Vastu Tips- ଆଲମାରୀ ରେ ଭୁଲରେ ବି ରଖନ୍ତୁ ନାହିଁ ଏହି 4 ଟି ଜିନିଷ ନଚେତ ଧୀରେ ଧୀରେ ହୋଇଯିବ ଭଣ୍ଡାର ଶୂନ୍ୟ

ବନ୍ଧୁଗଣ, ଆପଣ ନିଜ ଆଲମାରୀ ରେ ରଖନ୍ତୁ ନାହିଁ ଏହି ୪ ଟି ଜିନିଷ ନଚେତ ଧୀରେ ଧୀରେ ହୋଇଯିବ ଭଣ୍ଡାର ଶୂନ୍ୟ । ସାଧାରଣତ ଆଜିର ସମୟରେ ପଇସା ବହୁତ ଜରୁରୀ ଜିନିଷ ଅଟେ । ଏହା ଆପଣଙ୍କ ପକେଟ ରେ ଥିଲେ ଆପଣଙ୍କ ଆତ୍ମବିଶ୍ଵାସ ଭରି ରହିଥାଏ । ଏହି କାରଣ ପାଇଁ ମଣିଷ ଦିନରାତି ପରିଶ୍ରମ କରିଥାନ୍ତି । ପଇସା କୁ ଆଲମାରୀ ରେ ରଖିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଯଦି କିଛି ଏଭଳି ଜିନିଷ ଆଲମାରୀ ରେ ରଖୁଛନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘର ଛାଡି ଚାଲିଯାଇଥାନ୍ତି ।

୧;- ମଇଳା କପଡା କୁ ଆପଣ ନିଜ ଆଲମାରୀ ଠାରୁ ଦୂରେଇ ରଖନ୍ତୁ । କାରଣ ଏହି କପଡା ଆଲମାରୀ ରେ ରହି ଖରାପ ପ୍ରଭାବ ପକାଇଥାଏ । ତେଣୁ ଟଙ୍କା ପଇସା ବହୁତ ଜଲ୍ଦି ସମାପ୍ତ ହେବାକୁ ଲାଗିଥାଏ । ତେଣୁ ଆଲମାରୀ ରେ ଗନ୍ଧ ବାହାରୁଥିବା କପଡା ଭୁଲ ରେ ମଧ୍ୟ ବାହାର କରନ୍ତୁ ନାହିଁ ।

୨;- ଫାଟି ଯାଇଥିବା କପଡା, କିଛି ଲୋକେ ବର୍ଷ ବର୍ଷ ଧରି ଫାଟିଯାଇଥିବା କପଡା କୁ ଆଲମାରୀ ରେ ସାଇତି ରଖିଥାନ୍ତି । ସେମାନେ କାହାକୁ ମଧ୍ୟ ଏହି କପଡା ଦେଇ ନଥାନ୍ତି । ମାତ୍ର ଆପଣ ଫଟା କପଡା କୁ ସିଲାଇ କରି ନିଅନ୍ତୁ । କପଡା ବହୁତ ପୁରୁଣା ହୋଇଗଲେ ତାହାକୁ ଟଙ୍କା ପଇସା ରଖାଯାଉଥିବା ଆଲମାରୀ ରେ ରଖନ୍ତୁ ନାହିଁ । ଏହି ଜିନିଷ କୁ ଆପଣ ଅନ୍ୟ ଏକ ଆଲମାରୀ ତଥା ବାକ୍ସ ରେ ରଖି ଦିଅନ୍ତୁ ।

୩;- ଧୁଳି, ମାଟି ଏବଂ ବୁଢିଆଣୀ ଜାଲ, ଘରେ ଥିବା ଆଲମାରୀ କୁ କେବେ ହେଲେ ଆପଣ ଅପରିଷ୍କାର ହେବାକୁ ଦିଅନ୍ତୁ ନାହିଁ । ଯେପରିକି ଆପଣ ମାନେ ଜାଣିଛନ୍ତି ଯେ ମାତା ଲକ୍ଷ୍ମୀ ସଫା ସୁତରା ଜାଗାରେ ରହିବାକୁ ପସନ୍ଦ କରିଥାନ୍ତି । ତେବେ ଏହିସବୁ ଜିନିଷ ଖରାପ ଶକ୍ତି ସୃଷ୍ଟି କରିଥାଏ । ଯାହା ଫଳରେ ମାତା ଲକ୍ଷ୍ମୀ ସବୁଦିନ ଲାଗି ସେହି ସ୍ଥାନ ଛାଡି ଚାଲିଯାଇଥାନ୍ତି ।

୪;- କଳା ରଙ୍ଗର ବସ୍ତୁ, ଆପଣ ଆଲମାରୀ ରେ ଯେଉଁଠି ବସ୍ତୁ ରଖୁଛନ୍ତି, ତାହାର ଆଖପାଖ ରେ କୌଣସି ଜିନିଷ ଅଥବା ବସ୍ତୁ ରଖନ୍ତୁ ନାହିଁ । ଆପଣ କଳା ରଙ୍ଗର ପର୍ସ ରେ ଭୁଲ ରେ ମଧ୍ୟ ଟଙ୍କା ପଇସା ରଖନ୍ତୁ ନାହିଁ । କାରଣ ଏହି କଳା ରଙ୍ଗ ସାଧାରଣତ ଧନ କୁ ବଢାଇବାକୁ ଦେଇ ନଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *