ସକାଳୁ ଉଠି କଣ କରିବେ ଓ କଣ କରିବେ ନାହିଁ ? କଣ ଶୁଭ ଓ କଣ ଅଶୁଭ, ନିଶ୍ଚୟ ଜାଣି ରଖନ୍ତୁ…

ପ୍ରତେକ ବ୍ୟକ୍ତି ଜୀବନରେ ଧନୀ ହେବାକୁ ଇଚ୍ଛା କରିଥାନ୍ତି । ଏଥିପାଇଁ ବ୍ୟକ୍ତିକୁ ଏମିତି କିଛି କାମ କରିବା ଦରକାର ଯାହା ଦ୍ଵାରା ଜୀବନରେ ଉନ୍ନତି ବଦଳରେ ଅବନତି ହୋଇଥାଏ । ଏମିତି କିଛି ନୀତି ନିୟମ ବିଷୟରେ ଆମ ଶାସ୍ତ୍ର ରେ କୁହା ଯାଇଛି ଯାହାର ପାଳନ କରିଲେ ବ୍ୟକ୍ତି ଜୀବନରେ ଅପାର ସଫଳତା ହାସଲ କରିଥାଏ । ଆଜି ଆମେ ଆପଣ ମାନଙ୍କୁ ସକାଳୁ ଉଠିବା ଦ୍ଵାରା କେଉଁ କେଉଁ ଲାଭ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ପ୍ରଥମତ ସକାଳୁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଶଯ୍ୟା ତ୍ୟାଗ କରିବା ସହ ସ୍ନାନ କରିବା ଜରୁରୀ ଅଟେ । ଏମିତି କରିବା ଦ୍ଵାରା ମନ ଖୁସି ରହିବା ସହ ପଜେଟିଭ ଏନର୍ଜି ରହିବ । ସକାଳୁ ଉଠିବା ପରେ ବ୍ୟାୟାମ ବ ଯୋଗ କରିବା ନିହାତି ଜରୁରୀ ଅଟେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବେ ଆପଣ ଜୀବନରେ ସଫଳ ହୋଇପାରିବେ । ଏହା ସହ ପ୍ରେତକ ଦିନ ସକାଳୁ ସ୍ନାନ କରିବା ପରେ ବାପା, ମା, ଗୁରୁଜନ ଓ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରିବା ଉଚିତ । ଏହା ଦ୍ଵାରା ଆପଣ ଜୀବନରେ ସଫଳତା ଆଡକୁ ଅଗ୍ରସର ହେବେ ।

ଯିଏ ଆପଣଙ୍କୁ ଭଲ, ମନ୍ଦ ବିଷୟରେ ଶିକ୍ଷା ଦେଇଛନ୍ତି ସେ ହେଛନ୍ତି ଗୁରୁ । ସକାଳୁ ଉଠିବା ପରେ ଗୁରୁଙ୍କର ପାଦ ଛୁଇଁବା ଉଚିତ । ସକଳ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟ ଦେବତା । ତାଙ୍କୁ ଜଳ ଅର୍ପଣ କରିଲେ ଆପଣ ଜୀବନରେ ସିଦ୍ଧି ଲାଭ କରିବେ । ଆଜିକାଲି ରାତିରେ ଅଧିକ ସମୟ ଯାଏଁ ଲୋକ ମାନେ ଜାଗି ରହୁଛନ୍ତି । କିନ୍ତୁ ଶାସ୍ତ୍ର ଅନୁଯାୟୀ ରାତିରେ ଠିକ ସମୟରେ ସୋଇ ସକାଳେ ଜଲ୍ଦି ଉଠିବା ଉଚିତ । ନାରୀ ମାନଙ୍କ ସହ କଥା ହେବା ସମୟରେ ତାଙ୍କର ପାଦକୁ ଦେଖି କରିବା ଉଚିତ ଯାହା ଆଜିକାଲି ହେଉ ନାହି । ଏହା ଦ୍ଵାରା ଧନ ହାନି ହୋଇଥାଏ ।

ଶାସ୍ତ୍ର ଅନୁଯାୟୀ ଦେବତାଙ୍କ ପ୍ରାର୍ଥନା କରିବା ସମୟରେ ତାଙ୍କ ପାଦକୁ ଚାହିଁ ପ୍ରଣାମ କରିବା ସହ ପ୍ରାର୍ଥନା କରିବା ଉଚିତ । ଅନ୍ତର ସହକାରେ ଭକ୍ତି କରି ଭଗବାନଙ୍କୁ ପୂଜା କରିବା ଉଚିତ । କିନ୍ତୁ ଯେଉଁ ମାନେ ଭକ୍ତି କରିବା ବଦଳରେ ଅନ୍ୟ କିଛି କଥା ପ୍ରତି ଧ୍ୟାନ ଦେଇଥାନ୍ତି ସେମାନେ ଜୀବନରେ ଅସଫଳ ହୋଇଥାନ୍ତି । ସମୟ ଅନୁସାରେ ଦାନ, ଧର୍ମ କରିବା ଦ୍ଵାରା ଆଶୀର୍ବାଦ ପ୍ରାପ୍ତି ହୋଇଥାଏ । ଏହା ସହ ଅନ୍ୟର ସେବା କରିବା ଦ୍ଵାରା ଜୀବନରେ ଅପାର ଖୁସି ଲାଭ ହୋଇଥାଏ ।

ଆପଣ ଯେତେ ଟଙ୍କା ଦାନ କରିବେ ସେତେ ଟଙ୍କା ଆପଣଙ୍କ ପାଖକୁ ଫେରି ଆସିବ । ଏହା ସହ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ନଚେତ ଆପଣଙ୍କର ରୋଜଗାରର ଅଧିକାଂଶ ଟଙ୍କା ବିର୍ଥ ରେ ଖର୍ଚ୍ଚ ହେବ । ଜୀବନରେ ଯଦି ଜାଣତରେ ହେଉ ବା ଅଜାଣତରେ ହେଉ ଖରାପ କାମ କରିଲେ ତାହାର ପ୍ରାୟଶ୍ଚିତ କରିବାକୁ ହେବ । ପାପ କାମକୁ ଘୃଣା କରିବା ସହ ଏହାର ପ୍ରାୟଶ୍ଚିତ କରନ୍ତୁ । ସର୍ବଦା ନ୍ୟାୟ ଓ ସତ୍ୟ ପଥରେ ଚାଲିବା ଉଚିତ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ 

Leave a Reply

Your email address will not be published. Required fields are marked *