ବନ୍ଧୁଗଣ, ସ୍ଵପ୍ନ ଦେଖିବା ଏକ ସାଧାରଣ କଥା ଅଟେ । ଆମ୍ଭେ ସମସ୍ତେ ସ୍ଵପ୍ନ ଦେଖିଥାଉ । କିନ୍ତୁ ସ୍ୱପ୍ନର ରହସ୍ୟ ଆମ୍ଭେ ଜାଣିନଥାଉ । ଏହି ସ୍ଵପ୍ନ ଆମ କଳ୍ପନା ଶକ୍ତିର ଏକ ଜଟିଳ ରଚନା ଅଟେ ଯାହାକୁ ଆମ୍ଭେ କେବେକେବେ ବୁଝି ପାରୁନାହିଁ । ପ୍ରାଚୀନ ଋଷିମାନଙ୍କ ମତରେ ଏହି ସ୍ଵପ୍ନ ଭଗବାନଙ୍କ ସଂକେତ ହୋଇଥାଏ । ବେଳେବେଳେ ଆମ୍ଭେ ସ୍ଵପ୍ନରେ ଏକ ଏମିତି ଜାଗା ଦେଖିଥାଉ ଯାହା ଆମେ ଆଗରୁ କେବେବି ଦେଖି ନଥାଉ ଏବଂ ସ୍ଵପ୍ନରେ ଆମ୍ଭେ ନିଜ ବନ୍ଧୁ, ପରିବାର, ମୃତ ପରିଜନଙ୍କୁ ଦେଖିଥାଉ କିନ୍ତୁ ବେଳେବେଳେ ଏମିତି ଲୋକଙ୍କୁ ଦେଖିଥାଉ ଯାହାଙ୍କୁ ଆମେ ପୁରା ଜୀବନରେ କେବେବି ଦେଖି ନଥାଉ ।
ଏମିତି ଲୋକ ଅଚାନକ ଆମ ସ୍ଵପ୍ନରେ କେମିତି ଆସିଥାନ୍ତି । ପ୍ରାଚୀନ ମାନ୍ୟତା ଅନୁସାରେ ଏମାନଙ୍କୁ ଇଶ୍ୱରଙ୍କ ଦୂତ ବୋଲି କୁହାଯାଇଥାଏ । ଶାସ୍ତ୍ର ଅନୁସାରେ ଇଶ୍ଵର ସ୍ଵପ୍ନ ମାଧ୍ୟମରେ ଏମିତି କିଛି ସଂକେତ ଦେଇଥାନ୍ତି, ଯାହାଦ୍ଵାରା ଆମ୍ଭଙ୍କୁ ବୁଝିବାର ଅଛି କି ଆମ୍ଭର ଖରାପ ସମୟ ସମାପ୍ତ ହେବାକୁ ଯାଉଅଛି ଓ ଭଲ ସମୟ ଆରମ୍ଭ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ସ୍ଵପ୍ନ ବିଷୟରେ ଯାହା ଶୁଭ ସଙ୍କେତ ଦେଇଥାଏ ।
୧:- ସ୍ଵପ୍ନରେ ଘୋଡ଼ାକୁ ଦେଖିବା । ଯଦି ଆପଣ ସ୍ଵପ୍ନରେ ଘୋଡ଼ା ଦୌଡୁ ଥିବାର ଦେଖନ୍ତି କିମ୍ବା ଘୋଡ଼ା ଉପରେ ନିଜେ ବସି ଦୌଡ଼ୁଥିବାର ଦେଖନ୍ତି ତେବେ ଏହା ବହୁତ ଶୁଭ ବୋଲି କୁହାଯାଇଥାଏ । ଏହା ସଙ୍କେତ ଦେଇଥାଏ କି ଆପଣ ଯେଉଁ କାମ କରିବାକୁ ଯାଉଛନ୍ତି ସେଥିରେ ସଫକ ପ୍ରାପ୍ତି କରିବେ ।
ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କୁ ଆଉ ଖୋଜିବାକୁ ପଡ଼ିବ ନାହିଁ ଏବଂ ନୂତନ ଚାକିରି ମଧ୍ୟ ପାଇବେ । ଯଦି ଆପଣ ୭ ଟି ଘୋଡ଼ା ଏକ ସାଙ୍ଗରେ ଦୌଡ଼ୁଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ବୋଲି ମାନା ଯାଇଥାଏ । କାରଣ ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇଥାଏ ।
୨:- ସ୍ଵପ୍ନରେ ଦର୍ପଣ ଦେଖିବା । ଯଦି ଆପଣ ସ୍ଵପ୍ନରେ ଦର୍ପଣରେ ନିଜ ଚେହେରା ଦେଖୁଛନ୍ତି ତେବେ ଏହା ଶୁଭ ସଂକେତ ଦେଇଥାଏ । ଆପଣ ନିଜ ଭିତରେ ବହୁତ କିଛି ବଦଳିବାର ଅନୁଭବ କରିବେ । ଏବଂ ଆପଣ ବହୁତ ଶୀଘ୍ର ଏମିତି ବ୍ୟକ୍ତିଙ୍କୁ ଭେଟିବେ ଯିଏ ଆପଣଙ୍କୁ ବହୁତ ଭଲ ପାଇବେ ଓ ଆପଣଙ୍କ ଜୀବନ ସାଥୀ ମଧ୍ୟ ବନିବେ ।
୩:- ସ୍ଵପ୍ନରେ ଚୁଟି କାଟିବା । ଯଦି ଆପଣଙ୍କ ସ୍ଵପ୍ନରେ କେହି ଚୁଟି କାଟୁଥିବାର ଦେଖନ୍ତି ତେବେ ଏହା ସଂକେତ ଦେଇଥାଏ ଯେ ଆପଣଙ୍କର କାମରେ ଆସୁଥିବା ବାଧା ର ସମାପ୍ତ ହେବାକୁ ଯାଉଅଛି । ଆପଣ ଯେଉଁ ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ କରିବାକୁ ଯୋଜନା କରିଛନ୍ତି ତାହାକୁ ପୂର୍ଣ୍ଣ ରୂପରେ କରନ୍ତୁ । ସ୍ଵପ୍ନରେ ନିଜ ଚୁଟି କଟିବାର ଯଦି ଦେଖନ୍ତି ତେବେ ତାହା ଅଶୁଭ ବୋଲି କୁହାଯାଇଥାଏ । ଏହା ଧନର ଖର୍ଚ୍ଚକୁ ବଢାଇଥାଏ ।
୪:- ସ୍ଵପ୍ନରେ ବର୍ଷା ହେବାର ଦେଖିବା । ଯଦି ଆପଣ ସ୍ଵପ୍ନରେ କଳା ବାଦଲ କିମ୍ବା ବର୍ଷା ହେବାର ଦେଖନ୍ତି ତେବେ ଏହା ବହୁତ ଶୁଭ ସଂକେତ ଦେଇଥାଏ । ଆପଣ ଯେଉଁ କାମରେ ପଇସା ଲଗାଇଛନ୍ତି ତାହା ଆପଣଙ୍କୁ ଦୁଇ ଗୁଣ ଫାଇଦା ଦେବ । ଏବଂ ଏହା ସହିତ ଆଗକୁ ଆପଣଙ୍କ ଜୀବନରେ ଧନର ବର୍ଷା ହେବ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ