । ଯଦି ଚିଡିୟା ବିନା ଡରରେ ଆପଣଙ୍କ ଘରକୁ ଆସିଥାଏ ତେବେ ସାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ ।

୬- ବହୁତ ସାରା ଚିଡିୟା ଏକତ୍ର ହୋଇ ଶବ୍ଦ କରିଲେ ଘରେ ସୁବ ପ୍ରସଙ୍ଗ ହେବାର ସୂଚନା ମିଳିଥାଏ । ଏହା ବ୍ୟତୀତ କିଛି ଖାସ ସମାଚାର ମିଳିପାରେ । ଯଦି ଚିଡିୟା ବସା କରି କୁଆଡେ ଚାଲି ଯାଇଛି ତେବେ ତାର ବସା କୁ ଭାଙ୍ଗିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଅଶୁଭ ହୋଇଥାଏ ।

୭- ଚିଡିୟା ଏକତ୍ର ଶବ୍ଦ କରିଲେ ବିଶେଷ ଅତିଥିଙ୍କ ଆଗମନ ହେବାର ସୂଚନା ମିଳିଥାଏ । ଏହା ସହ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ । ଏହା ବ୍ଯତୀତ ଘରେ ଥିବା ଖରାପ ଶକ୍ତିର ନାସ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *