Vastu Tips- ଗୋଟିଏ 10 ଟଙ୍କାର କଏନ ଏହିଠାରେ ରଖି ଦିଅନ୍ତୁ, 24 ଘଣ୍ଟାରେ ଖୋଲିଯିବ ଭାଗ୍ୟ ଦ୍ଵାର, ବର୍ଷ ହେବ ଟଙ୍କା-ପଇସା

ବନ୍ଧୁଗଣ ଅନେକ ସମୟରେ ଲୋକ ମାନେ ଯେତେ ରୋଜଗାର କରିଲେ ମଧ୍ୟ ଧନର ଅଭାବ ଦେଖାଯାଏ । ଏମିତି ବି ହୋଇଥାଏ ଯେତେ ରୋଜଗାର କରିଲେ ମଧ୍ୟ ଧନ ସଞ୍ଚୟ କରିବା ସମ୍ଭବ ହୋଇପାରେ ନାହି । ତେଣୁ ଆପଣ ମାନେ ଯେବେ ବି କାହା ଠାରୁ କିଛି ନେଉଛନ୍ତି ତେବେ ପାଞ୍ଚ ଆଙ୍ଗୁଠି ଧରି କରି ନିଅନ୍ତୁ । ଏହା ଦ୍ଵାରା ନବ ଗ୍ରହ ସାଥିରେ ରହିଥାନ୍ତି । ଅନେକ ସମୟରେ କିଛି ଲୋକଙ୍କର ପର୍ସ ଖାଲି ରହିଥାଏ ।

ତେବେ ଏହାର ସମାଧାନ ପାଇଁ ଗୋଟେ କେନ ସହ ଗୋଟେ ଲବଙ୍ଗ ନିଅନ୍ତୁ । ଏହା ପରେ ଏକ ନାଲି କପଡା ଦ୍ଵାରା କଏନ ଓ ଲବଙ୍ଗ ବାନ୍ଧି ମା ଲକ୍ଷ୍ମୀ ଙ୍କ ଆଗରେ ରଖି ଦିଅନ୍ତୁ । ଏହି ଉପାୟ ଟି ଆପଣ କୌଣସି ଅମାବାସ୍ୟା ବା ପୂର୍ଣ୍ଣିମା ଦିନ କରି ପାରିବେ । ଏହା ପରେ ମା ଲକ୍ଷ୍ମୀ ଙ୍କ ମନ୍ତ୍ର ଜପ କରିବା ପରେ ଧନ ରଖୁଥିବା ସ୍ଥାନ ବା ନିଜ ପର୍ସ ରେ ରଖି ପାରିବେ । ଏହା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହେବ ।

ଆଉ ଏକ ଉପାୟ ହେଉଛି ଏକ କଏନ ନେଇ ସେଥିରେ ନାଲି ପେନ ବା ସିନ୍ଦୁର ଦ୍ଵାରା ନିଜର ନାମର ପ୍ରଥମ ଅକ୍ଷର ଲେଖି ଦିଅନ୍ତୁ । ଏହା ପରେ ଘରର ଛାତ ଉପରେ ଥିବା ପାଣି ଟାଙ୍କି ଉପରେ ରଖି ଦିଅନ୍ତୁ । ରାତି ସାରା ଚନ୍ଦ୍ରମାର ଛାଇରେ ଏହାକୁ ରଖନ୍ତୁ । ଏହା ପରେ ନିଜ ପର୍ସରେ କଏନ ଆଣି ରଖନ୍ତୁ ।

ଏହା ଦ୍ଵାରା ଧନର ଆଗମନ ହେବାରେ ଲାଗିବ । ଅନେକ ସମୟରେ କିଛି ଲୋକ ମାନେ କରଜରେ ବୁଡି ରହିଥାନ୍ତି । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଗୋଟେ ଧଳା ରଙ୍ଗର କପଡା, ମସୁର ଡାଲି, ଚାଉଳ ଓ କଏନ ନିଅନ୍ତୁ । ଏହାକୁ ବାନ୍ଧି ନିଜ ଉପରକୁ ୭ ଥର ଓଲଟା ବୁଲାଇ ଓସ୍ତ ଗଛ ମୂଳେ ରଖି ଦିଅନ୍ତୁ । ପଛକୁ ନ ବୁଲି ଘରକୁ ଫେରି ଆସନ୍ତୁ ।

ଏହା ଦ୍ଵାରା ଆପଣ କରଜରୁ ମୁକ୍ତି ପାଇବେ । ଯଦି ଧନ ସମସ୍ଯା ଆପଣଙ୍କୁ ହଇରାଣ କରୁଛି ତେବେ ଘରେ ମାଟିର କଳସରେ ସ୍ଵସ୍ତିକ ଚିହ୍ନ ଆଙ୍କି ସେଥିରେ ଗୋଟେ କଏନ ରଖନ୍ତୁ । ଏହା ପର ଦିନ କଳସରେ ଥିବା ପାଣିକୁ ଗଛରେ ଦେଇ କଳସ ଓ କଏନକୁ ରଖିଦେବେ । ଏହିପରି ୫ ଦିନ ଲଗାତାର କରିବା ଦ୍ଵାରା ଧନର ବୃଦ୍ଧି ହୋଇଥାଏ ।

ଘରେ ସ୍ଥାୟୀ ଲକ୍ଷ୍ମୀଙ୍କ ବାସ ପାଇଁ ଗୋଟେ ମାଟି ପାତ୍ରରେ ଚାଉଳ, ଦୁବ, କଏନକୁ ନାଲି କପଡାରେ ବାନ୍ଧି ଘରର ଉତ୍ତର-ପଶ୍ଚିମ ଦିଗରେ ରଖନ୍ତୁ । ଏହା ଦ୍ଵାରା ଧନର ବୃଦ୍ଧି ହେବ । ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଗୋଟେ ପ୍ଳେଟରେ ଛୋଟ କଏନ ଓ ଚାଉଳ ରଖନ୍ତୁ । ଯେବେ ଆପଣ ଘରୁ ବାହାରିବେ ତେବେ ଚାଉଳକୁ ସାଙ୍ଗରେ ନେଇ ଆଗଲେ ସବୁ କାମ ପୂରଣ ହେବ । ବନ୍ଧୁଗଣ ଏହା ଥିଲା ଧନ ଜନିତ ସମସ୍ୟାର କିଛି ଉପାୟ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *