ଆଜି ଆମେ ଆପଣଙ୍କ ପାଇଁ କିଛି ଅନୁଚିନ୍ତା ନେଇ ଆସିଛୁ । ଯାହାକି ଆପଣଙ୍କ ଜୀବନ ଉପରେ ଆଧାରିତ । ଯଦି ଆପଣ ଏହି ଛୋଟ ଛୋଟ କଥା ଉପରେ ଧ୍ୟାନ ରଖିବେ ଓ ଏହାକୁ ମାନି ଚଳିବେ ତେବେ ଆପଣଙ୍କ ଜୀବନରେ କେବେ ବି କୌଣସି ପ୍ରକାରର ଅଭାବ ଓ ଅସୁବିଧା ଦେଖିବାକୁ ମିଳିବ ନାହିଁ । ଘରେ ସର୍ବଦା ସୁଖ ଓ ଶାନ୍ତି ରହିବ ।
· ଯଦି ଆପଣଙ୍କ ଉପରେ ଶନି ଦଶା ଅଛି ତେବେ କାଉକୁ ଖାଇବାକୁ ଦିଅନ୍ତୁ ଓ ଘୋଡା ନାଳକୁ ଆଙ୍ଗୁଠିରେ ପିନ୍ଧନ୍ତୁ । ଶନି ଦୋଷରୁ ମୁକ୍ତି ମିଳିବ ।
· ଘରର ମୁଖ୍ୟ ଦ୍ଵାରରେ କେବେ ବି କଣ୍ଟା ଗଛ କିମ୍ବା ଭାଙ୍ଗି ଯାଇ ଥିବା କୌଣସି ବି ଜିନିଷ ରଖନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।
· ମାଟି ସୁରେଇରେ ପାଣି ରଖି ଘରର ଉତ୍ତର ପୂର୍ବ ଦିଗରେ ଏହି ମାଟି ସୁରେଇକୁ ରଖିବେ ତେବେ ଏହା ଦ୍ଵାରା ଘରର ବାସ୍ତୁ ସମସ୍ୟା ଦୂର ହୋଇଯିବ ।
· ୭ ଟି ଦ୍ଵିତୀୟା ଚନ୍ଦ୍ର ଦର୍ଶନ କରିଲେ ଆପଣଙ୍କ ସବୁ ମନୋକାମନା ପୂର୍ଣ ହୋଇଯିବ ।
· ଉଭୟ ପୁରୁଷ ଓ ମହିଳା କେବେ ବି ନିଜର ବେକକୁ ଖାଲି ରଖନ୍ତୁ ନାହିଁ, ଏହା ବହୁତ ଅଶୁଭ ହୋଇଥାଏ ।
· ଯଦି ଆପଣ ସବୁଦିନ ଦୁଇଟି ନିମ୍ବ ପତ୍ର ଚୋବାଇ ଖାଇବେ ତେବେ ମୁହଁରେ କୌଣସି ବି ପ୍ରକାରର ଦାଗ ଆସିବ ନାହିଁ । ଚେହେରା ଗ୍ଲୋ କରିବ ।
· ସକାଳୁ ଉଠି ଏକ ଗ୍ଳାସ ପାଣି ପିଇବା ଦ୍ଵାରା ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କ ଜୀବନ ପାଇଁ ବହୁତ ଶୁଭଦାୟକ ହୋଇଥାଏ ।
· ପିତୃ ମାତୃ ଶ୍ରାଦ୍ଧ ଦିନ କେବେ ବି କାହା ଘରେ ଖାଆନ୍ତୁ ନାହିଁ । ପାନ ବି ଖାଇବା ଉଚିତ ନୁହେଁ ।
· ଆପଣ ଯେତେ ଚୁପ ରହିବେ ସେତିକି ହିଁ ଆପଣଙ୍କ ପାଇଁ ଭଲ ରହିବ ।
· ସର୍ବଦା ଭୂମି ଉପରେ ଆସନ ପାରି ଖାଦ୍ୟ ସେବନ କରନ୍ତୁ । ଏହା ବହୁତ ମଙ୍ଗଳମୟ ହୋଇଥାଏ ।
· ଯଦି ସ୍ଵାମୀ ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଛି, ତେବେ ଏହିଭଳି ସ୍ଥିତିରେ ଦୁଇଟି ମୟୂର ପର ଆଣି ତାକୁ ବିବାହର ଆଲବମରେ ରଖି ଦିଅନ୍ତୁ । ଏହା ଦୂର ହୋଇଯିବ ।
· ବାଥରୁମରେ ସମ୍ପୂର୍ଣ ଉଲଗ୍ନ ହୋଇ ଗାଧୋଇବା ଉଚିତ ନୁହେଁ । ଏହା ଦ୍ଵାରା ପିତୃ ପୁରୁଷ ଅସନ୍ତୁଷ୍ଟ ହୋଇଥାନ୍ତି ।
· ସିନ୍ଦୁର ପିନ୍ଧିବା ସମୟରେ କଣ୍ଟା କିମ୍ବା ଝିଙ୍କ କାଠିରେ ଯଦି ସିନ୍ଦୁର ପିନ୍ଧିବେ ତେବେ ଏହା ଶୁଭ ହୋଇଥାଏ ।
· ସନ୍ଧ୍ୟା ସମୟରେ କେବେ ବି ଶୋଇବେ ନାହିଁ, ଖାଇବେ ନାହିଁ କିମ୍ବା ପାଠ ପଢିବା ଉଚିତ ନୁହେଁ ।
· ସକାଳୁ ଉଠିବା ପରେ କେବେ ବି ପ୍ରଥମେ ଆଇନାକୁ ଦେଖନ୍ତୁ ନାହିଁ । ଭଗବାନଙ୍କ ଦର୍ଶନ କରିବା ପରେ ହିଁ ଆଇନା ଦେଖନ୍ତୁ ।
· ପୁରୁଷମାନଙ୍କ ଡାହାଣ ହାତ ପାପୁଲି ଓ ମହିଳାମାନଙ୍କ ବାମ ହାତ ପାପୁଲି କୁଣ୍ଡାଇ ହେବାର ଅର୍ଥ ଏହା ଧନ ପ୍ରାପ୍ତିର ସଂକେତ ଦେଇଥାଏ ।
· ଦୋକାନର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ ଲଗାଇବା ବହୁତ ସୁଭ ହୋଇଥାଏ ।
· ଗ୍ରହଣ ଲାଗି ଥିବା ସମୟରେ କିଛି ବି ଖାଇବା ଉଚିତ ନୁହେଁ ଓ ଗ୍ରହଣ ଛାଡିବା ପରେ ଗାଧୋଇବା ଉଚିତ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।