Vastu Tips- ଠାକୁର ଘରେ ପୂଜା କରିବା ସମୟରେ ଆପଣ ଏମିତି ଭୁଲ କରୁଛନ୍ତି କି ? ସାବଧାନ ! ଆସିଥାଏ ବିପତ୍ତି…

ବନ୍ଧୁଗଣ ପ୍ରତେକଙ୍କ ଘରେ ଠାକୁର ଘରେ ରହିଥାଏ । ଘରର ନାରୀମାନେ ଠାକୁର ପୂଜା ସକାଳେ ଓ ସନ୍ଧ୍ୟାରେ କରିବାର ପରମ୍ପରା ରହିଛି । ତେବେ ଠାକୁର ଘର ତିଆରି କରିବା ପାଇଁ ବାସ୍ତୁର ସାହାରା ନେବା ଉଚିତ । କାରଣ ଯଦି ଠାକୁର ଘର ତିଆରି ସମୟରେ କିଛି ଭୁଲ ହୋଇଥାଏ ତେବେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ତେବେ ଘରର ଜାଗାର ଐଶାନ୍ୟ କୋଣରେ ଠାକୁର ଘର ତିଆରି କରିବାର ନିୟମ ରହିଛି । ଯଦି ଏଥିରେ କୌଣସି ଅସୁବିଧା ରହିଛି ତେବେ ଘରର ପୂର୍ବ ବା ଅନ୍ୟ କୌଣସି ଦିଗରେ ଠାକୁର ଘର ସ୍ଥାପନ କରି ପାରିବେ ।

ଠାକୁର ଘରେ ଠାକୁରଙ୍କ ମୁହଁ ପୂର୍ବ ବା ପଶ୍ଚିମ ଦିଗକୁ ରହିବା ଭଲ ହୋଇଥାଏ । ଯଦି ଏହି ଦୁଇ ଦିଗରେ କୌଣସି ଅସୁବିଧା ରହିଛି ତେବେ ଠାକୁରଙ୍କ ମୁହଁ ଦକ୍ଷିଣ ଦିଗରେ ରଖିପାରିବେ । ପୂଜା କରିବା ସମୟରେ ଆପଣଙ୍କର ମୁହଁ ପୂର୍ବ, ପଶ୍ଚିମ ବା ଉତ୍ତର ଦିଗରେ ରହିବା ଉଚିତ । ଠାକୁର ଘରେ ଫୋଟୋ ବା ମୂର୍ତ୍ତି ରଖିବା ସମୟରେ ଠିକ ଭାବେ ରଖିବା ଉଚିତ । ଏହା ସହ ପଞ୍ଚଦେବ ଯେମିତିକୀ ଶ୍ରୀଗଣେଶ, ମା ଦୂର୍ଗା, ମହାଦେବ, ଭଗବାନ ବିଶୁନ, ସୂର୍ଯ୍ୟ ନାରାୟଣଙ୍କ ପୂଜା ମୁଖ୍ୟ ଅଟେ । ସୂର୍ଯ୍ୟ ନାରାୟଣଙ୍କ ଫୋଟୋ ବା ମୂର୍ତ୍ତି ଘରେ ରଖିବା ଅନୁଚିତ ।

ଭୁଲରେ ବି କୌଣସି ବାବା ବା ମାତାଙ୍କର ଫୋଟୋ ଠାକୁର ଘରେ ରଖିବା ଅନୁଚିତ । ଠାକୁର ଘରେ ପିତୃ ପୁରୁଷଙ୍କ ଫୋଟୋ ରଖିବା ଅନୁଚିତ । ଯଦି ଆପଣ କୌଣସି ଗୁରୁଙ୍କର ଦିକ୍ଷା ଗ୍ରହଣ କରିଛନ୍ତି ତେବେ ଠାକୁରଙ୍କ ସହ ତାଙ୍କୁ ରଖିବା ଉଚିତ ନୁହେଁ । ଗୁରୁ ମନ୍ତ୍ର ଗ୍ରହଣ ନ କରି ପୂଜା କରିବା ଉଚିତ ନୁହେଁ । ଯେଉଁ ମାନେ ଅବିବାହିତ ସେମାନେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଜପ କରି ପୂଜା କରି ପାରିବେ । ସକାଳୁ ସମୟରେ ଠାକୁର ଘରେ ଗୋବର ଓ ଗଙ୍ଗା ଜଳ ପକାଇ ପୋଛା ମାରିବା ଉଚିତ ।

ପୂଜା ଆରମ୍ଭ କରିବା ସମୟରେ ଉଚ୍ଚ ସ୍ଵରରେ ଗାୟତ୍ରୀ ମନ୍ତ୍ର ଉଚ୍ଚରଣ କରିବା ଉଚିତ । ସର୍ବଦା ଠାକୁର ଘର ସଫା ସୁତୁରା ରଖିବା ଉଚିତ । ଠାକୁର ଘରେ ଛୋଟ ମୂର୍ତ୍ତି ବା ଚାଖଣ୍ଡେ ଠାରୁ କମ ମୂର୍ତ୍ତି ରଖିବେ ନାହି । ଯେଉଁ ଠାରେ ଆପଣଙ୍କର ପୂଜା ସ୍ଥାନ ତାହା ବାରମ୍ବାର ପରିବର୍ତ୍ତନ କରିବେ ନାହି । ଏହା ଦ୍ଵାରା ଭକ୍ତି ଭାବ ଆସି ନ ଥାଏ । ସନ୍ଧ୍ୟା ବା ସକାଳ ସମୟରେ ପୂଜା କରିବା ସମୟରେ ଏକ ନିର୍ଦିଷ୍ଟ ସମୟରେ କରିବା ଉଚିତ ।

ଠାକୁରଙ୍କ ପୂଜା କରିବାରେ ଆପଣ ଅଧିକ ସମୟ ଦେଇପାରୁ ନାହାନ୍ତି ତେବେ ତେବେ ଶୁଦ୍ଧ ଘିଅର ଦୀପ ଐଶାନ୍ୟ କୋଣରେ ଜାଳିବା ଉଚିତ । ଏହା ଦ୍ଵାରା ଘରେ ପଜେଟିଭ ଊର୍ଜା ରହିବ । ଘରର ଠାକୁର ଘରେ ବାସୀ ପାଣି ବା ଫୁଲ ବା କୌଣସି ଅପଦାର୍ଥ ଜିନିଷ ରଖିବା ଉଚିତ ନୁହେଁ । ପୂଜା କରିବା ସମୟରେ ଘଣ୍ଟ ଓ ଶଙ୍ଖ ବଜାଇବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *