Swapna Shastra- ରାତିରେ ସାପ ସ୍ଵପ୍ନ ଦେଖୁଥିଲେ ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ ! ଜାଣନ୍ତୁ ଶୁଭ ନା ଅଶୁଭ…

ହିନ୍ଦୁ ଧର୍ମ ରେ ସାପ କୁ ପୂଜା କରା ଯାଇଥାଏ । ସାପ ବିଷୟରେ ଅନେକ ପୁରାଣ ଓ ଗ୍ରନ୍ଥ ମାନଙ୍କରେ ଲେଖା ରହିଛି । କେତେବେଳେ ସାପ ଦେବତାଙ୍କର ପ୍ରତୀକ ଅଟେ ତ ଆଉ କେତେ ବେଳେ ମୃତ୍ୟୁର ସଂକେତ ମଦ୍ୟ ହୋଇଥାଏ । ତେଣୁ ସାପ ମନୁଷ୍ୟ ଜୀବନ ସହ ଯୋଡି ହୋଇ ରହିଛି । ପ୍ରତେକ ମଣିଷ ଜୀବନରେ କେବେ ନା କେବେ ସାପ ସ୍ଵପ୍ନ ଆସିଥାଏ । କିନ୍ତୁ ରାତିରେ ଯଦି ସାପ ସ୍ଵପ୍ନ ଆସିଥାଏ ତେବେ ଆମେ ଭୟ କରିଥାଉ । ତେବେ ସାପ ଦେଖିବା ଶୁଭ ନା ଅଶୁଭ ହୋଇଥାଏ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

୧- ସ୍ଵପ୍ନ ରେ ସାପ ଧରିବାକୁ ଶୁଭ ବୋଲି କୁହାଯାଏ । ଏମିତି ସ୍ଵପ୍ନ ଦେଖିଲେ ଆପଣଙ୍କ ଜୀବନରେ ବହୁତ ସାରା ଧନ ସମ୍ପତି ଲାଭ ହେବାର ସୂଚନା ମିଳିଥାଏ । ଏହା ସହ ଜୀବନରେ ଥିବା ସମସ୍ଯା କମ ହୋଇଯାଏ । ୨- ଯଦି ଆପଣ ସ୍ଵପ୍ନ ରେ ସାପ କୁ ମାରିବାର ଦେଖନ୍ତି ତେବେ ଆଗାମୀ ଭବିଷୟାଷ୍ୟତରେ ଆପଣଙ୍କ ଜୀବନରେ ବିପଦ ଟଳି ଯିବାର ସଂକେତ ମିଳିଥାଏ । ଏହାର ଆଉ ଏକ ଅର୍ଥ ହେଉଛି ଆପଣ ନିଜର ଶତ୍ରୁ ମାନଙ୍କ ଉପରେ ବିଜୟ ହାସଲ କରିବେ ।

୩- ଯଦି ସ୍ଵପ୍ନ ରେ ନେଉଳ ଓ ସାପ ର ଲଢେଇ ଦେଖିବାର ଅର୍ଥ ହେଉଛି ଆଗାମୀ ଭବିଷ୍ୟତରେ ସରକାରୀ ବିଭାଗରୁ ନୋଟିସ ଆସିପାରେ । ଆପଣଙ୍କୁ କୌଣସି ଥାନା ବା କୋର୍ଟ କଚେରୀ ରେ କେସ ଲଢିବାକୁ ପଡିପାରେ । ୪- ଯଦି ଆପଣ ସ୍ଵପ୍ନ ରେ ସାପର ଦାନ୍ତ ଦେଖିଛନ୍ତି ତେବେ ଆପଣଙ୍କର କୌଣସି ବିଶ୍ଵାସୀ ବନ୍ଧୁ ଆପଣଙ୍କୁ ଧୋକା ଦେଇ ପାରନ୍ତି । ଯଦି ଆପଣଙ୍କ ସ୍ଵପ୍ନ ରେ ସାପ ଆପଣଙ୍କୁ କାମୁଡିଥାଏ ତେବେ ଏହା ଆଗାମୀ ଭବିଷ୍ୟତରେ ଆସୁଥିବା ସଙ୍କଟର ସଂକେତ ଦେଇଥାଏ ।

୫- ଯଦି ସ୍ଵପ୍ନ ରେ ସାପ ଆପଣଙ୍କ ଉପରକୁ ଆକ୍ରମଣ କରୁଥାଏ ତେବେ ଏହାର ଅର୍ଥ ହେଉଛି କି ଆଗାମୀ ସମୟରେ ଆପଣ ମାନଙ୍କ ପାଇଁ ବହୁତ କଠିନ ସମୟ ରହିବ । ଯଦି ସ୍ଵପ୍ନରେ ସାପକୁ ଗାତ ଭିତରକୁ ଯିବାର ଦେଖନ୍ତି ତେବେ ଆପଣଙ୍କୁ ନିକଟ ଭବିଷ୍ୟତରେ ପ୍ରଚୁର ଧନ ଲାଭ ହେବ ।

୬- ଯଦି ଆପଣଙ୍କ ସ୍ଵପ୍ନରେ ନିଜକୁ ସାପ ସହ ଲଢିବାର ଦେଖନ୍ତି ତେବେ ଆପଣ ଜୀବନରେ ଖରାପ ସ୍ଥିତି ସହ ସଫଳତାର ସହ ଲଢିବେ ବୋଲି ସୂଚନା ମିଳିଥାଏ ।

୭- ଯଦି ଆପଣ ସ୍ଵପ୍ନରେ ଧଳା ରଙ୍ଗର ସାପ ଦେଖନ୍ତି ତେବେ ଏହା ଶୁଭ ହେବା ସହ ଧନ ପ୍ରାପ୍ତି ହେବାର ସଂକେତ ମିଳିଥାଏ ।

୮- ଯଦି ବିବାହିତ ବ୍ୟକ୍ତି ସ୍ଵପ୍ନରେ କଳା ରଙ୍ଗର ସ୍ଵପ୍ନ ଦେଖନ୍ତି ତେବେ ତାଙ୍କ ଦାଂପତ୍ଯ ଜୀବନରେ କୌଣସି ସମସ୍ୟା ଆସିବାର ସୂଚନା ମିଳିଥାଏ ।

୯- ଯଦି ସ୍ଵପ୍ନରେ ସାପ କାମୁଡିବାକୁ ଆସି କାମୁଡେ ନାହି ତେବେ ସୁବ ସଂକେତ ହୋଇଥାଏ । ଆପଣଙ୍କୁ କୌଣସି କାମରେ ବହୁତ ଜଲ୍ଦି ସଫଳତା ମିଳିବାର ସୂଚନା ମିଳିଥାଏ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *