Vastu Shastra- ଘରର ମୁଖ୍ୟ ଦ୍ଵାରରେ କଳସ ବସାଇବା ଠିକ ନା ଭୁଲ ? କେଉଁ ପାର୍ଶ୍ଵରେ କଳସ ବସାଇବା ଉଚିତ ?

ବନ୍ଧୁଗଣ ଆମେ ଘରର ମୁଖ୍ୟ ଦ୍ଵାରା ପାଖରେ କଳସ ବସାଇଥାଉ ଯାହାକୁ କୁମ୍ଭ ମଧ୍ୟ କୁହାଯାଏ । ଯାହା ତମ୍ବା, ମାଟିରେ ତିଆରି ହୋଇଥାଏ । କଳସ ବସାଇବା ସମୟରେ ଫୁଲ ରଖିଲେ ପୂର୍ଣ୍ଣ କୁମ୍ଭ କୁହାଯାଏ । ପୂଜାରେ ଦେବତାଙ୍କୁ ଆବାହନ କରିବା ସମୟରେ ଯାହା ବ୍ୟବହାର କରାଯାଏ ତାକୁ କଳସ କୁହାଯାଏ । କଳସ ଦେଖି ଘରୁ ବାହାରିଲେ କାମ ସଫଳ ହୋଇଥାଏ । ଏହାକୁ ଶୁଭ ପ୍ରତୀକ କୁହାଯାଏ ।

ଆମ ଓଡିଆ ଘରେ କେହି ଯଦି ଶୁଭ କାମରେ ବାହାରିଥାନ୍ତି ବା ମଙ୍ଗଳ କାର୍ଯ୍ୟ ହୋଇଥାଏ ତେବେ ଘରର ମୁଖ୍ୟ ଦ୍ଵାରାରେ କଳସ ବସାଯାଏ । ଯାହା ଦ୍ଵାରା ସବୁ କାର୍ଯ୍ୟ ଶୁଭ ହୋଇଥାଏ । ଯଦି କେହି ପରୀକ୍ଷା ଦେବାକୁ ଯାଇଥାନ୍ତି ସେହି ସମୟରେ ଘରର ମୁଖ୍ୟ ଦ୍ଵାରାରେ କଳସ ବସାଯାଏ । ଏହା ଦ୍ଵାରା ପରିବେଶରେ ଶୁଦ୍ଧ ବାତାବରଣ ଖେଳିଯାଏ । ଘର ବାହାରେ କଳସ ବସାଇବା ଦ୍ଵାରା ସୁନ୍ଦର ଦେଖାଯାଏ ।

ଏହା ବ୍ଯତୀତ ଦିପାବଳି ସମୟରେ ମଧ୍ୟ ଘର ଆଗରେ କଳସ ବସାଯାଏ ଯାହା ଅତ୍ୟନ୍ତ ଶୁଭ ହୋଇଥାଏ । ଘରୁ ବାହରିବା ସମୟରେ ଆପଣଙ୍କର ଡାହାଣ ପଟ ହାତ ଅନୁଯାୟୀ ଘରର ମୁଖ୍ୟ ଦ୍ଵାରା ରେ କଳସ ବସାଇବା ଉଚିତ । ଏହା ସହ ବାମ ପଟେ ମଧ୍ୟ କଳସ ବସାଇ ପାରିବେ । ଏଥିରେ କୌଣସି ବାରଣ ରହି ନ ଥାଏ । ଯଦି ଆପଣଙ୍କ ଘରର କାନ୍ଥ କୁ ଲାଗି ମା ବୃନ୍ଦାବତୀଙ୍କ ମଣ୍ଡପ ରହିଥାଏ ତେବେ ସେଠାରେ ହିଁ କଳସ ବସାଇଲେ ଶୁଭ ହୋଇଥାଏ ।

ଏହା ଦ୍ଵାରା ସବୁ କାମରେ ସଫଳତା ଲାଭ ହୋଇଥାଏ । କଳସ ବସାଇବା ସମୟରେ କଳସରେ ସିନ୍ଦୁର ଲଗାଇ ସେଥିରେ ଆମ୍ବ ଡାଳ ବା ଫୁଲ ରଖି ପାରିବା । ଏହା ସହ କଳସ ଟି ଜଳ ଭରା ହେବ ଉଚିତ । ଘରୁ ଯାତ୍ରା କରିବା ସମୟରେ କଳସ ଦେଖିକି ଗଲେ ଶୁଭ ହୋଇଥାଏ ବୋଲି ଆମ ଓଡିଆ ଘରର ପରମ୍ପରା ଅଟେ ।

ଏହାକୁ ଲୋକ ମାନେ ଅଧିକ ବିଶ୍ଵାସ ମଧ୍ୟ କରିଥାନ୍ତି । କିନ୍ତୁ ଖାଲି ଥିବା କୌଣସି ପାତ୍ର ଦେଖିଲେ କାମ ଅସଫଳ ହେବା ସହ ଅଶୁଭ ବୋଲି ମାନାଯାଏ । ଏହା ସହ କଳସ ବସାଇବା ସମୟରେ ସେଥିରେ ହଳଦୀ ମଧ୍ୟ ପକାଇ ପାରିବେ । ଏହା ବ୍ଯତୀତ କଳସ ତଳେ ଅରୁଆ ଚାଉଳ ମଧ୍ୟ ଦେଇ ପାରିବେ । କୌଣସି ବିବାହ କାମରେ ଘରୁ ବାହାରିଲେ ମଧ୍ୟ କଳସ ବସାଇବା ଶୁଭ ହୋଇଥାଏ ।

କଳସ ବସାଇବା ଦ୍ଵାରା ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ । ମା ବୃନ୍ଦାବତୀଙ୍କ ପାଖରେ ମଧ୍ୟ କଳସ ବସାଇଲେ ଶୁଭ ହୋଇଥାଏ । ଏହା ସହ ଘରର ସମୁଖ ରେ ମଧ୍ୟ କଳସ ବସାଇ ପାରିବେ । କିନ୍ତୁ ଧ୍ୟାନ ରଖିବେ କି ଯେପରି କଳସ ରେ ଗୋଡ ନ ବାଜେ । ବନ୍ଧୁଗଣ ଏହା ଥିଲା ଘରର ମୁଖ୍ୟ ଦାବର ରେ କେଉଁ ଜାଗାରେ କଳସ ବସାଇବା ଉଚିତ ତାହା ବିଷୟରେ ସଂପୂର୍ଣ୍ଣ ବିବରଣୀ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *