ମହାଶିବରାତ୍ରୀର କଠୋର ନିୟମ ! ମହାଶିବରାତ୍ରୀ ବ୍ରତ କରୁଥିଲେ ଜାଣି ରଖନ୍ତୁ ଏହି ସବୁ ନିୟମ !

ବନ୍ଧୁଗଣ, ଶାସ୍ତ୍ର ଏବଂ ପୁରାଣରେ ଯେଉଁ ଓଷା ବ୍ରତ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଅଛି, ସେହି ଓଷା ପୂଜା କୁ ଶାସ୍ତ୍ରୀୟ ପୂଜା ଅଥବା ଶାସ୍ତ୍ରୀୟ ଓଷାବ୍ରତ ବୋଲି କୁହାଯାଇଥାଏ । ସେହିଭଳି ଗୋଟିଏ ବ୍ରତ ହେଉଛି ମହାଶିବରାତ୍ରୀ ବ୍ରତ । ଲିଙ୍ଗ ପୁରାଣରେ ବୃହତ ଶିବ ପୁରାଣରେ ସବୁ ଜାଗାରେ ଶିବରାତ୍ରୀ ବ୍ରତ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଅଛି ଏବଂ ଏହି ବ୍ରତ ର ମହିମା ସମ୍ବନ୍ଧରେ ମଧ୍ୟ ବର୍ଣ୍ଣନା କରାଯାଇଅଛି । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।  ମହା ଶିବରାତ୍ରୀ ର ବ୍ରତ ଯେଉଁମାନେ ନୀତି ନିୟମ ସହିତ କରିଥାନ୍ତି ।

ତଥା ସଠିକ ଭାବର ସହିତ କରିଥାନ୍ତି ସେମାନେ ନିଜ ମନ ଭିତରେ ଯାହା କିଛି ମନୋଷ୍କାମନ ରଖିଥିବେ ସେ ସବୁ ନିଶ୍ଚିତ ଭାବରେ ପୂରଣ ହୋଇଥାଏ । ପ୍ରଥମ ନିୟମ ଟି ହେଉଛି ମହାଶିବରାତ୍ରୀ ଚତୁର୍ଦ୍ଧଶୀ ତିଥି ରେ ପାଳନ କରାଯାଇଥାଏ । ବାକି ସବୁଦିନ ହେଉଛି ତ୍ରୟୋଦଶୀ ତିଥି ।

ଏହି ତିଥିର ମଧ୍ୟ ରାତ୍ର ରେ ଯଦି ଚତୁର୍ଦ୍ଧଶୀ ତିଥି ପ୍ରବେଶ କରୁଥିବ ତା’ ହେଲେ ସେହି ଦିନ ହି ମହାଶିବରାତ୍ରୀ ପାଳନ କରାଯାଇଥାଏ । ମହା ଶିବରାତ୍ରୀ ବ୍ରତ ୩ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ତ୍ରୟୋଦଶୀ ତିଥି ତା’ ପରଦିନ ହେଉଛି ଚତୁର୍ଦ୍ଧଶୀ ତିଥି ଏବଂ ଚତୁର୍ଦ୍ଧଶୀ ଦିନ ଯେଉଁଦିନ ପାଳନ କରାଯାଏ ସେ ଦିନ ମଧ୍ୟ ବ୍ରତ ରଖାଯାଇଥାଏ । ମହାଶିବରାତ୍ରୀ ର ଠିକ ପୂର୍ବଦିନ ଆପଣଙ୍କୁ ଏକବାର କରିବାକୁ ହେବ ।

ଜେଭଳି କି ଗୋମୟ ଲଗାଇ ସ୍ନାନ କରିବେ, ପରିଷ୍କାର ବସ୍ତ୍ର ପିନ୍ଧିବେ, ସେ ଦିନ ସାରା ରାତିସାରା ଆପଣଙ୍କୁ ବ୍ରହ୍ମଚାର୍ଜ୍ୟ ପାଳନ କରିବାକୁ ପଡିବ । ଏହି ବ୍ରତ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ । ମନକୁ ସଂଜତ ଭାବରେ ରଖିବେ । ଏବଂ ଆପଣ ଯେଉଁ ସ୍ଥାନରେ ଶୋଇବେ ଆପଣ ରେଗୁଲାର ବେଡରେ ଶୋଇବେ ନାହିଁ । ପୁରାଣ ରେ ଲେଖା ଅଛି ମଶିଣାରେ ଶୋଇବାକୁ ହେବ । ମହାଶିବରାତ୍ରୀ ଦିନ ଯେଉଁଦିନ ଆମ୍ଭର ଚତୁର୍ଦ୍ଧଶୀ ତିଥି ରହୁଛି ସେହିଦିନ ଆପଣ ସାରା ରାତି ଶୋଇବେ ନାହିଁ ।

ସାରା ରାତି ଉଜାଗର ରହି ଘୃତପ୍ରଦୀପ ଆପଣ ପ୍ରଜ୍ୱୋଳନ କରିବେ । ଆପଣ ମନ୍ଦିର ଜାଆନ୍ତୁ ଘରେ କରନ୍ତୁ ଯେଉଁଠି ମଧ୍ୟ ଆପଣଙ୍କୁ ସୁବିଧା ଅଛି ମାତ୍ର ସାରା ରାତି ଉଜାଗର ରହି ମହାଦେବ ଙ୍କ ନାମ ସ୍ମରଣ କରି କରି ଘୃତ ପ୍ରଦୀପ ଜାଳି ଆପଣ ସେହି ଦୀପ କୁ ଚାହିଁ ରହିଥିବେ । ଯଦି ଆପଣଙ୍କ ପାଖରେ ଶିବଲିଙ୍ଗ ଅଛନ୍ତି ସୁବିଧା ଅଛି ତେବେ ଆପଣ ବେଲପତ୍ର ଏବଂ ଜଳର ଅର୍ଘ୍ୟ ଦେଉଥିବେ । ଏବଂ ଅଭିଷେକ କରାଉଥିବେ । ୪ ପ୍ରହର ପୂଜା କରାଯାଏ ଏହି କଥାକୁ ଆପଣ ଭଲ ଭାବରେ ମନେ ରଖିଥିବେ । ପ୍ରଥମ ପ୍ରହର, ଦ୍ଵିତୀୟ ପ୍ରହର, ତୃତୀୟ ପ୍ରହର ଏହା ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଗଲା ।

ଏହା ପରେ ରାତ୍ରୀର ଅର୍ଦ୍ଧ ସମୟ ଯାହାକୁ ଆମ୍ଭେ ନିଶାର୍ଦ୍ଧ କୁହାଯାଉଅଛି ସେ ସମୟରେ ମଧ୍ୟ ଯିଏ ଅର୍ଘ୍ୟ ଦେଉଥିବ, ବେଲପତ୍ର ଦେଉଥିବ, ତାହାରି ଉପରେ ହିଁ ମହାଦେବ ସନ୍ତୁଷ୍ଟ ହୋଇଥାନ୍ତି । ଆପଣ ଗୋଟିଏ ଥର ହିଁ ଅନ୍ନ ଖାଇବେ ଏହାପରେ ମଧ୍ୟ ଯଦି ଆପଣଙ୍କୁ ଭୋକ ଲାଗୁଛି ତେବେ ଆପଣ ଫଳମୂଳ ମଧ୍ୟ ଖାଇପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *