ଭୋଗ ମଣ୍ଡପ ଚୁଡ଼ାରେ ଥିବା ହଣ୍ଡା ଆଉ ବାଲ୍‍ଟିର ରହସ୍ୟ କଣ ?

ବନ୍ଧୁଗଣ, ଅତିରିକ୍ତ ବରାଦି ଭୋଗ ଯେଉଁଠାରେ ଅର୍ପଣ କରାଯାଏ, ତାହାକୁ ମହାପ୍ରଭୁ ଙ୍କ ଭଅଣ୍ଡ ଘର ଅଥବା ଭୋଗ ମଣ୍ଡପ ବୋଲି କୁହାଯାଏ । ସେହି ଭଅଣ୍ଡ ଘର ଭିତରେ ଯେଉଁ ହଣ୍ଡା ଅଛି ଏବଂ ସେହି ହଣ୍ଡା ଉପରେ ଯେଉଁ ଉଗୁଡା ଭାବରେ ରହିଛି ବାଲ୍ଟି ଅଛି, ଅନେକ ଲୋକ ଙ୍କ ଉପରେ ଅନେକ ଜିଜ୍ଞାସା ରହିଥାଏ । ଯେତେବେଳେ ବୌଦ୍ଧଧର୍ମାଲମ୍ବୀ ମାନେ ତାଙ୍କର ପ୍ରାଦୁର୍ଭାବ ରହିଥିଲା, ରାଜା ପ୍ରତାବ ରୁଦ୍ରଦେବ ଙ୍କ ସମୟରେ ସେମାନେ ଆସିଥିଲେ ।

ତାନ୍ତ୍ରିକ ମାନେ ମଧ୍ୟ ଆସିଥିଲେ ପଶ୍ଚିମ ଓଡିଶାରୁ ତାଙ୍କ ମଧ୍ୟରେ ବିତର୍କ ହୋଇଥିଲା ଯେ କିଏ ତାଙ୍କ ମଧ୍ୟରେ ଶ୍ରେଷ୍ଠ ? ଯିଏ ନିଜକୁ ଶ୍ରେଷ୍ଠ ପରିଗଣିତ କରିବେ ସେହିମାନେ ହିଁ ମହାପ୍ରଭୁ ଙ୍କ ସେବା ର ଅଧିକାର ପାଇବେ । ସେଥିପାଇଁ ରାଜା ଗୋଟିଏ ପରୀକ୍ଷା କରିଥିଲେ । ସେ ଗୋଟିଏ ହଣ୍ଡା ଭିତରେ ଗୋଟିଏ ସର୍ପ କୁ ରଖି ପରୀକ୍ଷା କରିଥିଲେ ଯେ ଏହା ମଧ୍ୟରେ ଯିଏ ଅଛି, ତାହାକୁ ଯିଏ ସଠିକ ଭାବରେ ଜଣାଇ ଦେବ ଯେ ଏହା ଭିତରେ କ’ଣ ଅଛି ?

ତାହାକୁ ହିଁ ଆମ୍ଭେ ଅଧିକାର ଦେବା । ସେହି ସରପ କୁ ଆଣି ଯେତେବେଳେ ସେ ହଣ୍ଡା ଭିତରେ ଢାଙ୍କୁଣୀ ରଖି ଯେତେବେଳେ ପ୍ରଚଳନ କରିଥିଲେ ସେତେବେଳେ ତାନ୍ତ୍ରିକ ମାନେ ସର୍ପ ଅଛି ବୋଲି କହିଥିଲେ ଏବଂ ତାଙ୍କ ବିରୋଧରେ ଯେଉଁମାନେ ରହିଥିଲେ ଯେଉଁ ସେବାୟତ ମାନେ ଯେଉଁ ବ୍ରାହ୍ମଣ ମାନେ ରହିଥିଲେ, ସେମାନେ ମନ୍ତ୍ର ବଳରେ ସେହି ସର୍ପ କୁ ବିଭୁତି ରେ ପରିଣତ କରିଦେଇଥିଲେ ଏବଂ କହିଥିଲେ ଯେ ଏହା ଭିତରେ ଭଷ୍ମ ଅଛି ।

ଯେତେବେଳେ କଢା ହେଲା ସମସ୍ତ ବିଦ୍ଵାନ ପରିସର ଙ୍କ ଆଗରେ ଭଷ୍ମ ହିଁ ବାହାରି ଥିଲା । ଏଣୁ ସେମାନେ ରାଜା ଙ୍କ ପାଖରେ ଶ୍ରେଷ୍ଠ ବିବେଚିତ ହୋଇଥିଲେ ଏବଂ ତାହାର ନିଦର୍ଶନ ସ୍ୱରୂପ ସେମାନେ କହିଥିଲେ ଯେ ଯୁଗ ଯୁଗ କୁ ଲୋକମାନେ ଦେଖିବେ ଏଣୁ ଭୋଗମଣ୍ଡପ ଘର ଉପରେ ଅଦ୍ୟାବତୀ ଅଷ୍ଟଧାତୁରେ ନିର୍ମିତ ପ୍ରାୟ ୧୨ ଫୁଟ ରୁ ୧୪ ଫୁଟ ଉଚ୍ଚତା ବିଶିଷ୍ଠ ସେହି ହଣ୍ଡା ମଧ୍ୟ ସ୍ଥାନ ପାଇଛି । ଅନେକ ଲୋକ କୁହନ୍ତି ଯେ ସେହି ହଣ୍ଡା ମଧ୍ୟରେ ଅନେକ ଦୁର୍ମୁଲ୍ୟ ରତ୍ନ ମଧ୍ୟ ରହିଅଛି ।

କିନ୍ତୁ ଆଜି ପର୍ଯ୍ୟନ୍ତ ଆମ୍ଭେ ତାହାକୁ କେବେ ଦେଖିବାକୁ ସକ୍ଷମ ହୋଇନାହୁଁ । ଏହା ଉପରେ ବାଲଟି ବୋଲି ଯେଉଁ କୁହାଯାଏ ମାତ୍ର ତାହା ବାଲ୍ଟି ନୁହେଁ । ତାହା ଉପରେ ସିମେଣ୍ଟ ର ଗୋଟାଏ ପ୍ରତୀକ ହେଉଥିବା କରାଯାଇଅଛି ଯାହାକୁ ଦଧିନେଉତି ର ଉପର ପାର୍ଶ୍ଵ ଏବଂ ତାହା ଉପରେ ଚକ୍ର ଶୋଭା ପାଉଅଛି । ଏହା ହେଉଛି ତାହାର ରହସ୍ୟ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *