Navratri Special- ନବରାତ୍ରିରେ ଯଦି ଆପଣଙ୍କୁ ମିଳୁଛି ଏହି 9 ଟି ସଙ୍କେତ, ତ ଜାଣିବେ ଆପଣଙ୍କ ଉପରେ ମା’ ଦୂର୍ଗା ଅଛନ୍ତି ପ୍ରସନ୍ନ, ଆସିବ ଖୁସିର ଦିନ

ବନ୍ଧୁଗଣ, ନବରାତ୍ରୀ ର ୯ ଦିନ ବହୁତ ପବିତ୍ର ହୋଇଥାଏ । ଏହି ୯ ଦିନରେ ମା’ ଙ୍କ ଶକ୍ତି ସମସ୍ତ ସଂସାରରେ ସକାରାତ୍ମକ ଊର୍ଜା ଭରିଦେଇଥାଏ । ମା’ ବିଭିନ୍ନ ରୂପରେ ପୃଥିବୀ ପ୍ରୁଷ୍ଠ ରେ ପ୍ରକଟ ହୋଇଥାନ୍ତି । ତେବେ ଏହି ଚୈତ୍ର ନବରାତ୍ରୀ ରେ ଯଦି ଆପଣଙ୍କୁ ମିଳିଥାଏ ଏହି ସଙ୍କେତ ତେବେ ଜାଣି ନିଅନ୍ତୁ ଯେ ମାତା ଆପଣଙ୍କ ସହିତ ଅଛନ୍ତି । ଆସନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା ।

୧;- ନବରାତ୍ରୀ ରେ ସମସ୍ତେ ନିଜ ଘରେ କଳସ ସ୍ଥାପନା କରିଥାନ୍ତି ତଥା ଘଟ ସ୍ଥାପନା କରିଥାନ୍ତି, ଏବଂ ମାଟି ରେ ଯଅ କୁ ବୁଣା ଯାଇଥାଏ । ଯଦି ଧାନ ବୁଣିବାର ୩ ଦିନରେ ଯଅ ଉଠିବାକୁ ଲାଗିଥାଏ ଏବଂ ୬ ଦିନରେ ତାହା ସବୁଜ ହୋଇଯାଇଥାଏ ତେବେ ଏହା ଶୁଭ ସଙ୍କେତ ଅଟେ । ଆସୁଥିବା ସମୟରେ ଆପଣଙ୍କୁ ଧନଲାଭ ହୋଇପାରେ ।

୨;- ଯଦି ବୁଣାଯାଇଥିବା ଧାନ ରେ ଅଙ୍କୁର ଜଲ୍ଦି ଉଠିଥାଏ ଏବଂ ତାହା ବହୁତ ବଡ ହୋଇଯାଇଥାଏ ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ଆପଣଙ୍କ ଜୀବନରେ ଆଶା ଠାରୁ ଅଧିକ ଲାଭ ହେବାକୁ ଯାଉଅଛି ।

୩;- ଯଦି ନବରାତ୍ରୀ ରେ ଅଚାନକ ଆପଣଙ୍କ ନିଦ ସକାଳୁ ଜଲ୍ଦି ଖୋଲିବାକୁ ଲାଗିଯାଏ ଏବଂ ଆପଣଙ୍କ ମନ ପ୍ରସନ୍ନ ରହିବାକୁ ଲାଗେ ଏବଂ ୯ ଦିନ ମଧ୍ୟରେ କାହା ସହିତ କଳହ ନ ହୁଏ, ଏବଂ ଆପଣଙ୍କ ମନ ସର୍ବଦା ମାତା ଙ୍କ ଭକ୍ତି ରେ ଲାଗିଥାଏ, ତେବେ ସେହି ବ୍ୟକ୍ତି ଙ୍କୁ ବୁଝିନେବା ଉଚିତ ଯେ ମାତା ଦୂର୍ଗା ତାଙ୍କର ଭକ୍ତିରେ ପ୍ରସନ୍ନ ଅଛନ୍ତି । ଏବଂ ତାଙ୍କ ଜୀବନରେ ଉତ୍ତମ ସମୟ ଆସିବାକୁ ଯାଉଅଛି ।

୪;- ଦ୍ଵାର ନିକଟକୁ ଗାଈ ଆସିବା, ଚୈତ୍ର ନବରାତ୍ରୀ ବାରମ୍ବାର ଦ୍ଵାରା ନିକଟକୁ ଗାଈ ଆସିବା ମଧ୍ୟ ଅତ୍ୟନ୍ତ ଶୁଭ ସଙ୍କେତ ମାନାଯାଇଅଛି । ଯଦି ଆପଣଙ୍କ ଦ୍ଵାର ନିକଟକୁ ଗୋମାତା ଆସୁଛନ୍ତି ତେବେ ତାଙ୍କୁ ରୋଟି ଖୁଆଇ ଜଳପାନ ଅବଶ୍ୟ କରାନ୍ତୁ । ଏହାଦ୍ଵାରା ମାତା ଦୂର୍ଗା ଅତ୍ୟନ୍ତ ପ୍ରସନ୍ନ ହୋଇଯିବେ ।

୫;- ସ୍ଵପ୍ନ ରେ ସିଂହ ଦେଖାଯିବା, ଯଦି ଚୈତ୍ର ନବରାତ୍ରୀ ରେ ଆପଣଙ୍କୁ ସ୍ଵପ୍ନ ରେ ବାରମ୍ବାର ସିଂହ ଦେଖା ଦିଅନ୍ତି, ତେବେ ମାତା ଦୂର୍ଗା ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଏହା ସଙ୍କେତ ଅଟେ ଯେ ଜଲ୍ଦି ଆପଣଙ୍କ ମନୋଷ୍କାମନା ଅବଶ୍ୟ ପୂର୍ଣ୍ଣ ହେବ ।

୬;- ଲାଲ ବସ୍ତ୍ର ଧାରଣ କରିଥିବା କନ୍ୟା, ଯଦି ଆପଣଙ୍କୁ ସକାଳୁ ସକାଳୁ ଲାଲ ବସ୍ତ୍ର ଧାରଣ କରିଥିବା କନ୍ୟା ଦେଖାଦେଇଥାଏ, ତେବେ ଜାଣି ନିଅନ୍ତୁ ଯେ ଆପଣ ସାକ୍ଷାତ ମାତା ଦୂର୍ଗା ଙ୍କର ଦର୍ଶନ କରିଛନ୍ତି । ସେ ଏହି ସଙ୍କେତ ଦେଉଛନ୍ତି ଯେ ବର୍ତ୍ତମାନ ଆପଣଙ୍କର ଖରାପ ସମୟ ସମାପ୍ତ ହେବାକୁ ଯାଉଅଛି । ଆପଣଙ୍କ ନିକଟରେ ସୁଖ ସମୃଦ୍ଧି ର ଦ୍ଵାରା ଖୋଲିଯିବ ।

୭;- ନବରାତ୍ରୀ ରେ ଯଦି ଆପଣଙ୍କ ଘରକୁ ଧଳା ପେଚ୍ଚା ଆସନ୍ତି ତେବେ ଏହା ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ମାତା ଦୂର୍ଗା ଙ୍କର ଆପଣଙ୍କ ଘରେ ପ୍ରବେଶ ହୋଇ ସାରିଛି ।

୮;- ଭାରତୀୟ ସଂସ୍କୃତି ରେ ୧୬ ଶୃଙ୍ଗାର କୁ ଶୁଦ୍ଧତା ର ସଙ୍କେତ ମାନାଯାଇଅଛି, ଯେଉଁ ଘରର ମହିଳା ୧୬ ଶୃଙ୍ଗାର କରିଥାନ୍ତି, ସେଠାରେ ସୁଖ ସମୃଦ୍ଧି ନିଜର ବାସ ବସାଇ ଥାଏ । ଚୈତ୍ର ନବରାତ୍ରୀ ରେ ଯଦି ଆପଣଙ୍କୁ ଏହିଭଳି ମହିଳା ଙ୍କ ଦର୍ଶନ ହୋଇଯିବ ତେବେ ଆପଣଙ୍କୁ ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହେବ ।

୯;- ଯଦି ନବରାତ୍ରୀ ରେ ଆପଣଙ୍କ ଦ୍ଵାର ନିକଟକୁ ମଥା ରେ ଲାଲ କୁମକୁମ ଲଗାଇଥିବା ସ୍ତ୍ରୀ ଭିକ୍ଷା ମାଗିବାକୁ ଆସିଥାଏ, ତେବେ ତାହାକୁ ଅତ୍ୟନ୍ତ ଶୁଭ ସଙ୍କେତ ମାନାଯାଇଅଛି । ଏହିଭଳି ସ୍ତ୍ରୀ କୁ ଘରେ ଆଦର ସହିତ ଡାକି ତାଙ୍କର ସନ୍ନମାନ କରି ଭୋଜନ କରାଇ ବିଦା କରନ୍ତୁ । ସେ ସାକ୍ଷାତ ମାତା ଦୂର୍ଗା ଅଟନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *