Swapna Shastra- ମୃତ୍ୟୁର କିଛି ଦିନ ପୂର୍ବରୁ ହିଁ ଦେଖାଦିଏ ଏହି 5 ଖରାପ ସ୍ଵପ୍ନ

ବନ୍ଧୁଗଣ ସ୍ଵପ୍ନ ଶାସ୍ତ୍ର ରେ ମଣିଷ ଜୀବନ ସହ ଜଡିତ ଅନେକ କଥାର ବର୍ଣ୍ଣନା କରା ଯାଇଛି । କିନ୍ତୁ ମୃତ୍ୟୁ ପୂର୍ବ ରୁ ଏମିତି କିଛି ସ୍ଵପ୍ନ ଆସିଥାଏ ଯାହାକୁ ବ୍ୟକ୍ତି ଅଣଦେଖା କରିଥାନ୍ତି । ଆଉ କେହି କେହି ଏହାର ଅର୍ଥ ବୁଝି ପାରନ୍ତି ନାହି । ମଣିଷ ଏ ଦୁନିଆରେ ଜନ୍ମ ହୋଇଛି ମାନେ ତାର ମୃତ୍ୟୁ ଦିନେ ନା ନିଶ୍ଚିନ୍ତ ଅଟେ । ମଣିଷର ମୃତ୍ୟୁ ସମୟ ଆସିଲେ ଏମିତି କିଛି ସଙ୍କେତ ମିଳିଥାଏ ଯାହା ସ୍ଵପ୍ନ ଜରିଆରେ ହେଉ ବା ଅନ୍ୟ କୌଣସି ମାଧ୍ୟମରେ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ମୃତ୍ୟୁ ପୂର୍ବ ରୁ କେଉଁ କେଉଁ ସ୍ଵପ୍ନ ଆସିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ସ୍ଵପ୍ନ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ଇଷ୍ଟ ଦେବୀଙ୍କ ପ୍ରତିମା ଜଳିବାର ଦେଖିଥାନ୍ତି ତେବେ ବ୍ଯକ୍ତିର କିଛି ଦିନ ମଧ୍ୟରେ ମୃତ୍ୟୁ ହେବାର ସୂଚନା ମିଳିଥାଏ । ଏହା ସହ କୌଣସି ବ୍ୟକ୍ତିକୁ ଲଗାତାର ଭୟଙ୍କର ସ୍ଵପ୍ନ ଆସୁଥାଏ ତେବେ ତାର ମୃତ୍ୟୁ ପାଖେଇ ଆସିବାର ସଂକେତ ମିଳିଥାଏ ।

୨- ସ୍ଵପ୍ନରେ ଯଦି ଆପଣ ନିଜକୁ ଯାତ୍ରା କରିବାର ଦେଖନ୍ତି ତେବେ ଆଗାମୀ ସମୟରେ ଆପଣଙ୍କ ଜୀବନରେ ବିପଦ ଆସିବାର ସଂକେତ ମିଳିଥାଏ । ସ୍ଵପ୍ନ ଶାସ୍ତ୍ର ଅନୁସାରେ ଯଦି ସ୍ଵପ୍ନରେ ନାଲି ଶାଢୀ ପିନ୍ଧିଥିବା ନାରୀ ଆପଣଙ୍କୁ ଆଲିଙ୍ଗନ ବା ଶୁଖିଲା ଫୁଲମାଳା ପିନ୍ଧାନ୍ତି ତେବେ ବ୍ୟକ୍ତିର ମୃତ୍ୟୁ ହେବାର ସୂଚନା ମିଳିଥାଏ ।

୩- କୌଣସି ବ୍ୟକ୍ତି ଶ୍ମଶାନ ବା ପର୍ବତ ଶିଖର ଉପରେ ବସି ମଦ୍ୟପାନ କରିବାର ସ୍ଵପ୍ନରେ ଦେଖିଥାଏ ତେବେ ମୃତ୍ୟୁର ସମୟ ନିକଟତର ହେବାର ସଂକେତ ମିଳିଥାଏ । ଯଦି କୌଣସି ବ୍ୟକ୍ତି କଳା ଘୋଡାରେ କଳା ବସ୍ତ୍ର ପିନ୍ଧି ଯାଉଥିବାର ଦେଖନ୍ତି ତେବେ ମୃତ୍ୟୁ ଆସିବାର ସୂଚନା ମିଳିଥାଏ ।

୪- ବ୍ୟକ୍ତି ନିଜକୁ ଗଛରେ ଖସି ପଡିବାର ସ୍ଵପ୍ନରେ ଦେଖିଲେ ମୃତ୍ୟୁ ଆସିବାର ସୂଚନା ମିଳିଥାଏ । ଯଦି କୌଣସି ବ୍ୟକ୍ତି ନିଜକୁ ଗାତରେ ପଡିବାର ସ୍ଵପ୍ନରେ ଦେଖନ୍ତି ତେବେ ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଏହାର ମୃତ୍ୟୁର ସଂକେତ ହୋଇପାରେ ।

୫- ଯଦି ବ୍ୟକ୍ତି ସ୍ଵପ୍ନରେ ନାରୀଙ୍କୁ ଉଲଗ୍ନ ଅବସ୍ଥାରେ ବା ସ୍ତନପାନ କରିବାର ଦେଖିଥାନ୍ତି ତେବେ ତାର ମୃତ୍ୟୁ ନିକଟତର ହେବାର ସଂକେତ ମିଳିଥାଏ । ଏହା ବ୍ଯତୀତ ସ୍ଵପ୍ନରେ ନିଜକୁ ଲେମ୍ବୁ, କାଉଡି ବା ତରଭୁଜ ଖାଇବାର ଦେଖିଲେ ମୃତ୍ୟୁ ହେବାର ସଂକେତ ଦେଇଥାଏ ।

୬- ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତିକୁ ରାତିରେ ସ୍ଵପ୍ନରେ ଇନ୍ଦ୍ର ଧନୁଷ ଦେଖାଯାଏ ବା ଦିନରେ ତାରା ଦେଖାଯାଏ ତେବେ ମୃତ୍ୟୁ ହେବାର ସୂଚନା ମିଳିଥାଏ । ସ୍ଵପ୍ନରେ ମାଂସ ଖାଉଥିବା ପକ୍ଷୀଙ୍କୁ ନିଜ ଚାରିପଟେ ଘୁରିବାର ଦେଖିଲେ ଭୟଙ୍କର ମୃତ୍ୟୁ ହେବାର ସଂକେତ ମିଳିଥାଏ ।

୭- ଯଦି ସ୍ଵପ୍ନରେ ବ୍ୟକ୍ତିକୁ ସୁନା ବା ଚାନ୍ଦି ଜିନିଷ ମିଳିଥାଏ ତେବେ ମୃତ୍ୟୁ ହେବାର ସଂକେତ ମିଳିଥାଏ । କୌଣସି ବ୍ୟକ୍ତି ବାଜା ବାଜୁଥିବାର ସ୍ଵପ୍ନରେ ଦେଖିଲେ ପରିବାରରେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ହେବାର ସଂକେତ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *