୧;- ବନ୍ଧୁଗଣ, ମାତା ଲକ୍ଷ୍ମୀ କାହା ପାଖରେ ବାସ କରନ୍ତି ? ଆଜିଭଳି ଦିନରେ ସମସ୍ତଙ୍କର ଲକ୍ଷ୍ମୀ ଅର୍ଥାତ ଟଙ୍କା ଦରକାର । ଯେଉଁଠାରେ ମୂର୍ଖ ଲୋକ ମାନଙ୍କର ପୂଜା ହୁଏ ନାହିଁ । ଜାଣୁଛନ୍ତି ମୂର୍ଖ ଗୁଣ୍ଡା ତଥା ବଦମାସ ଏମାନଙ୍କୁ ପୂଜା କରିବା ଲକ୍ଷ୍ମୀ ଛାଡି ପଳାଇବେ । ଯାହା ଘରେ ରୋଷେଇ କରିବା ପରେ ହାଣ୍ଡିରୁ ଭାତ ସୁଖେ ନାହିଁ । କିଛି ନା କିଛି ହାଣ୍ଡିରେ ଥିବ । ଲକ୍ଷ୍ମୀ ତାଙ୍କ ଘରେ ରହିବେ । ଏହା ସହିତ ଯେତେବେଳେ ଯେଉଁ ଅତିଥି ଆସୁଥିବେ, ତାଙ୍କ ପେଟ ପୁରାଇ ଛାଡୁଥିବେ, ମାତା ଲକ୍ଷ୍ମୀ ଏହି ଜାଗା କଦାପି ଛାଡିବେ ନହିଁ ।
ଲକ୍ଷ୍ମୀ ସଦା ବସତି ଚଞ୍ଚଳା, ମା ଭଗବତୀ ଲକ୍ଷ୍ମୀ ସେଠାରେ ବସିବେ । ସବୁଠାରୁ ମହତ୍ଵ ପୂର୍ଣ୍ଣ କଥା ହେଉଛି ଯେଉଁଘରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଆଦୌ ଝଗଡା ହୁଏ ନାହିଁ । ଏହି କଥା ସ୍ଵାମୀ ଏବଂ ସ୍ତ୍ରୀ ଉଭୟ ମନେ ରଖନ୍ତୁ, ଯଦି ଆପଣଙ୍କ ଘରକୁ ଆପଣ ବୈକୁଣ୍ଠ କରିବାକୁ ଚାହୁଁଛନ୍ତି ତେବେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା କରନ୍ତୁ ନାହିଁ । ପରସ୍ପର ସହିତ ବୁଝାମଣା ରଖି ଆପଣ ନିଜ ଘରକୁ ଚଳାନ୍ତୁ । ସେହି ଘର ନିଶ୍ଚିତ ଭାବରେ ବୈକୁଣ୍ଠ ହେବ ।
ଯେଉଁଠାରେ ଗୁରୁଜନ ମାନଙ୍କୁ ବାପା, ମା’ ବୟସ୍କ ଗୁରୁଜନ ମାନଙ୍କୁ ଆଗୁଆ ଖାଇବାକୁ ଦେଇ ପଛରେ ସ୍ଵାମୀ ସ୍ତ୍ରୀ ଖାଉଥିବେ, ସେମାନଙ୍କ ଆଶୀର୍ବାଦ ରୁ ଲକ୍ଷ୍ମୀ ଠାକୁରାଣୀ ସଦାବେଳେ ସେହି ଘରେ ବସବାସ କରୁଥିବେ । ଯେଉଁ ମହିଳା ମାନେ ରାତି ଅଧାରେ ପାନିଆ ରେ ମୁଣ୍ଡ କୁଣ୍ଡାଉ ନଥିବେ, ଯେଉଁମାନେ ଗୁରୁବାରରେ ପିଲାଙ୍କୁ କଳି ଅଥବା ବାଡିଆ ପିଟା କରୁ ନଥିବେ, ଯେଉଁ ମହିଳା ମାନେ ପିଲାଙ୍କର ଖାଦ୍ୟ କୁ ନିଜେ ପିଲାଙ୍କୁ ନ ଦେଇ ନିଜେ ଖାଇ ଦେଉଥିବେ, ଲକ୍ଷ୍ମୀ ଠାକୁରାଣୀ ସେମାନଙ୍କୁ ଛାଡି ଚାଲିଯିବେ ।
୨;- ସୂର୍ଯ୍ୟାସ୍ତ ପରେ କପଡା ଧୋଇବା ଅଥବା କପଡା ଶୁଖାଇବା ଉଚିତ ନୁହେଁ, ଏହାଦ୍ଵାରା ଅମଙ୍ଗଳକାରୀ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥାଏ ।
୩;- ସୂର୍ଯ୍ୟାସ୍ତ ପରେ ଗଛବୃକ୍ଷ ଛୁଇଁବା ଉଚିତ ନୁହେଁ କିମ୍ବା ଗଛପତ୍ର ଛିଣ୍ଡାଇବା ଅନୁଚିତ ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ ।
୪;- ସୂର୍ଯ୍ୟାସ୍ତ ପରେ ନଖ, କେଶ କିମ୍ବା ଦାଢିକାଟିବା ଉଚିତ ନୁହେଁ ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଧାର କରଜ ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ