Navratri Special- ନବରାତ୍ରିରେ ମା’ ଙ୍କୁ ଭୁଲରେ ବି ଚଢାନ୍ତୁ ନାହିଁ ଏହି 3 ଟି ଜିନିଷ, ଘରକୁ ଆସିଥାଏ ଦରିଦ୍ରତା, ରାଗି ଯାଆନ୍ତି ମା’ ଲକ୍ଷ୍ମୀ

ନବରାତ୍ରିର ୯ ଦିନରେ ମାତା ରାଣୀଙ୍କୁ ଅନେକ ପ୍ରକାରର ଫୁଲ ଅର୍ପଣ କରା ଯାଇଥାଏ । ଏହି ୯ ଦିନରେ ମା ଦୂର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତେକ ବ୍ୟକ୍ତି ଚେଷ୍ଟା କରିଥାନ୍ତି । ମାତା ରାଣୀଙ୍କ କୃପା ପ୍ରାପ୍ତ କରିବା ପାଇଁ ନବରାତ୍ରିର ୯ ଦିନରେ କଳସ ସ୍ଥାପନ କରି ଅଖଣ୍ଡ ଦୀପ ଜଳାଇଥାନ୍ତି । ଏହା ସହ ବ୍ରତ ରଖିବା ସହ ମାତା ରାଣୀଙ୍କ ପୂଜା ଆରାଧନା କରିଥାନ୍ତି । ମାତା ରାଣୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ବସ୍ତୁ ଅର୍ପଣ କରିଥାନ୍ତି ।

କିନ୍ତୁ ଏମିତି କିଛି ବସ୍ତୁ ଅଛି ଯାହା ମାତା ରାଣୀଙ୍କ ପୂଜାରେ ଭୁଲରେ ବ୍ୟବହାର କରିବା ଉଚିତ ନୁହେଁ । ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ ସଂପୂର୍ଣ୍ଣ ବିବରଣୀ । ୧ – ହିନ୍ଦୁ ଧର୍ମରେ ନଡିଆକୁ ଶୁଦ୍ଧତା, ସମୃଦ୍ଧି, ଧାନ, ଶୁଭତାର ପ୍ରତୀକ ମାନାଯାଏ । ନଡିଆକୁ ଶ୍ରୀଫଳ ମଧ୍ୟ କୁହାଯାଏ । ନଡିଆର ବ୍ୟବହାର ପ୍ରତେକ ମାଙ୍ଗଳିକ କାର୍ଯ୍ୟରେ ଲଗା ଯାଇଥାଏ । ମାତା ରାଣୀଙ୍କ ପୂଜାରେ କଳସ ସ୍ଥାପନ କରିବା ସମୟରେ ନଡିଆ ବ୍ୟବହାର କରାଯାଏ । ମାତା ରାଣୀଙ୍କ ପୂଜାରେ ଶୁଖିଲା ନଡିଆ ଲଗାଇବା ଅନୁଚିତ । ଯେଉଁ ନଡିଆରେ ପାଣି ଥିବା ସେହି ନଡିଆ ମାତା ରାଣୀଙ୍କ ପୂଜାରେ ଲଗାଇବା ଉଚିତ ।

୨- ଯଦି ଆପଣଙ୍କର କରଜ ଭାର ଅଧିକ ରହିଛି ତେବେ ଚମେଲୀ ତେଲରେ ସିନ୍ଦୁର ଲଗାଇ ନଡିଆରେ ସ୍ଵସ୍ତିକ ଚିହ୍ନ କରନ୍ତୁ । ଏହି ନଡିଆକୁ ମାତା ରାଣୀଙ୍କୁ ଅର୍ପିତ କରନ୍ତୁ । ଏହି ନଡିଆକୁ ମଙ୍ଗଳବାର ବା ଶନିବାର ଦିନ ନଡିଆକୁ ନେଇ ଭଗବାନ ହନୁମାନଙ୍କ ଚରଣରେ ଅର୍ପଣ କରନ୍ତୁ । ଏହା ଦ୍ଵାରା କରଜ ବହୁତ ଜଲ୍ଦି ସୁଝି ଯାଇଥାଏ ।

୩- ଧନ ଜନିତ ସମସ୍ଯା ଦୂର କରିବା ପାଇଁ କୁଙ୍କୁମରେ ନଡିଆରେ ସ୍ଵସ୍ତିକ ଚିହ୍ନ ଆଙ୍କି ମାତା ରାଣୀଙ୍କ ଚରଣରେ ଅର୍ପିତ କରନ୍ତୁ । ନବରାତ୍ରିର ୯ ଦିନ ଯାଏଁ ସେହି ନଡିଆକୁ ସେମିତି ରହିବାକୁ ଦିଅନ୍ତୁ । ନବରାତ୍ରି ଶେଷ ହେବା ପରେ ନଡିଆକୁ ଧନ ରଖିବା ଜାଗାରେ ରଖିଲେ ଧନ ସମସ୍ଯା ଦୂର ହୋଇଥାଏ ।

୪- ଭାଙ୍ଗି ଯାଇଥିବା ବାସନ ବା କୌଣସି ବସ୍ତୁ ମାତା ରାଣୀଙ୍କ ପୂଜାରେ ବ୍ୟବହାର କରିବା ଅନୁଚିତ । ଏହା ସହ ଲୁହା ବା ପ୍ଲାଷ୍ଟିକ ବସ୍ତୁ ପୂଜାରେ ବ୍ୟବହାର କରିବା ଅନୁଚିତ । ଅନ୍ୟ ଠାରୁ ଚୋରାଇ ଆଣିଥିବା ବା ତଳେ ପଡିଥିବା ଫୁଲ ମାତା ରାଣୀଙ୍କୁ ଅର୍ପିତା କରିବା ଅନୁଚିତ ।

୫- ଲବଙ୍ଗର ବ୍ୟବହାର ମାତା ରାଣୀଙ୍କ ପୂଜାରେ କରାଯାଏ । ମାତା ରାଣୀଙ୍କୁ ଫୁଲ ଥିବା ଲବଙ୍ଗ ଅର୍ପଣ କରିବା ଉଚିତ । ମାତା ରାଣୀଙ୍କ ପୂଜାରେ ଅପୂର୍ଣ୍ଣ ବସ୍ତୁ ବ୍ୟବହାର କରିବା ଅନୁଚିତ ।

୬- ନବରାତ୍ରିର ୯ ଦିନରେ ପ୍ରତିଦିନ ଏକ ପାନପତ୍ର ଓ ଫୁଲ ଥିବା ଲବଙ୍ଗ ଅର୍ପିତ କରନ୍ତୁ । ଏହା ସହ ତୁଳସୀ ପତ୍ର ମାତା ରାଣୀଙ୍କ ପୂଜାରେ ବର୍ଜନୀୟ ଅଟେ । ଏହା ସହ ଅପବିତ୍ର ମଧ୍ୟ ପୂଜାରେ ବ୍ୟବହାର କରିବା ଅନୁଚିତ । ମାତା ରାଣୀଙ୍କୁ ନାଲି ମନ୍ଦାର ଅର୍ପିତ କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *