ଘଣ୍ଟ ଥାଇ ମଧ୍ୟ କାହିଁକି ଶ୍ରୀ ମନ୍ଦିରରେ ବାଜେ ନାହିଁ ଘଣ୍ଟ ? Suryanarayan RathSharma

ବନ୍ଧୁଗଣ, ଘଣ୍ଟି ହେଉଛି ଦୁଇ ପ୍ରକାରର । ଗୋଟେ ହେଉଛି ଘଣ୍ଟି ଓ ଅନ୍ୟଟି ହେଉଛି ଘଣ୍ଟା । ଯେତେବେଳେ ପୂଜକ ଆସନ ଉପରେ ବସି ପୂଜା ଅର୍ଚ୍ଚନା କରିଥାଏ ସେତିକି ବେଳେ ସେ ବାମ ପଟ ହାତରେ ଘଣ୍ଟି ବଜାଇ ଗଜଧ୍ୱନି କରି ପୂଜା କରିଥାଏ । ଆପଣ ଶିବ ମନ୍ଦିରକୁ ଯାଆନ୍ତୁ ବିଶେଷ ଭାବରେ ଶିବ ମନ୍ଦିରରେ ଘଣ୍ଟି ରହିବାର ପ୍ରଥା ରହିଛି । ମା’ ଭଗବତୀ ମନ୍ଦିରରେ ଘଣ୍ଟି ରହିବାର ପ୍ରଥା ରହିଛି । କିନ୍ତୁ ବିଷ୍ଣୁ ଭଗବାନ ସଦା ସର୍ବଦା ଜାଗ୍ରତ ଥାଆନ୍ତି । 

ଭଗବାନ ଶଙ୍କର ସର୍ବଦା ନିତ୍ୟ ଧ୍ୟାନରେ ଥାଆନ୍ତି ତେଣୁ ତାଙ୍କୁ ଜାଗ୍ରତ କରିବା ପାଇଁ ବୃଷବ ର ପଛରେ ହତରେ ସ୍ପର୍ଶ କରିବା ଦ୍ୱାରା ଭଗବାନ ଜାଗ୍ରତ ହୋଇଥାନ୍ତି । ବୃଷବ ସହ ଭଗବାନ ଶିବଙ୍କର ସଂଯୋଗ ରହିଥାଏ ତେଣୁ ସ୍ପର୍ଶ କରିବା ଦ୍ୱାରା ଭଗବାନ ଜାଗ୍ରତ ହୋଇଥାନ୍ତି ଓ ଘଣ୍ଟି ବଜାଇବା ଦ୍ଵାରା ମଧ୍ୟ ଭଗବାନ ଜାଗ୍ରତ ହୋଇଥାନ୍ତି । ଏବଂ ସମସ୍ତ ଦେବତା ମାନେ ପ୍ରସନ୍ନ ହୋଇଥାନ୍ତି । ତେଣୁ ଶିବ ମନ୍ଦିର ରେ ଘଣ୍ଟି ରହିବାର ବ୍ୟବସ୍ଥା ଥାଏ ।

ବିଷ୍ଣୁ ଓ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ଘଣ୍ଟି ରହିବାର ବ୍ୟବସ୍ଥା ନଥାଏ । କାରଣ ସେ ଅପୂର୍ବ ନେତ୍ରଧାରୀ । ସଦା ସର୍ବଦା ନିତ୍ୟ ସେ ଜାଗ୍ରତ ହୋଇଥାଆନ୍ତି ତେଣୁ ତାଙ୍କୁ ଘଣ୍ଟି ବଜାଇ ଜାଗ୍ରତ କରିବାର କିଛି ଆବଶ୍ୟକତା ନାହିଁ । କିନ୍ତୁ ପୂଜା କଲାବେଳେ ଘଣ୍ଟି ବଜାଇ ପୂଜା କରାଯାଇ ଥାଏ । ପୂଜାର ଘଣ୍ଟି ଓ ଘଣ୍ଟା ବଜାଇବା ଭିତରେ ପାର୍ଥକ୍ୟ ରହିଅଛି ।

ଭାରତର ବିଭିନ୍ନ ସ୍ଥାନରେ ପ୍ରଥା ରହିଅଛି ମହାପ୍ରଭୁଙ୍କ ର ଭାରତୀୟ ସଂସ୍କୃତିର ଓ ଉତ୍କଳୀୟ ସଂସ୍କୃତିର ପୂଜାପାଠ, ପର୍ବପର୍ବାଣୀ ର ଦେବତା ମାନଙ୍କର ଯେଉଁ ଦର୍ଶନର ବିଧି ରହିଅଛି, ତାହାଙ୍କୁ ଆମେ କେଉଁପରି ଭାବରେ ଦର୍ଶନ କରିବା ଓ କେଉଁ ପରି ଭାବରେ ଆମେ ତାଙ୍କ ପାଖକୁ ଯିବା ସେହି ସବୁ ନୀତି ନିୟମ ରହିଅଛି । ଗରୁଡ ସ୍ତମ୍ଭ ପାଖରେ ପୂର୍ବରୁ ଘଣ୍ଟା ସବୁ ଓହୋଳି ଥିଲା । ବ୍ରିଟିଶ ମାନଙ୍କ ଶାସନ କାଳରେ ମଧ୍ୟ ଏକ ବଡ ଘଣ୍ଟା ରହିଥିଲା । ଗାରଦ ଘର ପଛ ପଟକୁ ଏକ ବିରାଟ ବଡ ଘଣ୍ଟା ରହିଛି ଯାହା ସ୍ମୃତି ସ୍ୱରୂପ ହୋଇ ରହିଅଛି ।

ତେଣୁ ମହାପ୍ରଭୁ ଙ୍କ ମନ୍ଦିରରେ ଘଣ୍ଟା ବାଜିବାର କିମ୍ବା ଘଣ୍ଟା ବଜାଇ ପ୍ରଭୁଙ୍କୁ ଜାଗ୍ରତ କରିବାର କିଛି ଆବଶ୍ୟକତା ନାହିଁ । ମହାପ୍ରଭୁ ସଦା ସର୍ବଦା ଜାଗ୍ରତ ହୋଇ ରହିଛନ୍ତି ଭକ୍ତଙ୍କୁ ଦର୍ଶନ ଦେବାପାଇଁ । ତାଙ୍କ ଚର୍ମ ଚକ୍ଷୁ ଆଗରେ ଛିଡ଼ା ହୋଇଗଲେ ଦର୍ଶନ ମିଳିଥାଏ ତେଣୁ ଏହିଠାରେ ଘଣ୍ଟି ବଜାଇବାର ଆବଶ୍ୟକତା ପଡ଼ି ନଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *