ମୃତ୍ୟୁ ପରେ ଆମକୁ କେଉଁ ଶରୀର ମିଳେ (Acharya Arun)

ବନ୍ଧୁଗଣ, ମନୁଷ୍ୟ ର ଯେଉଁ ଲୋଭ ରହିଅଛି ଯଥା ସୁନା ପାଇଲା ପରେ ହୀରା ପାଇବା ର ଅପେକ୍ଷା ଏବଂ ହୀରା ପାଇବା ପରେ ଆଉ କିଛି ପାଇବା ର ଅପେକ୍ଷା ଏହା ଆମ୍ଭକୁ ଗୋଟିଏ ଜାଲ ମଧ୍ୟରେ ବାନ୍ଦିଦେଇଥାଏ । ଆମ୍ଭକୁ ଅଧିକ ରୁ ଅଧିକ କରିବାର ଇଛା ଅଧିକରୁ ଅଧିକ ପାଇବାର ଇଛା ଏକ ମୋହ ଜାଲରେ ବାନ୍ଧିଦେବ ଯେ ମୁଁ ଆହୁରି ଅଧିକ ପାଇବି । ଏହାଦ୍ଵାରା କ’ଣ ହେବ ନା ଏହି ଅଧିକରୁ ଅଧିକ କାମନା କରିବାର ଇଛା ହିଁ ଶେଷରେ ନର୍କ ରେ ପକାଇ ଦେବ ।

ମହୁମାଛି ଜେଭଳି ଏଫୁଲରୁ ସେ ଫୁଲ ଡେଇଁ ଡେଇଁ ମହୁ ସଂଗ୍ରହ କରେ ଶେଷରେ ଶିକାରୀ ଆସି ସେହି ମହୁ କୁ ନେଇଯାଏ । ଆଜିର ମଣିଷ ର ଅବସ୍ଥା ସଠିକ ତାହା ଅଟେ । ଦିନରାତି ଲୋଭ କରି କରି ଯେଉଁ ଟଙ୍କା କୁ ସେ ସଂଗ୍ରହ କରୁଛି ଶେଷରେ ତାହାକୁ ସେ ମେଡିକାଲ ରେ ଦେଇ ଦେଉଛି । କାମ, କ୍ରୋଧ, ଏବଂ ଲୋଭ ହିଁ ମନୁଷ୍ୟ କୁ ନର୍କ ରେ ପକାଇ ଥାଏ ।

ଯେଉଁମାନେ ସଂସାରକୁ ନଷ୍ଟ କରନ୍ତି ଯେଉଁ ମାନେ ସଂସାରର ଲୋକ ମାନଙ୍କୁ କୁ ମାର୍ଗ ରେ ନେବା ନିମନ୍ତେ ପ୍ରୟାସ କରନ୍ତି ଭଗବାନ ସେମାନଙ୍କୁ ଆଶୁରି ଯୋନି ମାନଙ୍କରେ ନିକ୍ଷେପ କରନ୍ତି । ସେମାନେ ମୃ-ତ୍ୟୁ ପରେ ନିଚ୍ଚ ଯୋନି ପ୍ରାପ୍ତ ହେବେ । ଜନ୍ମ ଜନ୍ମ ପର୍ଯ୍ୟନ୍ତ ମୂର୍ଖ ହୋଇ ଜନ୍ମ ହେବେ । ସେମାନେ ବୁଝି ପାରିବେ ନାହିଁ ଯେ ଦୁର୍ଲଭ ମଣିଷ କାହିଁକି ସୃଷ୍ଟି ହୋଇଅଛି ।

୮୪ ଲକ୍ଷ ଯୋନି ରେ ମନୁଷ୍ୟ ବୁଲି ସାରିଲା ପରେ ମନୁଷ୍ୟ କୁ ଏହି ଦୁର୍ଲଭ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଅଛି । ମାତ୍ର ଏହି ଅବିବେକି ମନୁଷ୍ୟ ମଣିଷ ଜନ୍ମ ପାଇଁ ମଧ୍ୟ ପଶୁ ଭଳି ଆଚରଣ କରୁଅଛି । ଯଦି ମଣିଷ ଜଣକ ବିବେକ ହୀନା ହୋଇ ଯାଇଛି ତେବେ ସେ ବିବେକ କୁ କିପରି ଫେରି ପାଇବ ? ସତସଙ୍ଗ ବିନା ମଣିଷ ର ବିବେକ ହେବ ନାହିଁ ।

ବିବେକ ନ ହେଲେ ମଣିଷ ପଶୁ ଭଳି ଆଚରଣ କରିବ । ନିଦ୍ରା, ଭୟ, ମାଈଥୁନ ଯାହା ପଶୁ ଙ୍କର ପ୍ରବୃତ୍ତି ସେହି ପ୍ରବୃତ୍ତି ଭିତରେ ରହିବ । ମଣିଷ ଜାଣି ପାରିବ ନାହିଁ ଯେ ଏହି ଶରୀର କ’ଣ ? ତଥା ଏହି ଆତ୍ମା କ’ଣ ?  ଆମ୍ଭେ ଯେପରି ବସ୍ତ୍ର କୁ ପରିଧାନ କରି ନୂତନ ବସ୍ତ୍ର ଧାରଣ କରିଥାଉ । ଏହି ଶରୀର ମଧ୍ୟ ଯେତେବେଳେ ରୋଗାଗ୍ରସ୍ତ, ବୃଦ୍ଧାଗ୍ରସ୍ତ ହୋଇଯାଏ ତେବେ ଆତ୍ମା କଣ କରେ ନା ଏହି ଶରୀରକୁ ପରିତ୍ୟାଗ କରି ନୂତନ ଶରୀର ଧାରଣ କରେ ।

ଆତ୍ମା ର ଜନ୍ମ ନାହିଁ କି ଆତ୍ମା ମରେ ନାହିଁ । ଆତ୍ମା ର ପ୍ରାରବ ଅନୁସାରେ ଆଗାମୀ କର୍ମ ସଞ୍ଚିତ କର୍ମ, ଏବଂ କ୍ରିୟମାନ କର୍ମ ମିଶି ଗୋଟିଏ ପ୍ରାରବ୍ଧ ହୋଇଥାଏ । ଏହି ପ୍ରାରବ୍ଧ ଅନୁସାରେ ଆମ୍ଭକୁ ଏହି ଶରୀର ପ୍ରାପ୍ତ ହୋଇଥାଏ । ଏହି ଶରୀର ପଞ୍ଚଭୂତ ରେ ନିର୍ମିତ ଏବଂ ଏହି ଶରୀର ହିଁ ପଞ୍ଚଭୂତ ରେ ବିଲୀନ ହୋଇଯାଏ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ 

Leave a Reply

Your email address will not be published. Required fields are marked *