ମଣିଷ ଜୀବନର ରଥ କଣ ? ଏକ ଅମୂଲ୍ୟ କାହାଣୀ ନିଶ୍ଚୟ ଶୁଣନ୍ତୁ ! (Motivational Story)

ବନ୍ଧୁଗଣ, ବିଶ୍ଵରେ ଆପଣଙ୍କ ଜୀବନ ଠାରୁ ଅମୂଲ୍ୟ ଅନ୍ୟ କିଛି ନାହିଁ । ଆପଣ ଯେଉଁ ଜୀବନ ନେଇ ସଂସାରକୁ ଆସିଛନ୍ତି ତାହାର ଅର୍ଥ କ’ଣ ? ଏଭଳି ତ ନୁହେଁ ନା ଯେ ଆମ୍ଭେ ଭୁଲ ରାସ୍ତରେ ଯାଉଛୁ ? ଏ ଅମୂଲ୍ୟ ଜୀବନକୁ ଆମେ ଅନ୍ୟ କେଉଁ ଜାଗାରେ ଉପଯୋଗ କରିଦେଉଛେ ? ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତ୍ୟକ ମନୁଷ୍ୟ ଦୌଡୁଛି । କିଏ କିଏ ଅର୍ଥ ପାଇଁ ତ ଆଉ କିଏ ସଫଳତା ପାଇଁ ଏବଂ ଅନ୍ୟ କେହି ସଂସାର ପାଇଁ । ମାତ୍ର ଏହି ସମସ୍ତ ଦୌଡ କଣ ପ୍ରକୃତ ଜୀବନର ଦୌଡ ନା ଆଉ କିଛି ?

ମାତ୍ର ଏମିତି ନ ହେଉ ଯେ ଦୌଡୁ ଦୌଡୁ ପଛକୁ ଯେତେବେଳେ ବୁଲିକି ଦେଖିବା ତେବେ ଭାବିବା ଯେ କଣ କଲେ ଏହି ଜୀବନ ସହିତ ? ଯେଉଁ ଅମୂଲ୍ୟ ଜୀବନ ନେଇ ଆସିଥିଲୁ ଏହାକୁ ନେଇ କେମିତି ବଞ୍ଚିଲୁ ଆମେ ? ପ୍ରକୃତରେ ଏହି ଦୌଡିବାଟା ସଠିକ ଥିଲା ନା ଆଉ କିଛି ଜାଣିବାର ଥିଲା ? ମାତ୍ର ଯେଉଁ ଲୋକ ଜୀବନର ଅମୂଲ୍ୟ ଶିକ୍ଷା କୁ ଯେତେ କମ ବୟସରେ ଜାଣିଛନ୍ତି ସେମାନେ କେବେ ମଧ୍ୟ ଅନୁତାପ କରନ୍ତି ନାହିଁ ।

ଜୀବନର ପ୍ରକୃତ ଅର୍ଥ କଣ ତାକୁ ଜାଣିବା ବହୁତ ଜରୁରୀ ଯେ ଏହା ହେଉଛି ଆମ୍ଭ ପାଇଁ ଅମୂଲ୍ୟ ଜୀବନ । ଆମେ କେମିତି ଦୌଡୁଛୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ପ୍ରକୃତ ଦିଗ କିଭଳି ହେବା ଦରକାର ? ଗୋଟେ ଛୋଟ ପିଲା ଥିଲା ସେ ଦୌଡୁଥିଲା, ସେ ନିଜ ଜେଜେ ବାପା ଙ୍କର ବହୁତ ପ୍ରିୟ ଥିଲା । ଦିନେ ତାକୁ ଲାଗିଲା ଯେ ମୁଁ ଦୌଡୁଛି ମାତ୍ର ମୋ ଜେଜେ ଖୁସି ନାହାଁନ୍ତି ।

ସେ ଭବିଲା ଯେ ମୁଁ ଆହୁରି ପରିଶ୍ରମ କରି ଦୌଡିବି ଯାହା କାରଣରୁ ଅନ୍ତର୍ରାଷ୍ଟ୍ରୀୟ କ୍ଷେତ୍ରରେ ଯାଇ ପହଞ୍ଚିବି ଏବଂ ମୋ ଜେଜେ ଖୁସି ହେବେ । ପିଲାଟି କଠିନ ପରିଶ୍ରମ କରିଲା ଅନ୍ତର୍ରାଷ୍ଟ୍ରୀୟ କ୍ଷେତ୍ରରେ ଯାଇ ପହଞ୍ଚିଲା । ଜେଜେ ମଧ୍ୟ ନିଜ ନାତି କୁ ଅତ୍ସାହିତ କରିବା ପାଇଁ ଯାଇ ପହଞ୍ଚିଥାନ୍ତି । ଏହାପରେ ପିଲାଟି ଦୌଡ ପ୍ରତିଯୋଗିତାରେ ଜିତି ସ୍ଵର୍ଣ୍ଣପଦକ ପାଇଲା । ଲକ୍ଷାଧିକ ଦର୍ଶକ କରତାଳି ମାରିଲେ । ମାତ୍ର ଜେଜେ ଚୁପ ରହିଥିଲେ । ସେତେବେଳେ ପିଲାଟି ଜେଜେ ପାଖକୁ ଯାଇ ପଚାରିଲା ଜେଜେ ଆପଣ ଖୁସି ନାହାଁନ୍ତି ?

ଜେଜେ କହିଲେ ମୁଁ ଖୁସି ଅଛି । ମାତ୍ର ପିଲାଟି କହିଲା ଆପଣଙ୍କ ମୁଖମଣ୍ଡଳ ରୁ ଲାଗୁନାହିଁ ଯେ ଆପଣ ଖୁସି ଅଛନ୍ତି । ଏହାପରେ ଜେଜେ କହିଲେ ଜୀବନର ଦୌଡା ବର୍ତ୍ତମାନ ବାକି ଅଛି । ଜେଜେ ଜଣେ ଅନ୍ଧ ବୃଦ୍ଧା ଏବଂ ଜଣେ ଛୋଟା କୁ ଆଣିଲେ, କହିଲେ ଏମାନଙ୍କ ସହିତ ଦୌଡ ପିଲାଟି ହସି କହିଲା ଏମାନଙ୍କ ସହିତ କିଭଳି ଦୌଡିବି ? ସେତେବେଳେ ପିଲାଟି ଜେଜେଙ୍କର ପୁରୁଣା ଶିକ୍ଷା ଗୁଡିକୁ ମାନେ ପକାଇଲା ଏବଂ ଅନ୍ଧ ବ୍ୟକ୍ତି ଏବଂ ଛୋଟା ଲୋକଟିର ହାତ କୁ ଧରି ଦୌଡିବାକୁ ଲାଗିଲା । ଧୀରେ ଧୀରେ ଦୌଡି ଦୌଡି ଯାଇ ପହଞ୍ଚିଗଲା ଏବଂ ଜେଜେ ଙ୍କ ଆଖିରୁ ଲୁହ ଝରିବାକୁ ଲାଗିଲା ଜେଜେ ଖୁବ ଜୋରରେ କରତାଳି ମାରିଲେ ।

ଏଣୁ ବନ୍ଧୁଗଣ ଜୀବନର ସଠିକ ଦୌଡା ହେଉଛି ଯିଏ ଅସହାୟ ଲୋକଙ୍କ ସହିତ ପାଦରେ ପାଦ ମିଶାଇ ସାହାର୍ଯ୍ୟ କରି ଆଗକୁ ବଢିଥାଏ । ତାକୁ ଅଧ ବାଟରେ ଛାଡି ନଥାଏ । ତାହାକୁ ପ୍ରକୃତ ଜୀବନର ଅର୍ଥ କୁହାଯାଏ । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *