ବାର ଅନୁସାରେ ବହୁତ ଲୋକେ ବିଭିନ୍ନ ପ୍ରକାରର ରଙ୍ଗର ଶାଢୀ ପିନ୍ଧିବାକୁ ଭଲ ପାଇଥାନ୍ତି । ଶାସ୍ତ୍ରରେ ବାର ଗୁଡିକର ବିଶେଷ ମହତ୍ଵ ରହିଛି । ଅନେକ ମହିଳା ବାର ଅନୁଯାୟୀ ଅନେକ ପ୍ରକାରର ଅଲଗା ଅଲଗା ରଙ୍ଗ ପରିଧାନ କରିଥାନ୍ତି । ଅନ୍ୟ କିଛି ଏହାକୁ ମାନନ୍ତି ନାହାନ୍ତି । ପ୍ରତେକ ଗ୍ରହଙ୍କର ନିର୍ଦିଷ୍ଟ ଦିନରେ ଗ୍ରହ ପୂଜା କରାଯାଏ । ପ୍ରତେକ ବାର ଗୁଡିକ ହେଉଛି ପ୍ରତେକ ଗ୍ରହ ମାନଙ୍କର ଯାହା ଶାସ୍ତ୍ରରେ କୁହାଯାଏ ।
ରବିବାର ହେଉଛି ସୂର୍ଯ୍ୟ ଗ୍ରହଙ୍କର, ସୋମବାର ହେଉଛି ଚନ୍ଦ୍ର ଗ୍ରହଙ୍କର, ମଙ୍ଗଳବାର ହେଉଛି ମଙ୍ଗଳ ଗ୍ରହଙ୍କର, ବୁଧବାର ହେଉଛି ବୁଧ ଗ୍ରହଙ୍କର, ଗୁରୁବାର ହେଉଛି ବୃହସ୍ପତି ଗ୍ରହଙ୍କର, ଶୁକ୍ରବାର ଶୁକ୍ର ଗ୍ରହଙ୍କର ଓ ଶନିବାର ହେଉଛି ଶନି ଗ୍ରହଙ୍କର । ଆଜି ଆମେ ଆପଣ ମାନଙ୍କୁ ବାର ଅନୁଯାୟୀ କେଉଁ ରଙ୍ଗ ପରିଧାନ କରିଲେ ଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଅଜଉଛୁ ।
୧- ରବିବାର ହେଉଛି ସୂର୍ଯ୍ୟ ଗ୍ରହଙ୍କର ଦିନ । ତାଙ୍କର ପ୍ରିୟ ରଙ୍ଗ ହେଉଛି ନାଲି ରଙ୍ଗ । ତେଣୁ ରବିବାର ଦିନ ନାଲି ରଙ୍ଗ ପିନ୍ଧିବା ଉଚିତ । ଯଦି ନାଲି ରଙ୍ଗ ନ ଥାଏ ତେବେ ହଳଦିଆ ବା ଗୋଲ୍ଡେନ ବସ୍ତ୍ର ପିନ୍ଧି ପାରିବେ । ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରିବା ସମୟରେ କଳା, ଗାଢା ନୀଳ ବା ସବୁଜ ରଙ୍ଗ ଧାରଣ କରିବା ଉଚିତ ନୁହେଁ ।
୨- ସୋମବାର ଦିନ ଚନ୍ଦ୍ର ଗ୍ରହଙ୍କର ଦିନ ହୋଇଥାଏ । ତାଙ୍କର ପ୍ରିୟା ରଙ୍ଗ ହେଉଛି ଧଳା ରଙ୍ଗ ଓ ସିଲ୍ଭର ରଙ୍ଗ । ଏହି ଦିନ ଧଳା ରଙ୍ଗ ବିଶେଷ ଭାବେ ଧାରଣ କରିବା ଉଚିତ । ସୋମବାର ଦିନ ମହାଦେବଙ୍କର ପୂଜା କରାଯାଏ । ତେଣୁ ମହାଦେବଙ୍କୁ ମଧ୍ୟ ଧଳା ବସ୍ତ୍ର ଅର୍ପଣ କରାଯାଏ ।
୩- ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କର ଦିନ ହୋଇଥାଏ । ଏହି ଦିନ ନାଲି ରଙ୍ଗ ଧାରଣ କରିବା ଉଚିତ । ଏହା ସହ ଦୁଇରୁ ତିନୋଟି ରଙ୍ଗ ମିକ୍ସ କରି ପିନ୍ଧି ପାରିବେ । ଏହି ଦିନ ହେଉଛି ମା ମଙ୍ଗଳାଙ୍କର ଦିନ ।
୪- ବୁଧବାର ଦିନ ହେଉଛି ବୁଧ ଗ୍ରହଙ୍କର ଦିନ । ଏହି ଦିନ ଆପଣ ନୀଳ ରଙ୍ଗ ଧାରଣ କରି ପାରିବେ । ଏହା ବ୍ଯତୀତ ସବୁଜ ବା ଡିପ ରଙ୍ଗର ବସ୍ତ୍ର ଧାରଣ କରି ପାରିବେ ।
୫- ଗୁରୁବାର ଦିନ ମା ଲକ୍ଷ୍ମୀଙ୍କର ବାର । ତାଙ୍କ ପୂଜାରେ ଶୁକ୍ଲ ବର୍ଣ୍ଣ ପରିଧାନ କରାଜେ । ତେଣୁ ମହିଳା ମାନେ ଧଳା ବା ନାଲି ରଙ୍ଗ ପିନ୍ଧିଥାନ୍ତି । ଏହା ସହ ଏହି ଦୁଇଟି ରଙ୍ଗର ମିଶ୍ରଣ ମଧ୍ୟ ପିନ୍ଧି ପାରିବେ। କିନ୍ତୁ ଗୁରୁବାର ଦିନ ହଳଦିଆ ରଙ୍ଗ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ ।
୬- ଶୁକ୍ରବାର ଦିନ ଶୁକ୍ର ଗ୍ରହଙ୍କର । ତେଣୁ ତାଙ୍କର ପ୍ରିୟ ରଙ୍ଗ ହେଉଛି ଧଳା ରଙ୍ଗ । ଏହି ଦିନ ଧଳା ରଙ୍ଗ ଧାରଣ କରିଲେ ଶୁଭ ହୋଇଥାଏ ।
୭- ଶନିବାର ଦିନ ହେଉଛି ଶନି ଗ୍ରହଙ୍କର । ତାଙ୍କର ପ୍ରିୟ ରଙ୍ଗ ହେଉଛି କଳା । ତେଣୁ ଶନିବାର ଦିନ ନାରୀମାନେ କଳା ବସ୍ତ୍ର ଧାରଣ କରିବା ଉଚିତ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ